ବାଇକରେ ୫ କିଲୋମିଟର ମୃତଦେହ…

<p>ମାଲକାନଗିରି(ଓଡ଼ିଶା ରିପୋର୍ଟର): ମରଶରୀରକୁ କୌଣସି ପରିସ୍ଥିତିରେ ଅସମ୍ମାନ କରାଯିବ ନାହିଁ। ମେଡ଼ିକାଲରୁ ଘରକୁ ନେବା ପାଇଁ ରାଜ୍ୟ ସରକାର ମହାପ୍ରୟାଣ ଗାଡ଼ିର ବ୍ୟବସ୍ଥା କରିଛନ୍ତି। ଏହା ସତ୍ତ୍ୱେ ଆଜି ମୃତଦେହ ବାଇକରେ ୫ କିମି ବୁହା ହୋଇଛି। ମାଓପ୍ରବଣ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଏପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ଯାହା ବୁଦ୍ଧିଜୀବୀଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।</p> <p>ମାଲକାନଗିରି ଜିଲ୍ଲା କୁଡ଼ୁମୁଲୁକୁମ୍ମା ବ୍ଲକ ନୂଆଗୁଡ଼ା ଗାଁ ଭଗବାନ ନାମକ ଜଣେ ବ୍ୟକ୍ତ ଅସ୍ୱାସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ କୁଡ଼ୁମୁଲୁକୁମ୍ମା ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ପରିବାର ଲୋକେ ମରଶରୀର ଘରକୁ ନେଇବା ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। ମାତ୍ର ଡାକ୍ତରଖାନା କର୍ତ୍ତୃପକ୍ଷ ଶୁଣିନଥିବା ଅଭିଯୋଗ ହୋଇଛି। ପରେ ପରିବାର ଲୋକେ ମୃତଦେହକୁ ପ୍ଲାଷ୍ଟିକ୍&zwnj; ଜରିରେ ଗୋଡ଼ାଇ ବାଇକରେ ୫ କିମି ଦୂର ନିଜ ଘରକୁ ନେଇଥିଲେ।</p>

Ordigital Desk
  • Published: Saturday, 13 January 2018
  • Updated: 13 January 2018, 06:36 PM IST

Sports

Latest News

<p>ମାଲକାନଗିରି(ଓଡ଼ିଶା ରିପୋର୍ଟର): ମରଶରୀରକୁ କୌଣସି ପରିସ୍ଥିତିରେ ଅସମ୍ମାନ କରାଯିବ ନାହିଁ। ମେଡ଼ିକାଲରୁ ଘରକୁ ନେବା ପାଇଁ ରାଜ୍ୟ ସରକାର ମହାପ୍ରୟାଣ ଗାଡ଼ିର ବ୍ୟବସ୍ଥା କରିଛନ୍ତି। ଏହା ସତ୍ତ୍ୱେ ଆଜି ମୃତଦେହ ବାଇକରେ ୫ କିମି ବୁହା ହୋଇଛି। ମାଓପ୍ରବଣ ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ ଏପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି। ଯାହା ବୁଦ୍ଧିଜୀବୀଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।</p><p>ମାଲକାନଗିରି ଜିଲ୍ଲା କୁଡ଼ୁମୁଲୁକୁମ୍ମା ବ୍ଲକ ନୂଆଗୁଡ଼ା ଗାଁ ଭଗବାନ ନାମକ ଜଣେ ବ୍ୟକ୍ତ ଅସ୍ୱାସ୍ଥ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ କୁଡ଼ୁମୁଲୁକୁମ୍ମା ମେଡ଼ିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ପରିବାର ଲୋକେ ମରଶରୀର ଘରକୁ ନେଇବା ପାଇଁ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। ମାତ୍ର ଡାକ୍ତରଖାନା କର୍ତ୍ତୃପକ୍ଷ ଶୁଣିନଥିବା ଅଭିଯୋଗ ହୋଇଛି। ପରେ ପରିବାର ଲୋକେ ମୃତଦେହକୁ ପ୍ଲାଷ୍ଟିକ୍&zwnj; ଜରିରେ ଗୋଡ଼ାଇ ବାଇକରେ ୫ କିମି ଦୂର ନିଜ ଘରକୁ ନେଇଥିଲେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos