ନାବାଳିକା ଦୁଷ୍କର୍ମକାରୀଙ୍କୁ ମିଳିବ ଫାଶୀ: ଆସିପାରେ ନୂଆ ଆଇନ୍‌

ନୂଆଦିଲ୍ଲୀ: ୧୨ ବର୍ଷରୁ କମ୍ ବୟସରେ ପିଲାଙ୍କ ସହିତ ଦୁଷ୍କର୍ମ କଲେ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ମିଳିବ। ଏନେଇ ଖୁବଶୀଘ୍ର ଆଇନ୍‌ ଆଣିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ପୋକ୍ସୋ(pocsoc- Protection of Children from Sexual Offences ) ଆକ୍ଟରେ ସଂଶୋଧନ କରି ଏକ ଅଧ୍ୟାଦେଶ ଆଣିବାକୁ ସରକାର ଯୋଜନା କରୁଛନ୍ତି। ଏନେଇ ଶୁକ୍ରବାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ସରକାର। ବର୍ତ୍ତମାନର ନିୟମ ଅନୁସାରେ ଏଭଳି ଅପରାଧ ପାଇଁ ସର୍ବାଧିକ ଦଣ୍ଡ ହିସାବରେ ଆଜୀବନ ଜେଲ୍‌ ଓ ସର୍ବନିମ୍ନ […]

death

Rakesh Mallick
  • Published: Friday, 20 April 2018
  • , Updated: 20 April 2018, 10:26 PM IST

ନୂଆଦିଲ୍ଲୀ: ୧୨ ବର୍ଷରୁ କମ୍ ବୟସରେ ପିଲାଙ୍କ ସହିତ ଦୁଷ୍କର୍ମ କଲେ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ମିଳିବ। ଏନେଇ ଖୁବଶୀଘ୍ର ଆଇନ୍‌ ଆଣିବାକୁ ଯୋଜନା କରୁଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ପୋକ୍ସୋ(pocsoc- Protection of Children from Sexual Offences ) ଆକ୍ଟରେ ସଂଶୋଧନ କରି ଏକ ଅଧ୍ୟାଦେଶ ଆଣିବାକୁ ସରକାର ଯୋଜନା କରୁଛନ୍ତି। ଏନେଇ ଶୁକ୍ରବାର ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ସରକାର। ବର୍ତ୍ତମାନର ନିୟମ ଅନୁସାରେ ଏଭଳି ଅପରାଧ ପାଇଁ ସର୍ବାଧିକ ଦଣ୍ଡ ହିସାବରେ ଆଜୀବନ ଜେଲ୍‌ ଓ ସର୍ବନିମ୍ନ ୭ ବର୍ଷ ଜେଲ୍‌ ଦଣ୍ଡବିଧାନ ରହିଛି। ଯଦି ନୂଆ ଆଇନ୍‌ ଆସେ ତା’ହେଲେ ୧୨ ବର୍ଷରୁ କମ୍‌ ବୟସର ଝିଅଙ୍କ ସହିତ ଦୁଷ୍କର୍ମ କଲେ ଫାଶୀ ଦଣ୍ଡ ମିଳିବ।

 ଏହି ଘଟଣାରେ ପୂର୍ବରୁ ସୁପ୍ରିମକୋର୍ଟରେ ଅଲଖ ଆଲୋକ ଶ୍ରୀବାସ୍ତ ନାମକ ଜଣେ ଆଇନଜୀବୀ ଏକ ଜନସ୍ୱାର୍ଥ ମାମଲା ଦାଏର କରିଥିଲେ। ଏଥିରେ ନାବାଳିକାଙ୍କ ସହିତ ଦୁଷ୍କର୍ମ କଲେ କଡ଼ା ଦଣ୍ଡବିଧାନ ବ୍ୟବସ୍ଥା କରାଯିବାକୁ ଆବେଦନ କରାଯାଇଥିଲା। ଏ ନେଇ କୋର୍ଟ ସରକାରଙ୍କୁ  ଜବାବ ମାଗିଥିଲେ। ଦେଶରେ ନାବାଳିକା ଦୁଷ୍କର୍ମକାରୀଙ୍କୁ ଫାଶୀ ଦେବାକୁ ଦାବି ହେଉଥିବା ଦେଖି ସରକାର ମୃତ୍ୟୁଦଣ୍ଡକୁ କାର୍ଯ୍ୟକାରୀ କରିବା ନେଇ କାମ ଆରମ୍ଭ କରିଦେଇଥିବା କୋର୍ଟଙ୍କୁ କହିଛନ୍ତି। ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ଆସନ୍ତା ଶୁକ୍ରବାର କରାଯିବ।

Related story