ରାସ୍ତାରେ ପଡ଼ିଛି ଶବ, କାନ୍ଧ ଦେବାକୁ ଆସୁ ନାହାନ୍ତି ଗାଁ ଲୋକ

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ବଞ୍ଚିଥିବା ବେଳେ ବାସନ୍ଦ କରିଦେଲେ ଗାଁ ଲୋକେ। ଶେଷରେ ମରିବା ପରେ ବି ୪ କାନ୍ଧ ଦେବାକୁ ଆଗେଇ ଆସିଲେନି। ମୃତକଙ୍କ ପତ୍ନୀ ଓ ଝିଅମାନେ ମୃତଦେହକୁ ମଶାଣିକୁ ନେବାକୁ ଚେଷ୍ଟା କରି ବିଫଳ ହେବାରୁ ଗତକାଲି ରାତିରୁ ରାସ୍ତାରେ ପଡ଼ି ରହିଛି ଶବ। ହେଲେ ସତ୍କାର ନିମନ୍ତେ କେହି ଧରାଛୁଆଁ ଦେଉ ନାହାନ୍ତି। ଏପରି  ହୃଦୟ ବିଦାରକ ଘଟଣା ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ପାଣିଭଣ୍ଡାର ଗାଁରେ ଦେଖିବାକୁ ମିଳିଛି। କଙ୍ଗାରୁ […]

nayagad

Niharika Rout
  • Published: Friday, 18 September 2020
  • , Updated: 18 September 2020, 12:47 PM IST

ନୟାଗଡ଼(ଆର୍ତ୍ତତ୍ରାଣ ପ୍ରଧାନ): ବଞ୍ଚିଥିବା ବେଳେ ବାସନ୍ଦ କରିଦେଲେ ଗାଁ ଲୋକେ। ଶେଷରେ ମରିବା ପରେ ବି ୪ କାନ୍ଧ ଦେବାକୁ ଆଗେଇ ଆସିଲେନି। ମୃତକଙ୍କ ପତ୍ନୀ ଓ ଝିଅମାନେ ମୃତଦେହକୁ ମଶାଣିକୁ ନେବାକୁ ଚେଷ୍ଟା କରି ବିଫଳ ହେବାରୁ ଗତକାଲି ରାତିରୁ ରାସ୍ତାରେ ପଡ଼ି ରହିଛି ଶବ। ହେଲେ ସତ୍କାର ନିମନ୍ତେ କେହି ଧରାଛୁଆଁ ଦେଉ ନାହାନ୍ତି। ଏପରି  ହୃଦୟ ବିଦାରକ ଘଟଣା ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା ଅନ୍ତର୍ଗତ ପାଣିଭଣ୍ଡାର ଗାଁରେ ଦେଖିବାକୁ ମିଳିଛି। କଙ୍ଗାରୁ କୋର୍ଟ ନିଷ୍ପତ୍ତି ଯୋଗୁ କିଭଳି ଗାଁ ଲୋକଙ୍କ ମାନବିକତା ହଜିଯାଏ, ତା’ର କରୁଣ ଚିତ୍ର ଏହି ଗାଁରେ ଦେଖିବାକୁ ମିଳିଛି।

ସୂଚନା ଅନୁଯାୟୀ, ଗାଁର ପ୍ରଫୁଲ ଡାକୁଆଙ୍କ ପରିବାରକୁ ବର୍ଷେ ପୂର୍ବେ ଗାଁ କଙ୍କାରୁ କୋର୍ଟରେ ବାସନ୍ଦ କରାଯାଇଥିଲା। ଫଳରେ ତାଙ୍କ ସହ ଗାଁ ଲୋକେ କଥାବାର୍ତ୍ତା କରୁ ନ ଥିଲେ।  ଗତକାଲି ତାଙ୍କ ମୃତ୍ୟୁ ଘଟିଥିଲା।  ଘରେ କେହି ପୁରୁଷ ନ ଥିବାରୁ ଶବ ସତ୍କାର ନିମନ୍ତେ ମୃତକଙ୍କ ପତ୍ନୀ ଓ ୨ ଝିଅ ଗାଁ ଲୋକଙ୍କୁ କାକୁତି ମିନତୀ ହେବା ସତ୍ତ୍ୱେ କେହି ଶୁଣି ନ ଥିଲେ।

ଶେଷରେ  ସେମାନେ ମୃତଦେହ ମଶାଣିକୁ ନେବାକୁ ଚେଷ୍ଟା କରିଥିଲେ। ମାତ୍ର ମୃତଦେହକୁ ଘରୁ ବହୁ କଷ୍ଟରେ ରାସ୍ତା ଉପରକୁ ଆଣିବା ପରେ ଆଉ ମଶାଣିକୁ ନେଇପାରି ନ ଥିଲେ। ଫଳରେ ଗତକାଲିଠୁ ମୃତଦେହ ଗାଁ ରାସ୍ତାରେ ପଡ଼ି ରହିଛି।  ଏହାପରେ ମଧ୍ୟ ଶବ ସତ୍କାର ପାଇଁ ଗ୍ରାମବାସୀ ସହଯୋଗ କରୁ ନାହାନ୍ତି। ଘଟଣାସ୍ଥଳରେ ଶରଣକୂଳ ଥାନା ପୁଲିସ ଏବଂ ତହସିଲଦାର ପହଞ୍ଚି  ଗାଁ ଲୋକଙ୍କୁ ବୁଝାଶୁଝା କରୁଥିବା ଜଣାପଡିଛି ।

Related story