ଡେକାନ କ୍ରୋନିକଲ ଉପାଧ୍ୟକ୍ଷ ଗିରଫ ଘଟଣା: ହୋଟେଲ ଟ୍ରାଇଡେଣ୍ଟର ୩ କର୍ମଚାରୀଙ୍କୁ ଜେରା

ଭୁବନେଶ୍ୱର: ଡେକାନ୍ କ୍ରୋନିକଲ ଉପାଧ୍ୟକ୍ଷ ପି.କେ.ଆୟାର ଛଦ୍ମ ନାଁରେ ଲୁଚିବା ଘଟଣାରେ କମିଶନରେଟ୍ ପୋଲିସ୍ ଟ୍ରାଇଡେଣ୍ଟ ହୋଟେଲର ୩ଜଣ କର୍ମଚାରୀଙ୍କୁ ଜେରା କରୁଛି । ଟ୍ରାଇଡେଣ୍ଟର ଏଚ୍.ଆର୍ ହେଡ, ହାଉସ୍ କିପିଂ ଇନଚାର୍ଜ ଓ କର୍ପୋରେଟ୍ ସିକ୍ୟୁରିଟି ଇନଚାର୍ଜଙ୍କୁ ନୟାପଲ୍ଲୀ ଥାନା ପୋଲିସ ଜେରା ଚାଳାଇଛି । ପୂର୍ବରୁ ଟ୍ରାଇଡେଣ୍ଟ ଜିଏମ ଅଭିମନ୍ୟୁ ଲୋଧାଙ୍କୁ ଥାନାରେ ହାଜିର ହେବାକୁ ସମନ ଜାରି କରାଯାଇଥିଲା । ହେଲେ ପତ୍ନୀଙ୍କ ଦେହ ଅସୁସ୍ଥ ଥିବା ଦର୍ଶାଇ ସେ ହାଜର ହୋଇ ନାହନ୍ତି। […]

taident

Rakesh Mallick
  • Published: Thursday, 11 June 2015
  • , Updated: 11 June 2015, 01:01 PM IST

ଭୁବନେଶ୍ୱର: ଡେକାନ୍ କ୍ରୋନିକଲ ଉପାଧ୍ୟକ୍ଷ ପି.କେ.ଆୟାର ଛଦ୍ମ ନାଁରେ ଲୁଚିବା ଘଟଣାରେ କମିଶନରେଟ୍ ପୋଲିସ୍ ଟ୍ରାଇଡେଣ୍ଟ ହୋଟେଲର ୩ଜଣ କର୍ମଚାରୀଙ୍କୁ ଜେରା କରୁଛି । ଟ୍ରାଇଡେଣ୍ଟର ଏଚ୍.ଆର୍ ହେଡ, ହାଉସ୍ କିପିଂ ଇନଚାର୍ଜ ଓ କର୍ପୋରେଟ୍ ସିକ୍ୟୁରିଟି ଇନଚାର୍ଜଙ୍କୁ ନୟାପଲ୍ଲୀ ଥାନା ପୋଲିସ ଜେରା ଚାଳାଇଛି । ପୂର୍ବରୁ ଟ୍ରାଇଡେଣ୍ଟ ଜିଏମ ଅଭିମନ୍ୟୁ ଲୋଧାଙ୍କୁ ଥାନାରେ ହାଜିର ହେବାକୁ ସମନ ଜାରି କରାଯାଇଥିଲା । ହେଲେ ପତ୍ନୀଙ୍କ ଦେହ ଅସୁସ୍ଥ ଥିବା ଦର୍ଶାଇ ସେ ହାଜର ହୋଇ ନାହନ୍ତି। ହୋଟେଲରେ ଚିତ୍ରା ଆଦୱାନୀ ନାମକ ଜଣେ ମହିଳାଙ୍କ ନାମରେ ବୁକ ହୋଇଥିବା ରୁମରେ ଆୟାର ଦୀର୍ଘଦିନ ଧରି ରହି ଆସୁଥିଲେ । ଏଥିପାଇଁ ପୂର୍ବରୁ ପୋଲିସ ହୋଟେଲ ନାଁରେ ମାମଲା ରୁଜୁ କରିଛି । କୋଟି କୋଟି ଟଙ୍କ।ର ବ୍ୟାଙ୍କ ଠକେଇରେ ଅଭିଯୁକ୍ତ ଆୟାରଙ୍କୁ ଗତ ଶୁକ୍ରବାର ରାତିରେ ପୋଲିସ୍ ହୋଟେଲ୍ ଟ୍ରାଇଡେଣ୍ଟରୁ ଗିରଫ କରିଥିଲା । ଏହାପରେ ତାଙ୍କୁ ବାଙ୍ଗ।ଲୁର ସିବିଆଇକୁ ହସ୍ତାନ୍ତର କରିଥିଲା ।

Related story