ଓଡିଶାରେ ୩୧% କମିଛି ବଜ୍ରପାତ ଜନିତ ମୃତ୍ୟୁ, ଟେକ୍ନୋଲୋଜି ନେଇଛି ବଡ଼ ଭୂମିକା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଭିନ୍ନ ବିପର୍ଯ୍ୟୟ ମଧ୍ୟରୁ ଓଡ଼ିଶାରେ ପ୍ରତିବର୍ଷ ବଜ୍ରାଘାତ ଜନିତ ମୃତ୍ୟୁସଂଖ୍ୟା ଚିନ୍ତାର କାରଣ ପାଲଟିଥାଏ। କିନ୍ତୁ ଚଳିତ ବର୍ଷ ଟେକ୍ନୋଲୋଜିର ସଫଳ ଉପଯୋଗ କରି ବଜ୍ରପାତ ବାବଦରେ ଲୋକଙ୍କୁ ଆଗୁଆ ସତର୍କ ସୂଚନା ଦିଆଯାଇଥିବାରୁ ମୃତ୍ୟୁସଂଖ୍ୟା ୩୧% ହ୍ରାସ ପାଇଛି। ଆଗୁଆ ସତର୍କ ସୂଚନା ମୃତ୍ୟୁ ସଂଖ୍ୟା ହ୍ରାସ ପାଇବାର ପ୍ରମୁଖ କାରଣ ବୋଲି ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି। ରାଜ୍ୟରେ ୨୦୧୫-୧୬ ଏବଂ ୨୦୧୬-୧୭ରେ ବଜ୍ରାଘାତରେ ମୃତ୍ୟୁ ସଂଖ୍ୟା […]

lightening

Subrat Kumar Nayak
  • Published: Sunday, 14 July 2019
  • , Updated: 14 July 2019, 04:15 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଭିନ୍ନ ବିପର୍ଯ୍ୟୟ ମଧ୍ୟରୁ ଓଡ଼ିଶାରେ ପ୍ରତିବର୍ଷ ବଜ୍ରାଘାତ ଜନିତ ମୃତ୍ୟୁସଂଖ୍ୟା ଚିନ୍ତାର କାରଣ ପାଲଟିଥାଏ। କିନ୍ତୁ ଚଳିତ ବର୍ଷ ଟେକ୍ନୋଲୋଜିର ସଫଳ ଉପଯୋଗ କରି ବଜ୍ରପାତ ବାବଦରେ ଲୋକଙ୍କୁ ଆଗୁଆ ସତର୍କ ସୂଚନା ଦିଆଯାଇଥିବାରୁ ମୃତ୍ୟୁସଂଖ୍ୟା ୩୧% ହ୍ରାସ ପାଇଛି। ଆଗୁଆ ସତର୍କ ସୂଚନା ମୃତ୍ୟୁ ସଂଖ୍ୟା ହ୍ରାସ ପାଇବାର ପ୍ରମୁଖ କାରଣ ବୋଲି ସ୍ୱତନ୍ତ୍ର ରିଲିଫ୍‌ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

ରାଜ୍ୟରେ ୨୦୧୫-୧୬ ଏବଂ ୨୦୧୬-୧୭ରେ ବଜ୍ରାଘାତରେ ମୃତ୍ୟୁ ସଂଖ୍ୟା ୪୦୧ ଲେଖାଏ ରହିଥିଲା। କିନ୍ତୁ ୨୦୧୭-୧୮ରେ ମୃତ୍ୟୁସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ପାଇ ୪୬୫ ଛୁଇଁଥିଲା। କିନ୍ତୁ ୨୦୧୮-୧୯ରେ ଏହା ୩୨୦କୁ ଖସିଆସିଛି। ତୁଳନାତ୍ମକ ଭାବେ ବିଚାର କଲେ ଏଥିରେ ୩୧% ହ୍ରାସ ପାଇଛି।

ଓଡ଼ିଶାରେ ବଜ୍ରପାତ ବାବଦରେ ଆଗୁଆ ସୂଚନା ଦେବାପାଇଁ ଗତବର୍ଷ ଜୁନ୍‌ ୧୩ ତାରିଖରେ ଓଡ଼ିଶା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ଆମେରିକାର ଆର୍ଥ ନେଟ୍‌ୱର୍କ ମଧ୍ୟରେ ଏକ ଏମ୍‌ଓୟୁ ସ୍ୱାକ୍ଷରିତ ହୋଇଥିଲା। ଏହି ଚୁକ୍ତି ଅନୁଯାୟୀ ଆର୍ଥ ନେଟ୍‌ୱର୍କ ଓଡ଼ିଶାରେ ୬ଟି ସ୍ଥାନରେ ବଜ୍ରପାତ ସେନ୍ସର ପ୍ରତିଷ୍ଠା କରିଥିଲା। ଏହା ବଜ୍ରପାତ ହେବାର ୩୦-୪୦ ମିନିଟ୍ ପୂର୍ବରୁ ପ୍ରଭାବିତ ଅଞ୍ଚଳ ସମ୍ପର୍କରେ ଆଗୁଆ ସତର୍କ ସୂଚନା ଦେଇଥାଏ। ଏହି ସୂଚନା ମିଳିବା ମାତ୍ରେ ଲୋକଙ୍କ ପାଖକୁ ଏସ୍‌ଏମ୍‌ଏସ୍‌ ଆଲର୍ଟ ପଠାଯାଉଛି। ଏଥିପାଇଁ ‘ସତର୍କ’ ନାମରେ ଏକ ଆପ୍ଲିକେସନ୍‌ ମଧ୍ୟ ତିଆରି କରାଯାଇଛି। ଫଳରେ ଅନେକ ଲୋକ ସମ୍ଭାବ୍ୟ ବିଜୁଳି ମାଡ଼ରୁ ରକ୍ଷା ପାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେଇପାରୁଛନ୍ତି ବୋଲି କୁହାଯାଇଛି।

Related story