ରାଜଧାନୀ ରାସ୍ତା କଡ଼ରେ ଚରୁଛନ୍ତି ହରିଣ, ମଜା ନେଲେ ଲୋକେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ସହର ଭିତରେ ହାତୀ ଓ ବାଘ ବୁଲୁଥିବାର ପୂର୍ବରୁ ଦେଖିବାକୁ ମିଳୁଥିଲା। ଆଉ ଏବେ ହରିଣ ବୁଲୁଛି। ହରିଣମାନେ ନିର୍ଭୟରେ ବରମୁଣ୍ଡା ଜଗନ୍ନାଥ ବିହାର ଓ ଭରତପୁର ଅଭୟାରଣ୍ୟ ରାସ୍ତା କଡ଼ରେ ଚରୁଥିବା ଦେଖିବାକୁ ମିଳିଛି। ପ୍ରାୟ ଏକ ଘଣ୍ଟା ଧରି ହରିଣମାନେ ସ୍ୱଚ୍ଛନ୍ଦରେ ବିଚରଣ କରୁଥିଲେ। ଏହି ଦୃଶ୍ୟ ଦେଖିବାକୁ ରାସ୍ତା କଡ଼ରେ ବେଶ୍ ଭିଡ଼ ଜମିଥିଲା। ସ୍କୁଲ ଫେରନ୍ତା ପିଲା, ଛୋଟ ଶିଶୁମାନେ ମଧ୍ୟ ଆନନ୍ଦ ଉଠାଇଥିଲେ। ଯିଏ […]

dear-in-capital-bhubaneswar

Manoranjan Sial
  • Published: Saturday, 14 December 2019
  • , Updated: 14 December 2019, 07:22 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଭୁବନେଶ୍ୱର ସହର ଭିତରେ ହାତୀ ଓ ବାଘ ବୁଲୁଥିବାର ପୂର୍ବରୁ ଦେଖିବାକୁ ମିଳୁଥିଲା। ଆଉ ଏବେ ହରିଣ ବୁଲୁଛି। ହରିଣମାନେ ନିର୍ଭୟରେ ବରମୁଣ୍ଡା ଜଗନ୍ନାଥ ବିହାର ଓ ଭରତପୁର ଅଭୟାରଣ୍ୟ ରାସ୍ତା କଡ଼ରେ ଚରୁଥିବା ଦେଖିବାକୁ ମିଳିଛି। ପ୍ରାୟ ଏକ ଘଣ୍ଟା ଧରି ହରିଣମାନେ ସ୍ୱଚ୍ଛନ୍ଦରେ ବିଚରଣ କରୁଥିଲେ। ଏହି ଦୃଶ୍ୟ ଦେଖିବାକୁ ରାସ୍ତା କଡ଼ରେ ବେଶ୍ ଭିଡ଼ ଜମିଥିଲା।

ସ୍କୁଲ ଫେରନ୍ତା ପିଲା, ଛୋଟ ଶିଶୁମାନେ ମଧ୍ୟ ଆନନ୍ଦ ଉଠାଇଥିଲେ। ଯିଏ ବି ସେହି ରାସ୍ତାରେ ଯାଉଥିଲା, ଗାଡ଼ି ରଖି କିଛି କ୍ଷଣ ପାଇଁ ହରିଣଙ୍କୁ ନିରୀକ୍ଷଣ କରୁଥିଲା। ତେବେ ଉକ୍ତ ଅଞ୍ଚଳରେ ପାଣି ଥିବାରୁ କିଛି ଅସାମାଜିକ ବ୍ୟକ୍ତି ସେଠାରେ ଅଳିଆ ଆବର୍ଜନା ପକାଉଥିବାରୁ ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Related story