ବିମୁଦ୍ରାକରଣ ଯୋଗୁଁ ଚାଷୀ ପ୍ରଭାବିତ, ଧାନ ବିକି ଟଙ୍କା ପାଉ ନାହାନ୍ତି

ଭୁବନେଶ୍ୱର: ବିମୁଦ୍ରାକରଣ ଯୋଗୁଁ ଚାଷୀମାନେ ପ୍ରଭାବିତ ହୋଇଛନ୍ତି। ଧାନ ବିକ୍ରି କରି ଚାଷୀ ଟଙ୍କା ପାଇପାରୁ ନାହାନ୍ତି। ଗତକାଲି ବିଧାନସଭାରେ ସମବାୟ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ବିଭାଗୀୟ ମନ୍ତ୍ରୀ ଦାମୋଦର ରାଉତ ଏହା କହିଥିଲେ। ସେ କହିଥିଲେ,“ବିମୁଦ୍ରାକରଣ ଯୋଗୁଁ ସମବାୟ ବ୍ୟାଙ୍କ ଏବଂ ଚାଷୀମାନେ ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି। ସମବାୟ ବ୍ୟାଙ୍କକୁ ଆରବିଆଇ ୧୦୦ କୋଟି ଟଙ୍କା ଦେବା କଥା, କିନ୍ତୁ ଦେଇଛି ମାତ୍ର ୧୦ କୋଟି। ଚାଷୀଙ୍କୁ ଅନ୍‌ଲାଇନରେ ଟଙ୍କା ପେମେଣ୍ଟ […]

dama

Rakesh Mallick
  • Published: Saturday, 10 December 2016
  • , Updated: 10 December 2016, 07:58 AM IST

ଭୁବନେଶ୍ୱର: ବିମୁଦ୍ରାକରଣ ଯୋଗୁଁ ଚାଷୀମାନେ ପ୍ରଭାବିତ ହୋଇଛନ୍ତି। ଧାନ ବିକ୍ରି କରି ଚାଷୀ ଟଙ୍କା ପାଇପାରୁ ନାହାନ୍ତି। ଗତକାଲି ବିଧାନସଭାରେ ସମବାୟ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ବିଭାଗୀୟ ମନ୍ତ୍ରୀ ଦାମୋଦର ରାଉତ ଏହା କହିଥିଲେ।

ସେ କହିଥିଲେ,“ବିମୁଦ୍ରାକରଣ ଯୋଗୁଁ ସମବାୟ ବ୍ୟାଙ୍କ ଏବଂ ଚାଷୀମାନେ ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି। ସମବାୟ ବ୍ୟାଙ୍କକୁ ଆରବିଆଇ ୧୦୦ କୋଟି ଟଙ୍କା ଦେବା କଥା, କିନ୍ତୁ ଦେଇଛି ମାତ୍ର ୧୦ କୋଟି। ଚାଷୀଙ୍କୁ ଅନ୍‌ଲାଇନରେ ଟଙ୍କା ପେମେଣ୍ଟ ପାଇଁ କଂପ୍ୟୁଟୀକରଣ ଚାଲିଛି। ଆସନ୍ତା ମାର୍ଚ୍ଚ କିମ୍ବା ଏପ୍ରିଲ୍ ମାସ ସୁଦ୍ଧା ଏହି କାର୍ଯ୍ୟ ସରିବ।”

ସମବାୟ ମନ୍ତ୍ରୀ ଆହୁରି କହିଥିଲେ,“ଦୁଇ ହଜାର ଟଙ୍କିଆ ନୋଟ୍ ସମସ୍ୟା ବଢ଼ାଇଛି। ପର୍ଯ୍ୟାପ୍ତ ପରିମାଣରେ ଶହେ ଟଙ୍କିଆ ନୋଟ୍ ଯୋଗାଇ ଦିଆଗଲେ ଚାଷୀଙ୍କୁ ଟଙ୍କା  ଦେବା କ୍ଷେତ୍ରରେ ଦେଖାଯାଇଥିବା ସମସ୍ୟା ଦୂର ହୋଇପାରନ୍ତା।”

ଅନ୍ୟପଟେ ଆଲୋଚନାରେ ଭାଗ ନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଥିଲେ,“ସୋସାଇଟି ମାଧ୍ୟମରେ ଯେଉଁ ଧାନ କିଣାଯାଉଛିଳ ସେଥିରେ ବଡ଼ ଦୁର୍ନୀତି ହୋଇଛି। ଚାଷୀ ବାଧ୍ୟ ହେଉଛି କମ୍ ଦାମରେ ଧାନ ଦେବା ପାଇଁ। କ୍ୟୁଣ୍ଟିଲା ପିଛା ପାଞ୍ଚରୁ ଦଶ କିଲୋଗ୍ରାମ କାଟି ଦିଆଯାଉଛି, ନହେଲେ ଚାଷୀଙ୍କ ଧାନ କିଣାଯାଉନି।”

Related story