ବିଦ୍ୟାଳୟରୁ ଶିକ୍ଷକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

କୋଣାର୍କ (ସଞ୍ଜୟ ପତି): ପୁରୀ ଜିଲ୍ଲା ନିମାପଡା ଥାନା ଅନ୍ତର୍ଗତ ଧିରପୁର ଗାଁରେ ଥିବା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଜଣେ ଶିକ୍ଷକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରଯାଇଛି।ମୃତ ବ୍ୟକ୍ତି ଜଣଙ୍କ ହେଲେ ଆର୍ତ୍ତତ୍ରାଣ ସ୍ୱାଇଁ। ତାଙ୍କୁ ୫୦ ବର୍ଷ ହୋଇଥିଲା। ଆଜି ସକାଳେ ଆର୍ତ୍ତତ୍ରାଣ ଘରୁ ବାହାରି ସ୍କୁଲକୁ ଆସିଥିଲେ। ସ୍କୁଲରେ ପହଞ୍ଚି ଏକ ଶ୍ରେଣୀ ଗୃହ କବାଟ ଭିତର ପଟୁ ବନ୍ଦ କରି ଦେଇଥିଲେ । ସ୍କୁଲ ଟାଇମ୍‌ ହେବାରୁ ଛାତ୍ର ଛାତ୍ରୀ […]

deadbody

Tapaswini Nayak
  • Published: Wednesday, 19 February 2020
  • , Updated: 19 February 2020, 02:10 PM IST

କୋଣାର୍କ (ସଞ୍ଜୟ ପତି): ପୁରୀ ଜିଲ୍ଲା ନିମାପଡା ଥାନା ଅନ୍ତର୍ଗତ ଧିରପୁର ଗାଁରେ ଥିବା ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ
ଜଣେ ଶିକ୍ଷକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରଯାଇଛି।ମୃତ ବ୍ୟକ୍ତି ଜଣଙ୍କ ହେଲେ ଆର୍ତ୍ତତ୍ରାଣ ସ୍ୱାଇଁ। ତାଙ୍କୁ ୫୦ ବର୍ଷ ହୋଇଥିଲା।

ଆଜି ସକାଳେ ଆର୍ତ୍ତତ୍ରାଣ ଘରୁ ବାହାରି ସ୍କୁଲକୁ ଆସିଥିଲେ। ସ୍କୁଲରେ ପହଞ୍ଚି ଏକ ଶ୍ରେଣୀ ଗୃହ କବାଟ ଭିତର ପଟୁ ବନ୍ଦ କରି ଦେଇଥିଲେ ।
ସ୍କୁଲ ଟାଇମ୍‌ ହେବାରୁ ଛାତ୍ର ଛାତ୍ରୀ ଓ ଅନ୍ୟ କର୍ମଚାରୀ ସ୍କୁଲରେ ପହଞ୍ଚି ଶିକ୍ଷକଙ୍କ ମୃତଦେହ ଫ୍ୟାନ୍‌ରେ ଝୁଲୁଥିବା ଦେଖିଥିଲେ। ଖବର ପାଇ ପୁଲିସ୍‌ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି।

ମୃତ ଶିକ୍ଷକଙ୍କ ପରିବାର ଲୋକଙ୍କୁ ପଚରାଉଚରା କରୁଛି ପୁଲିସ୍। ଋଣ ବୋଝ କାରଣରୁ ଆର୍ତ୍ତତ୍ରାଣ  ଆତ୍ମହତ୍ୟା କରିଛନ୍ତି ବୋଲି ସନ୍ଦେହ କରାଯାଉଛି।

Related story