ଅଗଷ୍ଟରେ ବଢ଼ୁଛି ମୃତ୍ୟୁ ସଂଖ୍ୟା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଣି କରୋନା ସଂକ୍ରମଣରେ ରେକର୍ଡ । ଦିନକରେ ଚିହ୍ନଟ ହୋଇଛନ୍ତି ୧୯୮୧ ନୂଆ ପଜିଟିଭ୍ । ଅଗଷ୍ଟରେ ମୃତ୍ୟୁର ଧାରାରେ ବି ନାହିଁ ବ୍ରେକ୍ । ଆଜି ପୁଣି ୯ଜଣଙ୍କ ଜୀବନ ହାନି ପରେ ସଂଖ୍ୟା ୩୧୪କୁ ବୃଦ୍ଧି ପାଇଛି। ସେପଟେ ଆଇଏଲଏସ୍ ନିର୍ଦ୍ଦେଶକ କହିଛନ୍ତି, କରୋନା ସଂକ୍ରମିତ ଥାଇ ଅନ୍ୟ ରୋଗରେ ମୃତ୍ୟୁ ଘଟୁଥିବା ରୋଗୀଙ୍କ ସଂଖ୍ୟା ଅଧିକ। ତେବେ ଓଡ଼ିଶାର ସ୍ଥିତି ଅନ୍ୟରାଜ୍ୟ ମାନଙ୍କ ତୁଳନାରେ ଭଲ । ସେପଟେ […]

coronavvrus--1

coronavvrus--1

Tapas Behera
  • Published: Thursday, 13 August 2020
  • Updated: 13 August 2020, 07:50 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ପୁଣି କରୋନା ସଂକ୍ରମଣରେ ରେକର୍ଡ । ଦିନକରେ ଚିହ୍ନଟ ହୋଇଛନ୍ତି ୧୯୮୧ ନୂଆ ପଜିଟିଭ୍ । ଅଗଷ୍ଟରେ ମୃତ୍ୟୁର ଧାରାରେ ବି ନାହିଁ ବ୍ରେକ୍ । ଆଜି ପୁଣି ୯ଜଣଙ୍କ ଜୀବନ ହାନି ପରେ ସଂଖ୍ୟା ୩୧୪କୁ ବୃଦ୍ଧି ପାଇଛି। ସେପଟେ ଆଇଏଲଏସ୍ ନିର୍ଦ୍ଦେଶକ କହିଛନ୍ତି, କରୋନା ସଂକ୍ରମିତ ଥାଇ ଅନ୍ୟ ରୋଗରେ ମୃତ୍ୟୁ ଘଟୁଥିବା ରୋଗୀଙ୍କ ସଂଖ୍ୟା ଅଧିକ। ତେବେ ଓଡ଼ିଶାର ସ୍ଥିତି ଅନ୍ୟରାଜ୍ୟ ମାନଙ୍କ ତୁଳନାରେ ଭଲ । ସେପଟେ କରୋନା ସଂକ୍ରମଣର ଭୟାବହତାକୁ ଦେଖି ଟ୍ୱିନ୍‌ସିଟି ସହ ଯାଜପୁର ଜିଲ୍ଲାରେ ଏଥର ମଣ୍ଡପରେ ଗଣେଶ ପୂଜା ନକରିବାକୁ ପ୍ରଶାସନିକ ନିଷ୍ପତ୍ତି ହୋଇଛି।

ଅଗଷ୍ଟରେ ଉଗ୍ରରୂପ। ରେକର୍ଡ ଭାଙ୍ଗୁଛି ସଂକ୍ରମଣ। ମୃତ୍ୟୁରେ ବି ନାହିଁ ବ୍ରେକ୍। ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ପୁଣି ସର୍ବାଧିକ  ୧୯୮୧ ଜଣ ନୂଆ କରୋନା ପଜିଟିଭ୍ । ଯାହାଙ୍କ ମଧ୍ୟରୁ ୧୨୨୫ କ୍ୱାରେଣ୍ଟିନ ସେଣ୍ଟରରୁ ଥିବାବେଳେ ୭୫୬ ଲୋକାଲ୍ କେସ୍ । ଆଜି ଖୋର୍ଦ୍ଧା ଜିଲ୍ଲାରୁ ପୁଣି ଚିହ୍ନଟ ହୋଇଛନ୍ତି ସବୁଠୁ ବେଶୀ ୨୭୪ ଆକ୍ରାନ୍ତ। ସେହିପରି ଗଂଜାମରୁ ୨୬୭, କନ୍ଧମାଳରୁ ୧୭୯, କଟକରୁ ୧୩୧ ଓ ବାଲେଶ୍ୱରରୁ ୫୯, ଭଦ୍ରକରୁ ୬୫ ଓ ଯାଜପୁରରୁ ୬୦ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଗତକାଲି ଭଳି ଆଜି ମଧ୍ୟ ୯ଜଣଙ୍କ ଜୀବନ ଯାଇଛି। କେବଳ ଗଞ୍ଜାମରୁ ୩ ଜଣ ଥିବାବେଳେ କଟକ ଓ ମୟୂରଭଞ୍ଜ ଜିଲ୍ଲାରୁ ୨ ଜଣ ଲେଖାଏଁ ଅଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୧୪କୁ ବୃଦ୍ଧି ପାଇଛି । ତେବେ ଚିନ୍ତା ବଢ଼ାଇଛି ଅଗଷ୍ଟରେ ମୃତ୍ୟୁର ନନ୍‌ଷ୍ଟପ୍ ଟ୍ରେଣ୍ଡ।  ଚଳିତ ମାସ ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ ପରିସଂଖ୍ୟାନକୁ ଦେଖିଲେ ଗତ ୧୦ ତାରିଖରେ ସର୍ବାଧିକ ୧୪ ଜଣଙ୍କ ପ୍ରାଣ ଯାଇଥିଲା ହେଲେ ବାକି କୌଣସି ଗୋଟିଏ ବି ଦିନ ୯ ତଳକୁ ଖସିନି ସଂଖ୍ୟା । ଅଗଷ୍ଟ ୧, ୨, ୩ , ୬ ଓ ୧୧ରେ ନିଇତି ୧୦ଜଣ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ଯାଇଥିବାବେଳେ ୪ ଓ ୫ ତାରିଖ ସହ ଗତକାଲି  ଓ ଆଜି ଦୈନିକ ୯ଜଣ ଲେଖାଏଁ ପ୍ରାଣ ହରାଇଛନ୍ତି । ତେବେ ମୃତ୍ୟୁର ଏହି କ୍ରମାଗତ ଧାରାକୁ ନେଇ ଆଇଏଲଏସ୍ ନିର୍ଦ୍ଦେଶକ କହିଛନ୍ତି, କରୋନା ପଜିଟିଭ୍ ଥାଇ ଅନ୍ୟ ରୋଗରେ ମୃତ୍ୟୁ ଘଟୁଥିବା ରୋଗୀଙ୍କ ସଂଖ୍ୟା ଅଧିକ । ତେବେ ମୃତ୍ୟୁରେ ଅନ୍ୟରାଜ୍ୟ ମାନଙ୍କ ତୁଳନାରେ ଓଡ଼ିଶାର ସ୍ଥିତି ଭଲ।

ସେପଟେ ଗଂଜାମ ଓ ଖୋର୍ଦ୍ଧା ଜିଲ୍ଲାକୁ ଛାଡ଼ି ଗତ କିଛି ଦିନ ହେଲା ଭିନ୍ନ ଭିନ୍ନ ଦିନରେ ଯେଉଁସବୁ ଅନ୍ୟ ଜିଲ୍ଲାରେ ବି ପଜିଟିଭ୍ ସଂଖ୍ୟା ୧୦୦ ଉପରେ ରହୁଛି, ତାକୁ ନେଇ ମଧ୍ୟ ବଢିଛି ଟେନ୍ସନ୍ ଏହି ତାଲିକାରେ ଅଛନ୍ତି କଟକ, ସୁନ୍ଦରଗଡ଼, ସମ୍ବଲପୁର, ଢେଙ୍କାନାଳ ଓ କନ୍ଧମାଳ । ଏମିତିକି ସ୍ଥିତି ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ସମୟରେ ଖୋର୍ଦ୍ଧା, ସୁନ୍ଦରଗଡ, କଟକ ଓ ଯାଜପୁର ଜିଲ୍ଲାକୁ ଅଧିକ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଆରଏମଆରସି ନିର୍ଦ୍ଦେଶିକା କହିଛନ୍ତି  ଆଗେ ଗଂଜାମ ଓ ଏବେ ଖୋର୍ଦ୍ଧା ଜିଲ୍ଲାରେ କରୋନା ପିକ୍ ଷ୍ଟେଜରେ ରହିଛି। ଆଗକୁ ଆଉ କିଛି ଜିଲ୍ଲାରେ ମଧ୍ୟ ପିକ୍‌କୁ ଯାଇ ତାପରେ ନିମ୍ନଗାମୀ ହେବ।

ସେପଟେ କରୋନା ସଂକ୍ରମଣ କମି ନଥିବାରୁ ଏଥର ଏବର୍ଷ କଟକ ଓ ଭୁବନେଶ୍ୱରରେ କୌଣସି ମଣ୍ଡପରେ ହେବନି ଗଣେଶ ପୂଜା । ଏନେଇ କମିଶନରେଟ ପୋଲିସ ଟୁଇଟ୍ କରି ସୂଚନା ଦେଇଛି। ସେହିପରି କରୋନା ଭୟାବହତାକୁ ଦେଖି ଯାଜପୁର ଜିଲ୍ଲା ପ୍ରଶାସନ ମଧ୍ୟ ନେଇଛି ଅନୁରୂପ ନିଷ୍ପତ୍ତି । କେବଳ ମଣ୍ଡପ ନୁହେଁ ଶିକ୍ଷାନୁଷ୍ଠାନରେ ବି ଗଣେଷ ପୂଜା ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story