ଜଣଙ୍କ ଜୀବନ ନେଲା ବାର୍‌ହା, ୭ ଚାଷୀ ଗୁରୁତର

ଖଲ୍ଲିକୋଟ(ସିଲୁ ବିଶ୍ୱାଳ): ବିଲରେ ଫସଲ ଦେଖିରଖା କରିବାକୁ ଯାଇଥିଲେ। ହଠାତ୍ ପଛରୁ ଆକ୍ରମଣ କଲା ବାର୍‌ହା। ମୋଟ ୮ ଜଣ ଚାଷୀଙ୍କୁ ବାର୍‌ହା ଆକ୍ରମଣ କରିଥିବା ବେଳେ ସେଥିମଧ୍ୟରୁ ଜଣଙ୍କ ଜୀବନ ନେଇଛି। ଅନ୍ୟ ୭ ଜଣ ଗୁରୁତର ହୋଇଛନ୍ତି। ଗଞ୍ଜାମ ଜିଲ୍ଲା କୋଦଳା ଥାନା ଜେ.ରାମପଲ୍ଲୀ  ଗ୍ରାମରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି। ମୃତ ମହିଳା ଜଣଙ୍କ ଜେ.ରାମପଲ୍ଲୀର ଭାନୂ ସ୍ୱାଇଁ। ବାର୍‌ହା ଆକ୍ରମଣ ପରେ ସମସ୍ତ ଗୁରୁତରଙ୍କୁ ପ୍ରଥମେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ […]

att

att

Niranjan Mishra
  • Published: Sunday, 06 November 2022
  • Updated: 06 November 2022, 04:47 PM IST

Sports

Latest News

ଖଲ୍ଲିକୋଟ(ସିଲୁ ବିଶ୍ୱାଳ): ବିଲରେ ଫସଲ ଦେଖିରଖା କରିବାକୁ ଯାଇଥିଲେ। ହଠାତ୍ ପଛରୁ ଆକ୍ରମଣ କଲା ବାର୍‌ହା। ମୋଟ ୮ ଜଣ ଚାଷୀଙ୍କୁ ବାର୍‌ହା ଆକ୍ରମଣ କରିଥିବା ବେଳେ ସେଥିମଧ୍ୟରୁ ଜଣଙ୍କ ଜୀବନ ନେଇଛି। ଅନ୍ୟ ୭ ଜଣ ଗୁରୁତର ହୋଇଛନ୍ତି। ଗଞ୍ଜାମ ଜିଲ୍ଲା କୋଦଳା ଥାନା ଜେ.ରାମପଲ୍ଲୀ  ଗ୍ରାମରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି। ମୃତ ମହିଳା ଜଣଙ୍କ ଜେ.ରାମପଲ୍ଲୀର ଭାନୂ ସ୍ୱାଇଁ।

ବାର୍‌ହା ଆକ୍ରମଣ ପରେ ସମସ୍ତ ଗୁରୁତରଙ୍କୁ ପ୍ରଥମେ କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ପରେ ବ୍ରହ୍ମପୁର MKCGକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ମୁତାବକ, ଭାନୂ ସକାଳେ ନିଜ ଧାନ ବିଲକୁ କ୍ଷେତ ସ୍ଥିତି ଦେଖିବାକୁ ଯାଇଥିଲେ। ସେଠାରେ ତାଙ୍କୁ ବାହରା ଆକ୍ରମଣ କରିଥିଲା। ଏହାଦେଖି ଆଖପାଖ ବିଲର କାମ କରୁଥିବା ଚାଷୀମାନେ ଭାନୂଙ୍କ ଉଦ୍ଧାର କରିବା ନିମନ୍ତେ ପହଞ୍ଚ ଥିଲେ। ବାର୍‌ହାକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ହେଲେ ଏହି ବାର୍‌ହା ସେମାନକୁ ମଧ୍ୟ ଆକ୍ରମଣ କରିଥିଲା।

ତେବେ ବାର୍‌ହା ଚାଲିଯିବା ପରେ ସମସ୍ତ ଗୁରୁତରଙ୍କୁ ଗାଁ ଲୋକେ ଉଦ୍ଧାର କରି ଡାକ୍ତରଖାନା ନେଇଥିଲେ। ସେଠାରୁ ଭାନୂଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ଖବର ପାଇ ପୋଲସରା ରେଞ୍ଜର କୋଦଳା ମେଡିକାଲରେ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos