ମନ୍ଦାରମଣି ସମୁଦ୍ର କୂଳରେ ଲାଗିଲା ନୀଳ ତିମି

ଜଳେଶ୍ୱର(ଅଜିତ ଦାସ): ଜଳେଶ୍ୱର ନିକଟ ପଶ୍ଚିମବଙ୍ଗର ମେଦିନିପୁର ଜିଲ୍ଲା ସମୁଦ୍ର କୂଳରୁ ଏକ ବିଶାଳ ମୃତ ତିମି ଉଦ୍ଧାର ହୋଇଛି । ମନ୍ଦାରମଣି ସମୁଦ୍ର କୂଳରେ  ଗତ କାଲି ଲାଗିଥିବା ଏହି ତିମିର ଲମ୍ବ ୪୫ ଫୁଟ ଓ ଚଉଡ଼ା ୧୦ ଫୁଟ ହେବ ବୋଲି ପଶ୍ଚିମବଙ୍ଗ ବନ ବିଭାଗ ସୂଚନା ଦେଇଛି । ଏହାକୁ ସ୍ଥାନୀୟ ଲୋକେ ନୀଳ ତିମି ବୋଲି ମଧ୍ୟ କହୁଛନ୍ତି। ତେବେ ତିମିଟି କିପରି ମୃତ୍ୟୁବରଣ କଲା ତାହା ସ୍ପଷ୍ଟ ହୋଇନାହିଁ […]

fish-3-1

fish-3-1

Niharika Rout
  • Published: Tuesday, 30 June 2020
  • Updated: 30 June 2020, 08:48 AM IST

ଜଳେଶ୍ୱର(ଅଜିତ ଦାସ): ଜଳେଶ୍ୱର ନିକଟ ପଶ୍ଚିମବଙ୍ଗର ମେଦିନିପୁର ଜିଲ୍ଲା ସମୁଦ୍ର କୂଳରୁ ଏକ ବିଶାଳ ମୃତ ତିମି ଉଦ୍ଧାର ହୋଇଛି । ମନ୍ଦାରମଣି ସମୁଦ୍ର କୂଳରେ  ଗତ କାଲି ଲାଗିଥିବା ଏହି ତିମିର ଲମ୍ବ ୪୫ ଫୁଟ ଓ ଚଉଡ଼ା ୧୦ ଫୁଟ ହେବ ବୋଲି ପଶ୍ଚିମବଙ୍ଗ ବନ ବିଭାଗ ସୂଚନା ଦେଇଛି । ଏହାକୁ ସ୍ଥାନୀୟ ଲୋକେ ନୀଳ ତିମି ବୋଲି ମଧ୍ୟ କହୁଛନ୍ତି। ତେବେ ତିମିଟି କିପରି ମୃତ୍ୟୁବରଣ କଲା ତାହା ସ୍ପଷ୍ଟ ହୋଇନାହିଁ ।

ତିମିକୁ ଗତକାଲି ସମୁଦ୍ର ନିକଟବର୍ତ୍ତୀ ଅଞ୍ଚଳରେ ପୋତି ଦିଆଯାଇଥିବା ବେଳେ ପରେ ତାହାର କଙ୍କାଳକୁ ନେଇ ପଶ୍ଚିମବଙ୍ଗ ସଂଗ୍ରହାଳୟରେ ସୁରକ୍ଷିତ ଭାବେ ରଖାଯିବ ବୋଲି ବନ ବିଭାଗ ସୂଚନା ଦେଇଛି  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos