ଦେବଗଡ଼: ଦେବଗଡ଼ ଜିଲ୍ଲା ବାରକୋଟ୍ ଥାନା ଅଞ୍ଚଳରେ ଗୁରୁବାର ପୋଲିସ ସହ ଗୁଳିବିନିମୟରେ ମାଓ କ୍ୟାମ୍ପ ଧ୍ୱଂସ ପାଇଛି । ଏହାସହ ସୁରକ୍ଷା କର୍ମୀମାନେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରିଛନ୍ତି । ଦେବଗଡ଼ ଏସପି ସାରା ଶର୍ମା ଏ ନେଇ ସୂଚନା ଦେଇଛନ୍ତି। ପୋଲିସ୍, ଡିଭିଏଫ୍ ଓ ସିଆରପିଏଫ୍ ମିଳିତ କମ୍ୱିଂ ଅପରେସନ୍ ଚଳାଇଥିବା ବେଳେ ଉତ୍ତଳ ଅଞ୍ଚଳରେ ଲାଲବାହିନୀ ସହ ମୁହାଁମୁହିଁ ହୋଇଥିଲେ । ଗୁଳିବିନିମୟ ପରେ କମ୍ୱିଂ ଅପରେସନକୁ ଜୋରଦାର କରାଯିବା ସହ ଅଧିକ ଫୋର୍ସ ପଠାଯାଇଛି। ସେପଟେ ସ୍ଥିତି ଅନୁଧ୍ୟାନ ପାଇଁ ଉତ୍ତର-କେନ୍ଦ୍ରାଞ୍ଚଳ ଡିଆଇଜି ରାଜେଶ କୁମାର ଘଟଣାସ୍ଥଳକୁ ଯାଇଛନ୍ତି ।