ଶ୍ରୀମନ୍ଦିର ସଂସ୍କାର ନେଇ କୋର୍ଟଙ୍କ ରାୟକୁ ସ୍ୱାଗତ କଲା ଗୋବର୍ଦ୍ଧନ ପୀଠ

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ନୀତିକାନ୍ତିରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ସେବାୟତଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ। ଏଭଳି ବିଶୃଙ୍ଖଳାକାରୀ ଓ ଭକ୍ତଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନକାରୀଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନେବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। କୋର୍ଟଙ୍କ ଏପରି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଶଙ୍କରାଚାର୍ଯ୍ୟଙ୍କ ଗୋବର୍ଦ୍ଧନ ପୀଠ। ୨୦୧୮ ଡିସେମ୍ୱର ୨୮ ତାରିଖରେ ସେବାୟତଙ୍କ ବିଶୃଙ୍ଖଳିତ ଆଚରଣ ପାଇଁ ଦୀର୍ଘ ୧୨ ଘଣ୍ଟା ଧରି ବନ୍ଦ ରହିଥିଲା ଶ୍ରୀମନ୍ଦିର ମୁଖ୍ୟଦ୍ୱାର। ଖାଡ଼ା ଉପାସରେ ରହିଥିଲେ ଶ୍ରୀଜିଉ। ଦର୍ଶନରୁ ବଞ୍ଚିତ […]

puri.jpg11

puri.jpg11

Manoranjan Sial
  • Published: Tuesday, 05 November 2019
  • Updated: 05 November 2019, 08:28 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ନୀତିକାନ୍ତିରେ ବିଶୃଙ୍ଖଳା ସୃଷ୍ଟି କରୁଥିବା ସେବାୟତଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ। ଏଭଳି ବିଶୃଙ୍ଖଳାକାରୀ ଓ ଭକ୍ତଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନକାରୀଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନେବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। କୋର୍ଟଙ୍କ ଏପରି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଶଙ୍କରାଚାର୍ଯ୍ୟଙ୍କ ଗୋବର୍ଦ୍ଧନ ପୀଠ।

୨୦୧୮ ଡିସେମ୍ୱର ୨୮ ତାରିଖରେ ସେବାୟତଙ୍କ ବିଶୃଙ୍ଖଳିତ ଆଚରଣ ପାଇଁ ଦୀର୍ଘ ୧୨ ଘଣ୍ଟା ଧରି ବନ୍ଦ ରହିଥିଲା ଶ୍ରୀମନ୍ଦିର ମୁଖ୍ୟଦ୍ୱାର। ଖାଡ଼ା ଉପାସରେ ରହିଥିଲେ ଶ୍ରୀଜିଉ। ଦର୍ଶନରୁ ବଞ୍ଚିତ ହୋଇଥିଲେ ହଜାର ହଜାର ଭକ୍ତ। ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ସୁପ୍ରିମକୋର୍ଟ ଗତକାଲି ଦେଇଛନ୍ତି କଡ଼ା ରାୟ।

କୋର୍ଟ ତାଙ୍କ ରାୟରେ ଦର୍ଶାଇଛନ୍ତି, ଶ୍ରୀମନ୍ଦିର ନୀତିକାନ୍ତିରେ ବିଭ୍ରାଟ୍‌ କରିବାର କାହାରି ଅଧିକାର ନାହିଁ। ଯେଉଁ ସେବାୟତ ଓ ସେବକ ନୀତି ବିଭ୍ରାଟ୍‌ କରୁଛନ୍ତି, ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ। ଏହାଛଡ଼ା ଭକ୍ତମାନଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରୁଥିବା ସେବାୟତଙ୍କ ବିରୋଧରେ ମୁଖ୍ୟ ପ୍ରଶାସକ କାର୍ଯ୍ୟାନୁଷ୍ଠାନ ନିଅନ୍ତୁ। ତା’ସହ ଠାକୁରଙ୍କର କିଭଳି ଭାବେ ନୀତିକାନ୍ତି ଶୃଙ୍ଖଳିତ ଓ ନିୟମିତ ହେବ, ସେ ନେଇ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ଓ ଗଜପତି ମହାରାଜାଙ୍କ ସହ ବିଭିନ୍ନ ପକ୍ଷଙ୍କ ସାଙ୍ଗେ ଆଲୋଚନା କରି ୮ ସପ୍ତାହ ଭିତରେ ଆକ୍‌ସନ୍‌ଟେକନ୍‌ ରିପୋର୍ଟ ଦାଖଲ କରିବା ପାଇଁ କହିଛନ୍ତି ସୁପ୍ରିମକୋର୍ଟ। ସେପଟେ କୋର୍ଟଙ୍କ ଏଭଳି ରାୟକୁ ସ୍ୱାଗତ କରି ଗୋବର୍ଦ୍ଧନ ପୀଠ ମୁଖପାତ୍ର ମନୋଜ ରଥ। ସେ କହିଛନ୍ତି, ଏଣିକି ଶ୍ରୀମନ୍ଦିରରେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ସହ ଧର୍ମ ଓ ଶାସ୍ତ୍ର ମୁତାବକ ରୀତିନୀତି ଚାଲିବ।

ସେପଟେ ଶ୍ରୀଜିଉଙ୍କ ନବକଳେବର ବର୍ଷ ୨୦୧୫ରୁ ୨୦୧୯ ଅଗଷ୍ଟ ମଧ୍ୟରେ ବଦଳି ସାରିଲେଣି ୪ ଜଣ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଏପରିକି ଏହି ୪ ଆଇଏଏସ୍‌ କୌଣସି ନା କୌଣସି ବିଭାଗର ସଚିବ ରହିବା ସହ ଶ୍ରୀମନ୍ଦିର ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱରେ ରହିଛନ୍ତି। ଯାହାକୁ ନେଇ ମଧ୍ୟ ଖପ୍ପା ହୋଇଛନ୍ତି ସୁପ୍ରିମକୋର୍ଟ। ଶ୍ରୀମନ୍ଦିର ସର୍ବାଙ୍ଗିନ ଉନ୍ନତି ପାଇଁ ଜଣେ ପୂର୍ଣ୍ଣକାଳୀନ ପ୍ରଶାସକଙ୍କୁ ନିଯୁକ୍ତି ଲାଗି ଦେଇଛନ୍ତି ନିର୍ଦ୍ଦେଶ। ଯାହାକୁ ଉଭୟ ସେବାୟତ ଓ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ସ୍ୱାଗତ କରିଛନ୍ତି। ପରିଚାଳନା କମିଟି ସହସ୍ୟ କହିଛନ୍ତି, ରାୟ ପାଳନ ହେଲେ ନୀତିକାନ୍ତି ଶୃଙ୍ଖଳିତ ହେବା ସହ ଭକ୍ତ ଓ ସେବାୟତଙ୍କ ପାଇଁ ମଙ୍ଗଳ ହେବ।

ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଗତକାଲି ୨୨ଟି ଭିନ୍ନ ଭିନ୍ନ ପ୍ରସଙ୍ଗରେ ମଧ୍ୟବର୍ତ୍ତିକାଳୀନ ରାୟ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos