ସଞ୍ଜ ହେଲେ ମାଡ଼ି ଆସୁଛି କୁହୁଡି, କାଲି ବି ଏମିତି ରହିବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉପକୂଳ ଓଡ଼ିଶାରେ ଅଜବ କୁହୁଡ଼ିର ଗଜବ ରୂପ। ସମୁଦ୍ର ପଟୁ ହଠାତ୍ ମାଡ଼ି ଆସୁଛି କୁହୁଡ଼ି। କେଉଁଠି ସକାଳେ ତ ଆଉ କେଉଁଠି ସଞ୍ଜ ନଇଁବା ପୂର୍ବରୁ ଛାଇଯାଉଛି ଘନକୁହୁଡିର ଚାଦର। ପୁରୀ ଓ କୋଣାର୍କ ପରେ ଆଜି ପାରାଦୀପରେ ଦେଖିବାକୁ ମିଳିଛି କୁହୁଡ଼ିର ଅଜବ ରୂପ। ଆଜି ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ହଠାତ୍ କୁହୁଡ଼ି ମାଡ଼ିଆସିଥିଲା ସହର ସଞ୍ଜ ହେଲେ ମାଡ଼ି ଆସୁଛି କୁହୁଡି, କାଲି ମଧ୍ୟ ଏମିତି ଲାଗି […]

foge

Manoranjan Sial
  • Published: Wednesday, 23 January 2019
  • , Updated: 23 January 2019, 09:00 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉପକୂଳ ଓଡ଼ିଶାରେ ଅଜବ କୁହୁଡ଼ିର ଗଜବ ରୂପ। ସମୁଦ୍ର ପଟୁ ହଠାତ୍ ମାଡ଼ି ଆସୁଛି କୁହୁଡ଼ି। କେଉଁଠି ସକାଳେ ତ ଆଉ କେଉଁଠି ସଞ୍ଜ ନଇଁବା ପୂର୍ବରୁ ଛାଇଯାଉଛି ଘନକୁହୁଡିର ଚାଦର। ପୁରୀ ଓ କୋଣାର୍କ ପରେ ଆଜି ପାରାଦୀପରେ ଦେଖିବାକୁ ମିଳିଛି କୁହୁଡ଼ିର ଅଜବ ରୂପ।

ଆଜି ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ହଠାତ୍ କୁହୁଡ଼ି ମାଡ଼ିଆସିଥିଲା ସହର ସଞ୍ଜ ହେଲେ ମାଡ଼ି ଆସୁଛି କୁହୁଡି, କାଲି ମଧ୍ୟ ଏମିତି ଲାଗି ରହିବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଉପକୂଳ ଓଡ଼ିଶାରେ ଅଜବ କୁହୁଡ଼ିର ଗଜବ ରୂପ। ସମୁଦ୍ର ପଟୁ ହଠାତ୍ ମାଡ଼ି ଆସୁଛି କୁହୁଡ଼ି। କେଉଁଠି ସକାଳେ ତ ଆଉ କେଉଁଠି ସଞ୍ଜ ନଇଁବା ପୂର୍ବରୁ ଛାଇଯାଉଛି ଘନକୁହୁଡିର ଚାଦର। ପୁରୀ ଓ କୋଣାର୍କ ପରେ ଆଜି ପାରାଦୀପରେ ଦେଖିବାକୁ ମିଳିଛି କୁହୁଡ଼ିର ଅଜବ ରୂପ।
ଆଜି ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ ସହର ଭିତରକୁ ହଠାତ୍ କୁହୁଡ଼ି ମାଡ଼ିଆସିଥିଲା। ଫଳରେ ଚାରିଆଡ଼େ କମି ଯାଇଥିଲା ଆଲୁଅର ପ୍ରଭାବ। ଅପରାହ୍ନରେ ନିଜ ନିଜର ଯାନବାନରେ ଲାଇଟ୍ ଜଳାଇ ଯିବାକୁ ପଡ଼ିଥିଲା ଲୋକଙ୍କୁ।

ସେହିପରି ସାଧାରଣତନ୍ତ୍ର ଦିବସ ପାଇଁ ଗୋପବନ୍ଧୁ ଷ୍ଟାଡିୟମ୍‌ରେ ଛାତ୍ରଛାତ୍ରୀମାନେ ପରେଡ୍ ଅଭ୍ୟାସ କରିପାରିନଥିଲେ। ତା’ସହ ପାରାଦୀପ ସମୁଦ୍ରରେ ନୌ ଚଳାଚଳ ପ୍ରଭାବିତ ହୋଇଥିବାରୁ ପ୍ରାୟ ଦେଢ଼ଶହ ମତ୍ସ୍ୟଜୀବୀ ଫସି ରହିଥିବା ସୂଚନା ମିଳିଛି।

ପାଣିପାଗ ବିଭାଗ କହିଛି, ଆସନ୍ତାକାଲି ଯାଏଁ ଏଭଳି କୁହୁଡ଼ି ଜାରି ରହିବ। ୫୦ରୁ ୧୦୦ ମିଟର ପର୍ଯ୍ୟନ୍ତ ଭିଜିବିଲିଟି ରହିବ। ଆସନ୍ତାକାଲି ପରେ କୁହୁଡ଼ିର ପ୍ରଭାବ କମିବ ବୋଲି କହିଛି ପାଣିପାଗ ବିଭାଗ।

Related story