ନିଜ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କଲେ ଠିକାଦାର

କଟକ(ଓଡ଼ିଶା ରିପୋର୍ଟର): ଗୁଳି ମାଡ଼ରେ ଠିକାଦାରଙ୍କ ମୃତ୍ୟୁ ଘଟିଛି। କଟକ କଲ୍ୟାଣୀନଗର ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି। ପୋଷ୍ଟାଲ କଲୋନୀରେ ଏକ ଘର ଭିତରୁ ଜଣେ ଠିକାଦାରଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଠିକାଦାର ହେଉଛନ୍ତି କଲ୍ୟାଣୀନଗର ଅଞ୍ଚଳର ବିଶ୍ୱଭୂଷଣ ସିଂହ। ବିଶ୍ୱଭୁଷଣଙ୍କ ମୁଣ୍ଡରେ ଗୁଳି ବାଜିଛି। ବିଶ୍ୱଭୁଷଣଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସେ ନିଜ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କରିଥିବା ସନ୍ଦେହ […]

rewx

Rakesh Mallick
  • Published: Wednesday, 20 June 2018
  • , Updated: 20 June 2018, 02:03 PM IST

କଟକ(ଓଡ଼ିଶା ରିପୋର୍ଟର): ଗୁଳି ମାଡ଼ରେ ଠିକାଦାରଙ୍କ ମୃତ୍ୟୁ ଘଟିଛି। କଟକ କଲ୍ୟାଣୀନଗର ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି।

ପୋଷ୍ଟାଲ କଲୋନୀରେ ଏକ ଘର ଭିତରୁ ଜଣେ ଠିକାଦାରଙ୍କ ଗୁଳିବିଦ୍ଧ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଠିକାଦାର ହେଉଛନ୍ତି କଲ୍ୟାଣୀନଗର ଅଞ୍ଚଳର ବିଶ୍ୱଭୂଷଣ ସିଂହ। ବିଶ୍ୱଭୁଷଣଙ୍କ ମୁଣ୍ଡରେ ଗୁଳି ବାଜିଛି। ବିଶ୍ୱଭୁଷଣଙ୍କୁ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ସେ ନିଜ ମୁଣ୍ଡକୁ ଗୁଳି କରି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୋଲିସ୍ ଘଟଣାର ତଦନ୍ତ କରୁଛି।

 

Related story