ପାଟକୁରାରେ ଚାଲିଛି ବିଜେଡିର କ୍ଷମତା ଲଢ଼େଇ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଟକୁରା ବିଧାନସଭା ଆସନ ପାଇଁ ଭୋଟଗ୍ରହଣକୁ ଆଉ ମାତ୍ର ୧୦ଦିନ ବାକି ଥିବାବେଳେ ସେଠାରେ ପ୍ରଚାର ଦାୟିତ୍ୱରେ ଥିବା ରାଜ୍ୟସ୍ତରୀୟ ବିଜେଡି ନେତାମାନଙ୍କ ମଧ୍ୟରେ ଛକାପଞ୍ଝା ଓ ପରସ୍ପରର ଗୋଛିକଟା ରାଜନୀତି ଏବେ ତୀବ୍ର ହେବାରେ ଲାଗିଛି। ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀଙ୍କ ବିରୋଧରେ ଲଢ଼ିବା ପାଇଁ ରଣନୀତି ପ୍ରସ୍ତୁତ କରିବା ପରିବର୍ତ୍ତେ ବିଜେଡି ନେତାମାନେ ନିଜ ନିଜର ପତିଆରା ଦେଖାଇବାରେ ଲାଗିଛନ୍ତି। ତୀବ୍ର ଗୋଷ୍ଠୀ କନ୍ଦଳ ଓ ଅବିଶ୍ୱାସର ବାତାବରଣ ଯୋଗୁ ନିଜର ଯୁବ, ଛାତ୍ର […]

Bjp-and-bjd-have-launched-vigorous-campaigns-in-patakura-while-congress-lags-behind

Manoranjan Sial
  • Published: Wednesday, 10 July 2019
  • , Updated: 10 July 2019, 10:35 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଟକୁରା ବିଧାନସଭା ଆସନ ପାଇଁ ଭୋଟଗ୍ରହଣକୁ ଆଉ ମାତ୍ର ୧୦ଦିନ ବାକି ଥିବାବେଳେ ସେଠାରେ ପ୍ରଚାର ଦାୟିତ୍ୱରେ ଥିବା ରାଜ୍ୟସ୍ତରୀୟ ବିଜେଡି ନେତାମାନଙ୍କ ମଧ୍ୟରେ ଛକାପଞ୍ଝା ଓ ପରସ୍ପରର ଗୋଛିକଟା ରାଜନୀତି ଏବେ ତୀବ୍ର ହେବାରେ ଲାଗିଛି। ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀଙ୍କ ବିରୋଧରେ ଲଢ଼ିବା ପାଇଁ ରଣନୀତି ପ୍ରସ୍ତୁତ କରିବା ପରିବର୍ତ୍ତେ ବିଜେଡି ନେତାମାନେ ନିଜ ନିଜର ପତିଆରା ଦେଖାଇବାରେ ଲାଗିଛନ୍ତି। ତୀବ୍ର ଗୋଷ୍ଠୀ କନ୍ଦଳ ଓ ଅବିଶ୍ୱାସର ବାତାବରଣ ଯୋଗୁ ନିଜର ଯୁବ, ଛାତ୍ର ଓ କୃଷକ ସଂଗଠନର ମୁଖିଆଙ୍କ ଉପରେ ବିଜେଡି ଭରସା କରିପାରିନି ଓ ସେମାନଙ୍କୁ ଆନୁଷ୍ଠାନିକ ଭାବେ କୌଣସି ଦାୟିତ୍ୱ ମଧ୍ୟ ନ୍ୟସ୍ତ କରିନଥିବା ଜଣାପଡ଼ିଛି। ଆଉ ବିଜେଡିରେ ନେତାମାନଙ୍କ ମଧ୍ୟରେ ଏଭଳି ଲଢ଼େଇ ଏବେ ପରୋକ୍ଷରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ଜିତିବାର ମାର୍ଗ ପ୍ରଶସ୍ତ କରିବାରେ ଲାଗିଛି।

ସୂଚନା ଅନୁସାରେ, ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ଥିବା ମୋଟ ୫୧ଟି ପଞ୍ଚାୟତରେ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର ନିମନ୍ତେ ବିଜେଡି ୫୫ଜଣ ପ୍ରଭାବଶାଳୀ ମନ୍ତ୍ରୀ,ବିଧାୟକ ଓ ଅନ୍ୟ ନେତାମାନଙ୍କୁ ଦାୟିତ୍ୱ ନ୍ୟସ୍ତ କରିଛି। ଡେରାବିଶ ବ୍ଲକରେ ୨୬ଟି ପଞ୍ଚାୟତ ଥିବାବେଳେ ସେଠାରେ ପ୍ରଭାବଶାଳୀ ନେତା ସଞ୍ଜୟ ଦାସବର୍ମା ଓ ମନ୍ତ୍ରୀ ଅରୁଣ ସାହୁଙ୍କ ସମେତ ମୋଟ ୩୦ଜଣ ମନ୍ତ୍ରୀ,ବିଧାୟକ ଓ ଅନ୍ୟାନ୍ୟ ନେତାଙ୍କୁ ଦାୟିତ୍ୱ ନ୍ୟସ୍ତ ହୋଇଛି । ପ୍ରତ୍ୟେକ ବିଧାୟକ ଓ ମନ୍ତ୍ରୀଙ୍କୁ ପଞ୍ଚାୟତ ଦାୟିତ୍ୱରେ ରଖାଯାଇଛି। ସେହିପରି ୧୮ଟି ପଞ୍ଚାୟତବିଶିଷ୍ଟ ଗରଦପୁର ବ୍ଲକରେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସମେତ ୧୬ଜଣ ନେତାଙ୍କୁ ପଞ୍ଚାୟତୱାରି ଦାୟିତ୍ୱ ବଣ୍ଟନ ହୋଇଛି। ସେହିପରି ପାଟକୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ଥିବା ମାର୍ଶାଘାଇର ୭ଟି ପଞ୍ଚାୟତ ଦାୟିତ୍ୱରେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ସମେତ ପ୍ରଭାବଶାଳୀ ଯୁବନେତା ଅତନୁ ସବ୍ୟସାଚୀ ନାୟକ,ପ୍ରଦୀପ ପାଣିଗ୍ରାହୀ ଓ ଅନ୍ୟ ୯ଜଣ ବିଧାୟକ ଏବଂ ନେତା ମୁତୟନ ହୋଇଛନ୍ତି।

ତେବେ ଆଶ୍ଚର୍ଯ୍ୟର କଥା, ବିଜେଡି ଏହି ନିର୍ବାଚନରେ ଦଳର ଯୁବ ସଭାପତି ଅମରେଶ ପତ୍ରୀ, ଛାତ୍ର ସଭାପତି ରାଣାପ୍ରତାପ ପାତ୍ର , କୃଷକ ସାମ୍ମୁଖ୍ୟ ସଭାପତି ପ୍ରସନ୍ନ ଆଚାର୍ଯ୍ୟ ଓ କୃଷକ ସେଲ୍ ମହାସଚିବ ପ୍ରତାପ ଜେନାଙ୍କୁ ପାଟକୁରାରେ ନିର୍ବାଚନ ପ୍ରଚାର ଦାୟିତ୍ୱରୁ ଦୂରେଇ ରଖିଛି। ଯୁବ ସଭାପତି ଅମରେଶ ଓ ମନ୍ତ୍ରୀ ପ୍ରତାପ ଜେନା କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନମଣ୍ଡଳୀର ହୋଇଥିଲେ ମଧ୍ୟ ସେମାନଙ୍କୁ ଆନୁଷ୍ଠାନିକ ପ୍ରଚାର ଅବା ପଞ୍ଚାୟତ ଦାୟିତ୍ୱ ମିଳିନି। ଓଲଟା ବିଧାୟକ ଓ ମନ୍ତ୍ରୀମାନଙ୍କ ଭରସାରେ ବିଜେଡି ଏବେ ପାଟକୁରାର ଯୁବ,ମହିଳା,ଛାତ୍ର ଓ କୃଷକ ଭୋଟରଙ୍କୁ ପ୍ରଭାବିତ ପାଇଁ ରଣନୀତି କରିଛି। ଯାହାକି ଏବେ ଦଳ ପାଇଁ ସବୁଠୁ ବଡ଼ ସମସ୍ୟା ପାଲଟିଛି।

ଏସବୁ ଭିତରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁଲାଇ ୧୭ ଓ ୧୮ ତାରିଖ ଦୁଇଦିନ ଧରି ପାଟକୁରାରେ ପ୍ରଚାର ଅଭିଯାନର ମଙ୍ଗ ଧରିବେ ବୋଲି ସୂଚନା ମିଳିଛି। ନବୀନ ସେଠାରେ ସାଧାରଣ ସଭା ଓ ରୋଡ୍ ଶୋ’ ମାଧ୍ୟମରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ। ତେବେ ଏବେ ଦଳର ଯେଉଁ ୫୫ଜଣିଆ ଟିମ୍ ପାଟକୁରାର ବିଭିନ୍ନ ପଞ୍ଚାୟତ ଦାୟିତ୍ୱରେ ଅଛନ୍ତି, ସେମାନେ ଏପର୍ଯ୍ୟନ୍ତ ପଞ୍ଚାୟତସ୍ତରରେ ସକ୍ରିୟ ହୋଇପାରିନଥିବା ଜଣାପଡ଼ିଛି । ଯେଉଁ ନେତାମାନଙ୍କୁ ପଞ୍ଚାୟତ ଦାୟିତ୍ୱ ଦିଆଯାଇଛି ସେମାନେ ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କୁ ଅଣଦେଖା କରି ନିଜସ୍ତରରେ ସଂଗଠନକୁ ସଜାଡ଼ିବାକୁ ଉଦ୍ୟମ କରୁଛନ୍ତି। ତେବେ ନିର୍ବାଚନ ପରେ କିଏ ସେମାନଙ୍କ ସମସ୍ୟାର ସମାଧାନ କରିବ ବୋଲି ତୃଣମୂଳସ୍ତରରେ ଦଳୀୟ କର୍ମୀ ଓ ସାଧାରଣ ଭୋଟର ପ୍ରଶ୍ନ କରୁଥିବାରୁ ଅଧିକାଂଶ ବିଜେଡି ନେତା ପଞ୍ଚାୟତ ଭିତରକୁ ପଶିବାକୁ ବି କୁଣ୍ଠାବୋଧ କରୁଥିବା ଜଣାପଡ଼ିଛି।

ଦଳୀୟ ପାଣ୍ଠିକୁ ନିଜ ପକେଟରେ ପୁରାଇବା ପାଇଁ ବିଜେଡି ନେତାମାନଙ୍କ ମଧ୍ୟରେ ଏକରକମ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି। ଏପଟେ ବିଜେଡି ନେତାମାନଙ୍କ ଏଭଳି ଛକାପଞ୍ଝା ରାଜନୀତି ମଧ୍ୟରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ଆଜି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି।

Related story