ନିଆଳି (ଓଡ଼ିଶା ରିପୋର୍ଟର): ଲକ୍ଡାଉନ ପାଇଁ ଆଗୁଆ ରାସନ ବଣ୍ଟନ ନେଇ ସରକାର କଡା ନିର୍ଦ୍ଦେଶନାମା ଜାରି କରିଛନ୍ତି । ଏହାସତ୍ତ୍ୱେ ନିର୍ଦ୍ଦେଶନାମା ଜାରିର ୨୨ ଦିନ ବିଳମ୍ବରେ ଖାଦ୍ୟ ସାମଗ୍ରୀ ପାଇଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି ।
କଟକ ଜିଲ୍ଲା ନିଆଳି ବ୍ଲକ ସିଠାଳୋ ପଞ୍ଚାୟତ ଶାସନପଦାରେ ବହୁ ବିଳମ୍ବରେ ଖାଦ୍ୟ ସାମଗ୍ରୀ ପହଞ୍ଚିଥିବା ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ହିତାଧିକାରୀଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ଏ ଅଞ୍ଚଳ ଜିଲ୍ଲାର ଶେଷ ସୀମା ହୋଇଥିବାରୁ ଏଠାକୁ ରାସନ ସାମଗ୍ରୀ ପହଞ୍ଚିବାରେ ବହୁ ବିଳମ୍ବ ହୋଇଥିବା ଡିଲର ପ୍ରତିମା ସ୍ୱାଇଁ ଅଭିଯୋଗ କରିଛନ୍ତି।
ସେ କହିଛନ୍ତି ଯେ,ଗୁରୁବାର ରାସନ ସାମଗ୍ରୀ ପହଞ୍ଚିଲା। ମୁଁ ଶୁକ୍ରବାର ସକାଳେ ଲୋକଙ୍କୁ ବଣ୍ଟନ କଲି। ରାସନ ସାମଗ୍ରୀ ବିଳମ୍ବ ହେବା ନେଇ ମୁଁ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲି। ତେବେ ରାସନ ସାମଗ୍ରୀ ବଣ୍ଟନ ବେଳେ ସାମାଜିକ ଦୂରତା ଓ ସାନିଟାଇଜ୍ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Health
ବାୟୁ ପ୍ରଦୂଷଣ କରିପାରେ ଏହି ସବୁ ଜଟିଳ ରୋଗ
ପ୍ରଦୂଷିତ ବାୟୁ ଅଞ୍ଚଳରେ ରହିବା ଦ୍ୱାରା କେଉଁ କେଉଁ ସ୍ୱାସ୍ଥ୍ୟ ସମସ୍ୟା ହୁଏ, ଜାଣନ୍ତୁ...
Health
କେଉଁମାନେ ଚିଆ ସିଡ୍ସ ଖାଇବା ଅନୁଚିତ୍, ଜାଣନ୍ତୁ
ଶରୀରରେ କିଛି ସମସ୍ୟା ଥିଲେ ଚିଆ ସିଡ୍ସ ସେବନ ହାନିକାରକ ହୋଇପାରେ।
Health
ମଧୁମେହ ହେଲେ ଦେଖାଯାଏ ଏହି ସବୁ ପ୍ରାରମ୍ଭିକ ଲକ୍ଷଣ
ମଧୁମେହ ହେଲେ ଶରୀରରେ ପ୍ରଥମେ କେଉଁ ସବୁ ଲକ୍ଷଣ ଦେଖାଯାଏ, ଜାଣନ୍ତୁ...
Health
ଭାରତୀୟମାନେ ଦିନକୁ କେତେଥର ଖାଇବା ଉଚିତ?
ଆମ ଭାରତୀୟମାନଙ୍କ ପାଇଁ ଖାଇବା ହେଉଛି ଉପଭୋଗ କରିବାର ଏକ ସାମଗ୍ରୀ। ଯେତେବେଳେ ମନ ହୁଏ, ଆମେ ଖାଇନେଉ। ହେଲେ ଖାଦ୍ୟ ନିୟନ୍ତ୍ରଣ କରିବା ଆମ ପାଇଁ ଅତ୍ୟନ୍ତ କଷ୍ଟକର।
Health
ଅଧିକ ଲୁଣ ଖାଉଛନ୍ତି କି? ହୋଇପାରେ ପେଟ କ୍ୟାନ୍ସର୍
WHO ଅନୁଯାୟୀ, ଜଣେ ବୟସ୍କ ବ୍ୟକ୍ତି ପ୍ରତିଦିନ ୫ ଗ୍ରାମରୁ ଅଧିକ ଲୁଣ ଖାଇବା ଉଚିତ୍ ନୁହେଁ, ଏଥିରେ ୨ ଗ୍ରାମ ସୋଡିୟମ୍ ଏବଂ ୩.୫ ଗ୍ରାମ ପୋଟାସିୟମର ମିଶ୍ରଣ ରହିବା ଉଚିତ୍।