ବାଘ ଛାଲ ଓ ହାତୀଦାନ୍ତ ବିକ୍ରି ପାଇଁ ଡିଲ୍ ଚାଲିଥିବା ରେଡ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଥମୁନି ବନ୍ୟଜନ୍ତୁ ସାମଗ୍ରୀ କାରବାର।  ନୟାଗଡ଼ ଜିଲ୍ଲା ଗଣିଆ-ଚାମୁଣ୍ଡିଆ ରୋଡ୍ ମାଆ କଳାପାଟ ମନ୍ଦିର ନିକଟରେ ରେଡ୍ କରି ଏସଟିଏଫ୍ ଦୁଇ ଜଣଙ୍କୁ ଗିରଫ କରିଛି।  ଗତକାଲି ଏହି ରେଡ୍ ହୋଇଥିଲା।  କଲରାପତରିଆ ଛାଲ ଓ ହାତୀଦାନ୍ତ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଏହି ରେଡ୍ କରିଥିଲା ଏସ୍‌ଟିଏଫ୍। ଘଟଣାସ୍ଥଳରୁ ଗୋଟିଏ କଲରାପତରିଆ ବାଘ ଛାଲ ଓ ୨ଟି ହାତୀ ଦାନ୍ତ ଜବତ କରାଯାଇଛି।  ତା’ସହିତ […]

690

Tapas Behera
  • Published: Sunday, 25 April 2021
  • , Updated: 25 April 2021, 03:45 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଥମୁନି ବନ୍ୟଜନ୍ତୁ ସାମଗ୍ରୀ କାରବାର।  ନୟାଗଡ଼ ଜିଲ୍ଲା ଗଣିଆ-ଚାମୁଣ୍ଡିଆ ରୋଡ୍ ମାଆ କଳାପାଟ ମନ୍ଦିର ନିକଟରେ ରେଡ୍ କରି ଏସଟିଏଫ୍ ଦୁଇ ଜଣଙ୍କୁ ଗିରଫ କରିଛି।  ଗତକାଲି ଏହି ରେଡ୍ ହୋଇଥିଲା।  କଲରାପତରିଆ ଛାଲ ଓ ହାତୀଦାନ୍ତ ବିକ୍ରି ପାଇଁ ଡିଲ୍ ଚାଲିଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଏହି ରେଡ୍ କରିଥିଲା ଏସ୍‌ଟିଏଫ୍।

ଘଟଣାସ୍ଥଳରୁ ଗୋଟିଏ କଲରାପତରିଆ ବାଘ ଛାଲ ଓ ୨ଟି ହାତୀ ଦାନ୍ତ ଜବତ କରାଯାଇଛି।  ତା’ସହିତ ଅନ୍ୟ କେତେକ ସାମଗ୍ରୀ ମଧ୍ୟ ଜବତ କରାଯାଇଛି।  ବାଘ ଛାଲ ଓ ହାତୀ ଦାନ୍ତକୁ ଅଧିକ ପରୀକ୍ଷା ପାଇଁ ଡେରାଡୁନର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଓ୍ୱାଇଲ୍ଡ ଲାଇଫକୁ ପଠାଯିବ।  ଗିରଫ ହୋଇଥିବା ୨ ଅଭିଯୁକ୍ତ ହେଲେ  କଟକ ନରସିଂହପୁର ଅ଼ଞ୍ଚଳର ରମେଶ ପ୍ରତିହାରି ଓ

ନୟାଗଡ଼ ଜିଲ୍ଲା ବେଠିଆ ସାହିର ବିମ୍ବାଧର ତରେଇ।  ଏ ନେଇ ଏକ ମାମଲା ମଧ୍ୟ ରୁଜୁ କରାଯାଇଛି।  ଏସ୍‌ଟିଏଫ୍‌ର ସୂଚନା ଅନୁସାରେ ବର୍ଷେ ଭିତରେ ୧୩ଟି କଲରାପତରିଆ ବାଘ ଛାଲ, ୯ଟି ହାତୀ ଦାନ୍ତ, ୨ଟି ହରିଣ ଛାଲ, ୩ଟି ବଜ୍ରକାପ୍ତା, ୫ କେଜି ବଜ୍ରକାପ୍ତା କାତି ଜବତ କରାଯାଇଛି।  ୧୫ଟି ମାମଲା ରୁଜୁ କରାଯାଇ ୨୭ ଜଣଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି।

Related story