କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ମୃତ ବ୍ୟକ୍ତି ଉଠି ବସିଲେ!

ଭଦ୍ରକ (ପାର୍ଥସାରଥୀ ନାୟକ): କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ମୃତ ଯୁବକ ଉଠି ବସିଲେ! କଥାଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ। ମାତ୍ର ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ତେବେ କଥାଟି ଏମିତି। ଜଣେ ମାନସିକ ଅସୁସ୍ଥ ବ୍ୟକ୍ତଙ୍କୁ ଗାଁ ଲୋକେ ଉଦ୍ଧାର କରି କ୍ୱାରେଣ୍ଟିନ୍‌ ସେଣ୍ଟରରେ ରଖିଥିଲେ। ମାତ୍ର ସେ ଆଜି ଖାଇବାକୁ ଉଠିନଥିଲେ। ମୃତ ବୋଲି ଭାବି ଗାଁ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଦୂରରୁ ଠେଙ୍ଗାରେ ତାଙ୍କୁ ଠେଲିଥିଲେ ମଧ୍ୟ ସେ ଉଠିନଥିଲେ। ପରେ […]

bhadrak

Manoranjan Sial
  • Published: Friday, 01 May 2020
  • , Updated: 01 May 2020, 04:32 PM IST

ଭଦ୍ରକ (ପାର୍ଥସାରଥୀ ନାୟକ): କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ମୃତ ଯୁବକ ଉଠି ବସିଲେ! କଥାଟି ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିବ। ମାତ୍ର ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ତେବେ କଥାଟି ଏମିତି। ଜଣେ ମାନସିକ ଅସୁସ୍ଥ ବ୍ୟକ୍ତଙ୍କୁ ଗାଁ ଲୋକେ ଉଦ୍ଧାର କରି କ୍ୱାରେଣ୍ଟିନ୍‌ ସେଣ୍ଟରରେ ରଖିଥିଲେ। ମାତ୍ର ସେ ଆଜି ଖାଇବାକୁ ଉଠିନଥିଲେ। ମୃତ ବୋଲି ଭାବି ଗାଁ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଦୂରରୁ ଠେଙ୍ଗାରେ ତାଙ୍କୁ ଠେଲିଥିଲେ ମଧ୍ୟ ସେ ଉଠିନଥିଲେ। ପରେ ମୃତ ବୋଲି ଭାବି ମହାପ୍ରୟାଣ ଗାଡ଼ି ଡକାଇ କାଗଜପତ୍ର କାମ ଆରମ୍ଭ କରିଦେଇଥିଲେ। ହେଲେ ଏସବୁ ଭିତରେ ହଠାତ ଯୁବକ ଜଣକ ଉଠିବସିଲେ।

ପୂରା ଘଟଣାଟି ଏମିତି। ଝାରଖଣ୍ଡ ରାଜ୍ୟର ଷଢେଇକଳା ଅଞ୍ଚଳର ଜ୍ଞାନ ରଞ୍ଜନ ନାୟକ। ସେ ମାଲ୍‌ବାହୀ ଟ୍ରେନ୍‌ରେ ଭଦ୍ରକ ପଳାଇ ଆସିଥିଲେ। ତାଙ୍କର ମାନସିକ ସ୍ଥିତି ଭଲ ନଥିବାରୁ ସେ ଆଉ ଫେରିପାରିନଥିଲେ। ଭଦ୍ରକରେ ଟ୍ରେନ୍‌ରୁ ଓହ୍ଲାଇ ରାନ୍ଦିଆ ଅଞ୍ଚଳକୁ ଚାଲି ଯାଇଥିଲେ। ସେଠାରେ ବୁଲୁଥିଲେ। ‘କରୋନା’ ପାଇଁ ଲକ୍‌ଡାଉନ୍‌ ଘୋଷଣା ହେବା ପରେ ଜଣେ ଅଜଣା ଲୋକକୁ ଦେଖି ଗାଁ ଲୋକେ ଭୟଭୀତ ହୋଇଯାଇଥିଲେ। ପରେ ତାଙ୍କୁ ଉଦ୍ଧାର କରି ଗତ ୨୫ ତାରିଖରେ ରାନ୍ଦିଆ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ରଖିଥିଲେ। ଏନେଇ ପୁଲିସକୁ ମଧ୍ୟ ଅବଗତ କରାଇଥିଲେ। କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଏକ ରୁମ୍‌ରେ ସେ ରହୁଥିଲେ। ତାଙ୍କ ପାଇଁ ପଞ୍ଚାୟତ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ଏପରିକି  ତାଙ୍କ ପରିବାର ଲୋକଙ୍କ ସହ ଗାଁ ଲୋକେ ଟେଲିଫୋନ କଥାବାର୍ତ୍ତା କରାଇ ଦେଇଥିଲେ। ପରିବାର ଲୋକ ଭଦ୍ରକ ଆସିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ।

ଗତକାଲି ରାତିରେ ଜ୍ଞାନ କ୍ୱାରେଣ୍ଟାଇନ୍‌ ସେଣ୍ଟର(ରହୁଥିବା ଘର) ଭିତର ପଟୁ କବାଟ ଦେଇଥିଲେ। ଆଜି ସକାଳେ ଗାଁ ଲୋକେ ତାଙ୍କୁ ଖାଇବା ପାଇଁ ଡାକିଥିଲେ। ମାତ୍ର ସେ ଶୁଣି ନଥିଲେ କି ଉଠିନଥିଲେ। ପରେ ଗାଁ ଲୋକ ପୁଲିସଙ୍କୁ ଖବର ଦେଇଥିଲେ। ଗ୍ରାମାଞ୍ଚଳ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘର ଭିତରେ ପଶି ଜ୍ଞାନଙ୍କୁ ଦୂରରୁ ବାଡି ଖେଞ୍ଚି ଡାକି ଥିଲେ। ମାତ୍ର ସେ ଉଠିନଥିଲେ। ଶେଷରେ କିଛି ଉପାୟ ନପାଇ ପୁଲିସ ମୃତ ବୋଲି ଭାବି ମହାପ୍ରୟାଣ ଗାଡ଼ିକୁ ଫୋନ୍‌ କରିଥିଲେ। ଏପରିକି ମହାପ୍ରୟାଣ ଗାଡ଼ି ଗାଁରେ ପହଞ୍ଚିଥିଲା।

ପୁଲିସ ମୃତଦେହ ନେବା ପୂର୍ବରୁ କାଗଜପତ୍ର ଲେଖାଲେଖି କାମ କରୁଥିଲା। ଏହି ସମୟରେ ହଠାତ୍‌ ଜ୍ଞାନ ଉଠି ବସିଥିଲେ। ଏହା ଦେଖି ଗାଁ ଲୋକେ ଭୟଭୀତ ହୋଇଯାଇଥିଲେ। ପରେ ପୁଲିସ ତାଙ୍କୁ ଉଦ୍ଧାର କରି ଭଦ୍ରକ ମେଡିକାଲ୍‌ରେ ଭର୍ତ୍ତି କରିଛି। ଚିକିତ୍ସା ପରେ ତାଙ୍କୁ ତାଙ୍କ ଗାଁକୁ ପଠାଇ ଦିଆଯିବ ବୋଲି ପୁଲିସ କହିଛି।

Related story