ପୋଲ ତଳୁ ମିଳିଲା ମୃତଦେହ, ହତ୍ୟା ଅଭିଯୋଗ

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ମନମୁଣ୍ଡା-ଶଗଡ ରାସ୍ତା ମେହେରୁଣି ପୋଲ ତଳୁ ଏକ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତକଙ୍କ ନାଁ ଚିନ୍ମୟ ମହାକୁଡ। ଘଟଣାସ୍ଥଳରେ ଚିନ୍ମୟଙ୍କ ମୃତଦେହ ସହିତ ଏକ ବାଇକ୍‌ ମଧ୍ୟ ପଡିଥିଲା। ପୋଲରୁ ପ୍ରାୟ ୧୦ ପୁଟ ତଳେ ଚିନ୍ମୟଙ୍କ ମୃତଦେହ ଓ ବାଇକ୍‌ ପଡିଥିଲା। ତେଣୁ ଏହା ଦୁର୍ଘଟଣା ବି ହୋଇଥାଇ ପାରେ ବୋଲି କୁହାଯାଉଛି। ଶବ ବ୍ୟବଚ୍ଛେଦ ରିପୋର୍ଟ […]

deadbody

Niharika Rout
  • Published: Wednesday, 19 February 2020
  • , Updated: 19 February 2020, 01:36 PM IST

ବୌଦ୍ଧ(ଭାର୍ଜନ କୁମାର ପ୍ରଧାନ): ବୌଦ୍ଧ ଜିଲ୍ଲା ମନମୁଣ୍ଡା-ଶଗଡ ରାସ୍ତା ମେହେରୁଣି ପୋଲ ତଳୁ ଏକ ମୃତଦେହ ଉଦ୍ଧାର କରାଯାଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତକଙ୍କ ନାଁ ଚିନ୍ମୟ ମହାକୁଡ।

ଘଟଣାସ୍ଥଳରେ ଚିନ୍ମୟଙ୍କ ମୃତଦେହ ସହିତ ଏକ ବାଇକ୍‌ ମଧ୍ୟ ପଡିଥିଲା। ପୋଲରୁ ପ୍ରାୟ ୧୦ ପୁଟ ତଳେ ଚିନ୍ମୟଙ୍କ ମୃତଦେହ ଓ ବାଇକ୍‌ ପଡିଥିଲା। ତେଣୁ ଏହା ଦୁର୍ଘଟଣା ବି ହୋଇଥାଇ ପାରେ ବୋଲି କୁହାଯାଉଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ। ପୁଲିସ୍‌ ଘଟଣାର ଖୋଳତାଡ ଜାରି ରଖିଛି।

Related story