୧୨ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବ ଲଘୁଚାପ କ୍ଷେତ୍ର

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର):  ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆଗାମୀ ୧୨ ଘଣ୍ଟାରେ ଅଧିକ ଘନିଭୂତ ହୋଇ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଗତ ୬ ଘଣ୍ଟାରେ ଏହା ୧୪ କିମି ବେଗରେ ଉପକୂଳ ମୁହାଁ ହେଉଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଅବପାତ ଏବେ ଗୋପାଳପୁରଠାରୁ ପୂର୍ବ ଓ ଦକ୍ଷିଣପୂର୍ବକୁ ୫୮୦ କିମି ଦୂରରେ ଅବସ୍ଥିତ ରହିଛି । କଳିଙ୍ଗପତନମର ପୂର୍ବକୁ ୬୬୦ […]

cyclone

Tapaswini Nayak
  • Published: Saturday, 25 September 2021
  • , Updated: 25 September 2021, 08:32 AM IST

ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର):  ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଆଗାମୀ ୧୨ ଘଣ୍ଟାରେ ଅଧିକ ଘନିଭୂତ ହୋଇ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଗତ ୬ ଘଣ୍ଟାରେ ଏହା ୧୪ କିମି ବେଗରେ ଉପକୂଳ ମୁହାଁ ହେଉଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଅବପାତ ଏବେ ଗୋପାଳପୁରଠାରୁ ପୂର୍ବ ଓ ଦକ୍ଷିଣପୂର୍ବକୁ ୫୮୦ କିମି ଦୂରରେ ଅବସ୍ଥିତ ରହିଛି । କଳିଙ୍ଗପତନମର ପୂର୍ବକୁ ୬୬୦ କିମି ଦୂରରେ ଏହା କେନ୍ଦ୍ରୀଭୂତ ହେଉଛି। ଆସନ୍ତାକାଲି ସଂଧ୍ୟାରେ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ପ୍ରଦେଶ ଦେଇ ଏହା ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହି ବାତ୍ୟା ଗୋପାଳପୁର ଓ ବିଶାଖାପାଟଣା ଦେଇ ଅତିକ୍ରମ କରିପାରେ।

ଏହାର ପ୍ରଭାବରେ ରାଜ୍ୟର କେତେକ ଅଞ୍ଚଳରେ ଆଜିଠୁ ୨୮ ତାରିଖ ମଧ୍ୟରେ ପ୍ରବଳ ବର୍ଷା ହୋଇପାରେ।  ପ୍ରବଳ ବର୍ଷା ଓ ବନ୍ୟାକୁ ଆଖି ଆଗରେ ରଖି ପ୍ରଭାବିତ ହେବାକୁ ଥିବା ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ସତର୍କ ସୂଚନା ଜାରି କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା। ବର୍ଷା ଏବଂ ଏହା ପରବର୍ତ୍ତୀ ବନ୍ୟା, ଭୂସ୍ଖଳନ ଓ ପବନ ଜନିତ କ୍ଷୟକ୍ଷତି ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି

 

Related story