କୋର୍ଟ କାର୍ଯ୍ୟ ବର୍ଜନ, ବିଚାରପତିଙ୍କୁ ରାସ୍ତାରେ ଅଟକାଇଲେ

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଜୋର ଧରିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି। ସମ୍ବଲପୁରରେ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏନେଇ ଧାରଣା ଦିଆଯାଇଛି। ସମ୍ବଲପୁର କଚେରି ଛକରେ ନାଗରିକ କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତା ଧାରଣା ଦେଇଥିଲେ। ସେହି ସମୟରେ ବିଚାରପତି ମାନେ କୋର୍ଟକୁ ଯିବା ବେଳେ କମିଟି ସଦସ୍ୟମାନେ ରାସ୍ତା ଉପରେ ଶୋଇ ପ୍ରତିବାଦ କରିଥିଲେ। ପ୍ରଥମେ ମୁଣ୍ଡିଆ ମାରିଥିଲେ ପରେ ବିଚାରପତିମାନଙ୍କ ବାଟ ଓଗାଳିଥିଲେ। ପରେ ଆନ୍ଦୋଳନକାରୀ ବିଚାରପତିମାନଙ୍କ ସହ ଦାବି ସମ୍ପର୍କରେ […]

protest

protest

Madhupriya Mistry
  • Published: Wednesday, 28 September 2022
  • Updated: 28 September 2022, 11:48 AM IST

Sports

Latest News

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ଜୋର ଧରିଲା ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି। ସମ୍ବଲପୁରରେ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏନେଇ ଧାରଣା ଦିଆଯାଇଛି। ସମ୍ବଲପୁର କଚେରି ଛକରେ ନାଗରିକ କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତା ଧାରଣା ଦେଇଥିଲେ। ସେହି ସମୟରେ ବିଚାରପତି ମାନେ କୋର୍ଟକୁ ଯିବା ବେଳେ କମିଟି ସଦସ୍ୟମାନେ ରାସ୍ତା ଉପରେ ଶୋଇ ପ୍ରତିବାଦ କରିଥିଲେ।

ପ୍ରଥମେ ମୁଣ୍ଡିଆ ମାରିଥିଲେ ପରେ ବିଚାରପତିମାନଙ୍କ ବାଟ ଓଗାଳିଥିଲେ। ପରେ ଆନ୍ଦୋଳନକାରୀ ବିଚାରପତିମାନଙ୍କ ସହ ଦାବି ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରାୟ ଅଧ ଘଣ୍ଟା ପରେ ବିଚାରପତିମାନେ ଘଟଣାସ୍ଥଳରୁ ଫେରି ଯାଇଥିଲେ।

କେବଳ ସମ୍ବଲପୁର ନୁହେଁ, ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ଆଇନଜୀବୀମାନେ କୋର୍ଟ କାର୍ଯ୍ୟ ବର୍ଜନ କରିଛନ୍ତି। ଏପଟେ ଆଜି ପଶ୍ଚିମ ଓଡ଼ିଶା ଓକିଲ ସଂଘ ଲୋକସେବା ଭବନ ଘେରିବା କାର୍ଯ୍ୟକ୍ରମ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos