ବିଲ ମଝିରୁ ମିଳିଲା ନାବାଳିକାର ମୃତଦେହ

ଜୟପୁର(ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା କେରାପୁଟ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ସକାଳୁ ସକାଳୁ ଗାଁ ମୁଣ୍ଡ ବିଲ ପାଖରେ ହୋହାଲ୍ଲା ଶୁଣିବାକୁ ମିଳିଥିଲା। ବୁଝୁ ବୁଝୁ ଜଣାପଡ଼ିଥିଲା ବିଲ ମଝିରେ କେହି ମରି ପଡ଼ିଛି। ବିଜୁଳି ବେଗରେ କଥାଟି ପ୍ରଚାର ହୋଇଯିବା ପରେ ଭିଡ଼ ଜମିଥିଲା ବିଲରେ। ନାବାଳକ ଓ ନାବାଳିକା ଗୁରୁତର ଅବସ୍ଥାରେ ବିଲ ମଝିରେ ପଡ଼ିଥାନ୍ତି। ଗ୍ରାମବାସୀଙ୍କ ସହାତାରେ ଉଭୟଙ୍କୁ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେମାନଙ୍କ ମଧ୍ୟରୁ ନାବାଳିକାକୁ […]

c54

Rakesh Mallick
  • Published: Monday, 23 April 2018
  • , Updated: 23 April 2018, 01:16 PM IST

ଜୟପୁର(ଓଡ଼ିଶା ରିପୋର୍ଟର): କୋରାପୁଟ ଜିଲ୍ଲା କେରାପୁଟ ଗାଁରେ ଘଟିଛି ଏକ ଅଭାବନୀୟ ଘଟଣା। ସକାଳୁ ସକାଳୁ ଗାଁ ମୁଣ୍ଡ ବିଲ ପାଖରେ ହୋହାଲ୍ଲା ଶୁଣିବାକୁ ମିଳିଥିଲା। ବୁଝୁ ବୁଝୁ ଜଣାପଡ଼ିଥିଲା ବିଲ ମଝିରେ କେହି ମରି ପଡ଼ିଛି। ବିଜୁଳି ବେଗରେ କଥାଟି ପ୍ରଚାର ହୋଇଯିବା ପରେ ଭିଡ଼ ଜମିଥିଲା ବିଲରେ। ନାବାଳକ ଓ ନାବାଳିକା ଗୁରୁତର ଅବସ୍ଥାରେ ବିଲ ମଝିରେ ପଡ଼ିଥାନ୍ତି। ଗ୍ରାମବାସୀଙ୍କ ସହାତାରେ ଉଭୟଙ୍କୁ ଡାକ୍ତର ଖାନାରେ ଭର୍ତ୍ତି କରାଯାଇଥିଲା। ଡାକ୍ତର ସେମାନଙ୍କ ମଧ୍ୟରୁ ନାବାଳିକାକୁ ମୃତ ଘୋଷଣା କରିଥିଲେ ଓ  ନାବାଳକ ଜଣଙ୍କ ଜୟପୁର ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି। । ପ୍ରେମ ବ୍ୟାପାରକୁ କେନ୍ଦ୍ର କରି ଦୁହେଁ ବିଷ ପିଇଥିବା ସନ୍ଦେହ କରାଯାଉଛି।

Related story