କଂଗ୍ରେସ ଛାଡ଼ିଲେ ଦେବୀପ୍ରସନ୍ନ

ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ): ଜଳେଶ୍ୱରର ପୂର୍ବତନ ବିଧାୟକ ଦେବୀପ୍ରସନ୍ନ ଚାନ୍ଦ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ପିସିସି ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି। ସେ କହିଛନ୍ତି,“ଦଳରେ ଆଉ ମୋତେ ଉପଯୁକ୍ତ ଗୁରୁତ୍ୱ ଦିଆଯାଉ ନଥିଲା। ତେଣୁ ମୁଁ ଦଳ ଛାଡ଼ିଲି।” ଦେବୀପ୍ରସନ୍ନ କହିଛନ୍ତି ଯେ, ସେ ୧୯୯୨ରୁ କଂଗ୍ରେସର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ କାର୍ଯ୍ୟ କରି ଆସିଛନ୍ତି। ମାତ୍ର ବର୍ତ୍ତମାନ କଂଗ୍ରେସ ଆଉ ଲୋକଙ୍କ ଦଳ ହୋଇ ରହିନାହିଁ। ଏବେ ଏହାର […]

congress

congress

Jitendra Garnayak
  • Published: Thursday, 21 March 2019
  • Updated: 21 March 2019, 01:38 PM IST

Sports

Latest News

ବାଲେଶ୍ୱର (ରଶ୍ମୀରଞ୍ଜନ ଦାସ): ଜଳେଶ୍ୱରର ପୂର୍ବତନ ବିଧାୟକ ଦେବୀପ୍ରସନ୍ନ ଚାନ୍ଦ ଆଜି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ଇସ୍ତଫାପତ୍ର ପିସିସି ସଭାପତିଙ୍କ ନିକଟକୁ ପଠାଇ ଦେଇଛନ୍ତି।

ସେ କହିଛନ୍ତି,“ଦଳରେ ଆଉ ମୋତେ ଉପଯୁକ୍ତ ଗୁରୁତ୍ୱ ଦିଆଯାଉ ନଥିଲା। ତେଣୁ ମୁଁ ଦଳ ଛାଡ଼ିଲି।”

ଦେବୀପ୍ରସନ୍ନ କହିଛନ୍ତି ଯେ, ସେ ୧୯୯୨ରୁ କଂଗ୍ରେସର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ କାର୍ଯ୍ୟ କରି ଆସିଛନ୍ତି। ମାତ୍ର ବର୍ତ୍ତମାନ କଂଗ୍ରେସ ଆଉ ଲୋକଙ୍କ ଦଳ ହୋଇ ରହିନାହିଁ। ଏବେ ଏହାର ବ୍ୟବସାୟୀକରଣ ହୋଇଗଲାଣି। ଦଳର କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟ ଠିକ୍‌ ଢଙ୍ଗରେ ହେଉ ନାହିଁ। ସର୍ଭେ ନାଁରେ ଦଳକୁ ନଷ୍ଟ କରାଯାଉଛି।

୨୦୦୯ରୁ ୨୦୧୪ ଯାଏ ଦେବୀପ୍ରସନ୍ନ ଜଳେଶ୍ୱରରୁ ବିଧାୟକ ହୋଇଥିଲେ। ସେ କଂଗ୍ରେସ ଟିକେଟ୍‌ରେ ଏହି ନିର୍ବାଚନ ଜିତିଥିଲେ। ୨୦୧୪ରେ ବି ସେ ଏହି ଆସନରୁ କଂଗ୍ରେସ ଟିକେଟ୍‌ରେ ନିର୍ବାଚନ ଲଢ଼ିଥିଲେ। ତେବେ ସେ ବିଜେଡି ପ୍ରାର୍ଥୀ ଅଶ୍ୱିନି କୁମାର ପାତ୍ରଙ୍କଠାରୁ ହାରି ଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos