ମୋହନାରେ କାୟା ବିସ୍ତାର କରୁଛି ଡେଙ୍ଗୁ, ଦିନକରେ ୩୧ ପଜିଟିଭ୍‌ ଚିହ୍ନଟ

ମୋହନା (ମିହିର ଜତି): ଝାଡ଼ାବାନ୍ତି ପରେ ମୋହନାରେ କାୟା ବିସ୍ତାର କରିଚାଲିଛି ଡଙ୍ଗୁ। ଦେଢ଼ ମାସରେ ୭ ଜଣଙ୍କ ଜୀବନ ଯାଇଥିବା ବେଳେ ଆଜି ୩୧ ଜଣ ଡଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ଜଣେ ମାରାତ୍ମକ ଏନ୍‌ଏସ୍‌-୧ରେ ଆକ୍ରାନ୍ତ ହୋଇ ମୋହନା ମେଡିକାଲ୍‌ରେ ଚିକିତ୍ସିତ ହେଉଛନ୍ତି। ମୋହନାରେ ଡେଙ୍ଗୁ ଅଣାୟତ ହେଲାଣି। ଆଜି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ଭୁବନେଶ୍ୱର ହାଇଟେକ ମେଡ଼ିକାଲ କଲେଜର ୧୬ ଜଣିଆ ଡାକ୍ତରୀ ଟିମ୍‌ ମୋହନା ଆସିଥିଲେ। ୭, ୮ ଓ […]

Dengue

  • Published: Monday, 05 September 2022
  • , Updated: 05 September 2022, 08:43 PM IST

ମୋହନା (ମିହିର ଜତି): ଝାଡ଼ାବାନ୍ତି ପରେ ମୋହନାରେ କାୟା ବିସ୍ତାର କରିଚାଲିଛି ଡଙ୍ଗୁ। ଦେଢ଼ ମାସରେ ୭ ଜଣଙ୍କ ଜୀବନ ଯାଇଥିବା ବେଳେ ଆଜି ୩୧ ଜଣ ଡଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି। ସେମାନଙ୍କ ଭିତରୁ ଜଣେ ମାରାତ୍ମକ ଏନ୍‌ଏସ୍‌-୧ରେ ଆକ୍ରାନ୍ତ ହୋଇ ମୋହନା ମେଡିକାଲ୍‌ରେ ଚିକିତ୍ସିତ ହେଉଛନ୍ତି।

ମୋହନାରେ ଡେଙ୍ଗୁ ଅଣାୟତ ହେଲାଣି। ଆଜି ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ଭୁବନେଶ୍ୱର ହାଇଟେକ ମେଡ଼ିକାଲ କଲେଜର ୧୬ ଜଣିଆ ଡାକ୍ତରୀ ଟିମ୍‌ ମୋହନା ଆସିଥିଲେ। ୭, ୮ ଓ ୯ ନମ୍ୱର ୱାର୍ଡ଼ରେ ଦୁଇଟି କ୍ୟାମ୍ପ ଖୋଲିଥିଲେ। ସକାଳ ୧୦ ଟାରୁ ସନ୍ଧ୍ୟା ୫ ମଧ୍ୟରେ ୧୩୮ଟି ରକ୍ତ ନମୂନା ସଂଗ୍ରହ କରାଯାଇଥିଲା। ପରୀକ୍ଷା ପରେ ସେଥିରୁ ୩୧ ଜଣ ଡେଙ୍ଗୁରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି।

ଡଙ୍ଗୁରେ ଆକ୍ରନ୍ତ ୩୧ ଜଣଙ୍କ ମଧ୍ୟରୁ ଏନଏସ୍‌-୧ରେ ଜଣେ, ଆଇଜିଏମ୍‌ରେ ୬ ଓ ଆଇଜିଜିରେ ୧୪ ଜଣ ପଜିଟିଭ୍‌ ବୋଲି ଜଣାପଡିଛି। ଏନ୍‌ଏସ୍‌-୧ରେ ଜଣେ ମହିଳା ଆକ୍ରାନ୍ତ ମୋହନା ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି। ତେବେ ଅନ୍ୟମାନେ ଘରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ମେଡିକାଲ୍‌ ଟିମ୍‌ ନଜର ରଖିଛି।

ଗତ ଦେଢ଼ ମାସ ଭିତରେ ମୋହନା ଅଞ୍ଚଳରେ ଡଙ୍ଗୁରେ ଆକ୍ରାନ୍ତ ହୋଇ ୭ ଜଣଙ୍କ ମୃତ୍ୟୁ ଘଟିଛି।

Related story