ଟ୍ରେନର ବଗିରୁ ମୃତ ଦେହ ଉଦ୍ଧାର

ରାଉରକେଲା(ଓଡ଼ିଶା ରିପୋର୍ଟର): ଟାଟା ପାସେଞ୍ଜର ଟ୍ରେନର ଏକ ବଗିରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ରାଉରକେଲା ଷ୍ଟେସନ ନିକଟରୁ ରେଲେୱେ ପୋଲିସ ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି । ମୃତକଙ୍କ ପରିଚୟ ମିଳି ନ ଥିବା ବେଳେ ତାଙ୍କ ବୟସ ପାଖାପାଖି ୫୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ନାକ ଏବଂ ପାଟିରୁ ରକ୍ତ ବାହାରୁଥିବା ବେଳେ ଏକ ବର୍ଥରେ ତାଙ୍କ ମୃତଦେହ ଘୋଡା ହୋଇଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା […]

train-1

Tapas Behera
  • Published: Sunday, 16 June 2019
  • , Updated: 16 June 2019, 05:12 PM IST

ରାଉରକେଲା(ଓଡ଼ିଶା ରିପୋର୍ଟର): ଟାଟା ପାସେଞ୍ଜର ଟ୍ରେନର ଏକ ବଗିରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ରାଉରକେଲା ଷ୍ଟେସନ ନିକଟରୁ ରେଲେୱେ ପୋଲିସ ମୃତଦେହ ଜବତ କରି ତଦନ୍ତ ଜାରି ରଖିଛି । ମୃତକଙ୍କ ପରିଚୟ ମିଳି ନ ଥିବା ବେଳେ ତାଙ୍କ ବୟସ ପାଖାପାଖି ୫୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି ।

ନାକ ଏବଂ ପାଟିରୁ ରକ୍ତ ବାହାରୁଥିବା ବେଳେ ଏକ ବର୍ଥରେ ତାଙ୍କ ମୃତଦେହ ଘୋଡା ହୋଇଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଯାତ୍ରୀମାନେ ଦେଖି ଗାର୍ଡକୁ ଖବର ଦେବାପରେ ରାଉରକେଲାରେ ଶବକୁ ତଳକୁ ଅଣାଯାଇଥିଲା । ହତ୍ୟା ସନ୍ଦେହରେ ରେଳବାଇ ପୋଲିସ ତଦନ୍ତ ଜାରି ରଖିଛି।

 

Related story