ରାମତରା ବେଳାଭୂମିରେ ୮ କୁଇଣ୍ଟାଲର ସାର୍କ ମାଛ

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା):  ଜଗତସିଂହପୁର ଜିଲ୍ଲା ଏରସମା ବ୍ଳକ ଶିଆଳି ରାମତରା ପାଖ ସମୁଦ୍ର ବେଳାଭୂମିରେ ଲାଗିଛି ମୃତ ସାର୍କ ମାଛ । ମୃତ ସାର୍କର ଲମ୍ବ ପ୍ରାୟ ୨୦ ଫୁଟ ହେବ। ଏହାର ଓଜନ ପ୍ରାୟ ୭ରୁ ୮ କୁଇଣ୍ଟାଲ ହେବ। ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଜଙ୍ଗଲ ବିଭାଗ କର୍ମଚାରୀ ସମୁଦ୍ର ବେଳାଭୂମିରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ମୃତ ମାଛଟିକୁ ସମୁଦ୍ର ବାଲିରେ ଅଧା ପୋତି ହୋଇଥିବା ରହିଥିବା ଦେଖିବାକୁ ପାଇଥିଲେ। […]

sark-fish

Tapaswini Nayak
  • Published: Monday, 04 October 2021
  • , Updated: 04 October 2021, 10:58 AM IST

ଜଗତସିଂହପୁର(ଶଶାଙ୍କ ଶେଖର ପଣ୍ଡା):  ଜଗତସିଂହପୁର ଜିଲ୍ଲା ଏରସମା ବ୍ଳକ ଶିଆଳି ରାମତରା ପାଖ ସମୁଦ୍ର ବେଳାଭୂମିରେ ଲାଗିଛି ମୃତ ସାର୍କ ମାଛ । ମୃତ ସାର୍କର ଲମ୍ବ ପ୍ରାୟ ୨୦ ଫୁଟ ହେବ। ଏହାର ଓଜନ ପ୍ରାୟ ୭ରୁ ୮ କୁଇଣ୍ଟାଲ ହେବ।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଜଙ୍ଗଲ ବିଭାଗ କର୍ମଚାରୀ ସମୁଦ୍ର ବେଳାଭୂମିରେ ପାଟ୍ରୋଲିଂ କରୁଥିଲେ। ଏହି ସମୟରେ ମୃତ ମାଛଟିକୁ ସମୁଦ୍ର ବାଲିରେ ଅଧା ପୋତି ହୋଇଥିବା ରହିଥିବା ଦେଖିବାକୁ ପାଇଥିଲେ। ଆଜି ସକାଳେ ତାକୁ ଉଦ୍ଧାର କରାଯାଇ ଦଉଡିରେ ବାନ୍ଧି ରଖାଯାଇଛି। ଜୁଆରରେ ମାଛଟି ସମୁଦ୍ର ଭିତରକୁ କାଳେ ଚାଲିଯିବ, ସେଥିପାଇଁ ମାଛଟିକୁ ଦଉଡିରେ ବାନ୍ଧି ରଖାଯାଇଥିବା କୁଜଙ୍ଗ ବନାଞ୍ଚଳ ରେଞ୍ଜ ଅଫିସର ରଞ୍ଜନ ମିଶ୍ର କହିଛନ୍ତି।

ସେ କହିଛନ୍ତି, ସାର୍କର ମୃତଦେହକୁ  ଆଜି ବ୍ୟବଚ୍ଛେଦ କରାଯିବ।  ବ୍ୟବଚ୍ଛେଦ  ରିପୋର୍ଟ ଆସିଲେ ସାର୍କର କେମତି ମୃତ୍ୟୁ ଘଟିଲା ସେନେଇ ସ୍ପଷ୍ଟ ହେବ। ସାର୍କ ମାଛର କଣ୍ଟାକୁ ରଖାଯିବ।  କିନ୍ତୁ ତାହାର ମୃତଦେହକୁ କେମିକାଲ୍ସ ଦିଆଯାଇ ପୋତି ଦିଆଯିବ।

Related story