ଡେକାନ କ୍ରୋନିକଲ୍ ଉପାଧ୍ୟକ୍ଷ ଗିରଫ ଘଟଣା: ଚିତ୍ରାଙ୍କୁ ଜେରା କରିବ କମିଶନରେଟ୍ ପୋଲିସ୍

ଭୁବନେଶ୍ୱର: ଡେକାନ କ୍ରୋନିକଲ୍ ଉପାଧ୍ୟକ୍ଷ ପି.କେ ଆୟାର ଘଟଣାରେ ଚିତ୍ରା ଆଠୱାନୀଙ୍କୁ ପଚରା ଉଚରା କରିବ କମିଶନରେଟ୍ ପୋଲିସ୍। ଏନେଇ ତାଙ୍କୁ ସମନ ଜାରି କରାଯିବ। ତାଙ୍କୁ ଭୁବନେଶ୍ୱର ଆସି ଥାନାରେ ହାଜର ହେବାକୁ କୁହାଯିବ। ଶୁକ୍ରବାର ଏହି ସୂଚନା ଦେଇଛନ୍ତି ପୋଲିସ୍ କମିଶନର ଡ. ଆର୍.ପି ଶର୍ମା। ମିଛ ତଥ୍ୟ ଦେଇ ବ୍ୟାଙ୍କରୁ ଋଣ ଉଠାଇବା ମାମଲାରେ ଗିରଫ ହୋଇଥିବା ଡେକାନ କ୍ରୋନିକଲ୍ ଉପାଧ୍ୟକ୍ଷ ପି.କେ ଆୟାର ଦୁଇ ମାସ ଧରି ଭୁବନେଶ୍ୱର ସ୍ଥିତ ହୋଟେଲ୍ […]

chitra

chitra

Rakesh Mallick
  • Published: Friday, 12 June 2015
  • Updated: 12 June 2015, 01:52 PM IST

Sports

Latest News

ଭୁବନେଶ୍ୱର: ଡେକାନ କ୍ରୋନିକଲ୍ ଉପାଧ୍ୟକ୍ଷ ପି.କେ ଆୟାର ଘଟଣାରେ ଚିତ୍ରା ଆଠୱାନୀଙ୍କୁ ପଚରା ଉଚରା କରିବ କମିଶନରେଟ୍ ପୋଲିସ୍। ଏନେଇ ତାଙ୍କୁ ସମନ ଜାରି କରାଯିବ। ତାଙ୍କୁ ଭୁବନେଶ୍ୱର ଆସି ଥାନାରେ ହାଜର ହେବାକୁ କୁହାଯିବ। ଶୁକ୍ରବାର ଏହି ସୂଚନା ଦେଇଛନ୍ତି ପୋଲିସ୍ କମିଶନର ଡ. ଆର୍.ପି ଶର୍ମା।

ମିଛ ତଥ୍ୟ ଦେଇ ବ୍ୟାଙ୍କରୁ ଋଣ ଉଠାଇବା ମାମଲାରେ ଗିରଫ ହୋଇଥିବା ଡେକାନ କ୍ରୋନିକଲ୍ ଉପାଧ୍ୟକ୍ଷ ପି.କେ ଆୟାର ଦୁଇ ମାସ ଧରି ଭୁବନେଶ୍ୱର ସ୍ଥିତ ହୋଟେଲ୍ ଟ୍ରାଇଡେଣ୍ଟରେ ରହି ଆସୁଥିଲେ। ସେ ଚିତ୍ରା ଆଠୱାନୀଙ୍କ ନାଁରେ ଏହି ହୋଟେଲରେ ରହି ଆସୁଥିଲେ। କାରଣ ହୋଟେଲର ଉକ୍ତ ରୁମଟି ଚିତ୍ରାଙ୍କ ନାଁରେ ବୁକ୍ ହୋଇଥିଲା। ଏ ଚିତ୍ରା ହେଉଛନ୍ତି ଡେକାନ କ୍ରୋନିକଲ୍ ଉପାଧ୍ୟକ୍ଷ ପି.କେ ଆୟାରଙ୍କ ବାନ୍ଧବୀ। ସେ ବି କିଛି ଦିନ ତାଙ୍କ ସହିତ ହୋଟେଲରେ ରହିଥିବା କୁହାଯାଉଛି।

ସୂଚନା ଅନୁଯାୟୀ, ଗତ ଫେବୃୟାରୀ ୧୨ ତାରିଖ ରାତିରେ ଆୟାର ଓ ଚିତ୍ରା ଟ୍ରାଇଡେଣ୍ଟର ୧୧୪ ନମ୍ୱର ରୁମକୁ ଆସିଥିଲେ। ସେତେବେଳେ ରୁମଟି ହୋଟେଲର ଜେନେରାଲ୍ ମ୍ୟାନେଜର ଅଭିମନ୍ୟୁ ଲୋଧାଙ୍କ ନାଁରେ ବୁକ୍ ହୋଇଥିଲା। ଚିତ୍ରା ସେଇ ରୁମରେ କିଛିଦିନ ରହିବା ପରେ ଚାଲି ଯାଇଥିଲେ। ତେବେ ମାର୍ଚ୍ଚ ୧୭ରେ ପୁଣି ହୋଟେଲର ୨୨୦ ନମ୍ୱର ରୁମ୍ ଚିତ୍ରାଙ୍କ ନାଁରେ ବୁକ୍ ହୋଇଥିଲା। ଏଠି ମଧ୍ୟ ଚିତ୍ରା କିଛିଦିନ ରହିବା ପରେ ଚାଲି ଯାଇଥିଲେ। ତା ପରେ ସେଠି ରହି ଆସୁଥିଲେ ପି.କେ.ଆୟାର।

ପୋଲିସ୍ କମିଶନର ଡ. ଶର୍ମା କହିଛନ୍ତି ତାଙ୍କୁ ଜେରା କଲେ ଜଣାପଡ଼ିବ ପ୍ରକୃତରେ ସେମାନେ କେବେ ଠାରୁ ଆସି ଏହି ହୋଟେଲରେ ରହିଥିଲେ। ତାହା ସହିତ କେଉଁ କାରଣରୁ ତାଙ୍କୁ ଏହି ହୋଟେଲରେ ବିଶେଷ ସୁବିଧା ଦିଆଯାଉଥିଲା ତାହା ସଂପର୍କରେ ବି ଜଣାପଡ଼ିବ। ପୂର୍ବରୁ ଚିତ୍ରା କେତେଥର ଏହି ହୋଟେଲକୁ ଆସିଛନ୍ତି। ବାରମ୍ୱାର ରୁମ୍ ପରିବର୍ତ୍ତନର ଉଦ୍ଦେଶ୍ୟ କ’ଣ। ଆୟାରଙ୍କ ସହ ତାଙ୍କର କି ସଂପର୍କ। ଏ ସବୁ ଦିଗକୁ ନେଇ ପୋଲିସ୍ ଚିତ୍ରାଙ୍କୁ ପଚରାଉଚରା କରିବ।

 ଇତି ମଧ୍ୟରେ ହୋଟେଲ ଟ୍ରାଇଡେଣ୍ଟର ତିନି ଜଣ ଅଧିକାରୀଙ୍କୁ କମିଶନରେଟ ପୋଲିସ୍ ନୋଟିସ୍ ଜାରି କରି ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ଜେରା କରିଥିଲେ। ଆଉ ଜଣେ ଅଧିକାରୀ ପତ୍ନୀଙ୍କ ଦେହ ଖରାପ ଥିବା ଦର୍ଶାଇ ସାତ ଦିନ ସମୟ ମାଗିଛନ୍ତି। ତାଙ୍କୁ ବି ପଚରାଉଚରା କରାଯିବ।

ସୂଚନାଯୋଗ୍ୟ, ଗତ ୫ ତାରିଖ ରାତିରେ କମିଶନରେଟ ପୋଲିସ ଆୟାରଙ୍କୁ ହୋଟେଲ ଟ୍ରାଇଡେଣ୍ଟରୁ ଗିରଫ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story