କାଲି ନିଖୋଜ ଥିଲେ, ଆଜି ମିଳିଲା ମୃତଦେହ

କୋଣାର୍କ (ସଞ୍ଜୟ ପତି): ଗତକାଲିଠୁ ନିଖୋଜ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଆଜି ଦେବୀ ନଦୀରୁ ଉଦ୍ଧାର ହୋଇଛି। ମୃତ ଛାତ୍ରୀ ଜଣଙ୍କ ହେଲେ ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ ବାଉରିଆକଣ ଗ୍ରାମର ରୁବିନା ସେଠୀ। ତାଙ୍କ ମୃତଦେହକୁ ଆଜି ସକାଳେ ଦେବୀ ନଦୀରୁ ଉଦ୍ଧାର କରାଯାଇଥିଲା। ରୁବିନାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। କାକଟପୁର ପୁଲିସ୍‌ ଘଟଣାର ତଦନ୍ତ କରୁଥିବା ବେଳେ ଜଣକୁ ଅଟକ ରଖିଛି। ମୃତଦେହ ବ୍ୟବଚ୍ଛେଦ […]

drown

Niharika Rout
  • Published: Thursday, 05 December 2019
  • , Updated: 05 December 2019, 01:09 PM IST

କୋଣାର୍କ (ସଞ୍ଜୟ ପତି): ଗତକାଲିଠୁ ନିଖୋଜ ଜଣେ ସପ୍ତମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ ଆଜି ଦେବୀ ନଦୀରୁ ଉଦ୍ଧାର ହୋଇଛି। ମୃତ ଛାତ୍ରୀ ଜଣଙ୍କ ହେଲେ ପୁରୀ ଜିଲ୍ଲା କାକଟପୁର ଥାନା ଅନ୍ତର୍ଗତ ବାଉରିଆକଣ ଗ୍ରାମର ରୁବିନା ସେଠୀ। ତାଙ୍କ ମୃତଦେହକୁ ଆଜି ସକାଳେ ଦେବୀ ନଦୀରୁ ଉଦ୍ଧାର କରାଯାଇଥିଲା। ରୁବିନାଙ୍କୁ ହତ୍ୟା କରାଯାଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ କରିଛନ୍ତି। କାକଟପୁର ପୁଲିସ୍‌ ଘଟଣାର ତଦନ୍ତ କରୁଥିବା ବେଳେ ଜଣକୁ ଅଟକ ରଖିଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଯାଇଛି।

ଗତକାଲି ସନ୍ଧ୍ୟାରୁ ରୁବିନା ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କର ସନ୍ଧାନ ନ ପାଇବାରୁ ଥାନାରେ ଅଭିଯୋଗ କରିଥିଲେ। ତେବେ ମୋବାଇଲ ଯାଞ୍ଚ ପରେ ରୁବିନା ସ୍ଥାନୀୟ ଅଞ୍ଚଳରେ ପାଇପ ମିସ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ସଦାଶିବ ଜେନା ନାମକ ଯୁବକ ସହ ଗତକାଲି ବହୁଥର କଥା ହୋଇଥିବା ଜଣାପଡ଼ିଥିଲା। ତେଣୁ ଏହି ହତ୍ୟାକାଣ୍ଡରେ ସଦାଶିବର ସମ୍ପୃକ୍ତି ଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ପୁଲିସ୍‌ ସଦାଶିବକୁ ଅଟକ ରଖି ତଦନ୍ତ ଜାରି ରଖିଛି । ତେବେ ଏହି ଘଟଣା ସମ୍ପର୍କରେ କାକଟପୁର ପୁଲିସ୍‌ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛି।

Related story