ସଞ୍ଜିବନୀ ଅପେକ୍ଷାରେ ସୁକତେଲ

ବଲାଙ୍ଗିର(ମନରଞ୍ଜନ ଯୋଶୀ): ଗତ ସେପ୍ଟେମ୍ବର ୧୦ରେ ବଲାଙ୍ଗିର ଗସ୍ତରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆସିଥିଲେ। ବଲାଙ୍ଗିର  ଜୀବନରେଖା ଲୋୟର ସୁକତେଲ ଅଧୁରା କାମକୁ ଆରମ୍ଭ କରିବା ପାଇଁ ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ନେତୃତ୍ୱରେ ବଲାଙ୍ଗିର ଗସ୍ତ ଆସିଥିଲେ ୬ ଜଣିଆ କମିଟି । ସଦର ମହକୁମା ସର୍କିଟ ହାଉସରେ ବିଭିନ୍ନ ସଂଗଠନର କର୍ମକତ୍ତାଙ୍କୁ ଭେଟି ଉତ୍ସାହିତ ହୋଇଥିଲେ କମିଟି ସଦସ୍ୟ । କିନ୍ତୁ ଏମାନଙ୍କ ଭିତରେ ନଥିଲେ ବୁଡି ଅଂଚଳ ବାସିନ୍ଦା । କହିଥିଲେ […]

8909

Tapas Behera
  • Published: Monday, 30 November 2020
  • , Updated: 30 November 2020, 04:05 PM IST

ବଲାଙ୍ଗିର(ମନରଞ୍ଜନ ଯୋଶୀ): ଗତ ସେପ୍ଟେମ୍ବର ୧୦ରେ ବଲାଙ୍ଗିର ଗସ୍ତରେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆସିଥିଲେ। ବଲାଙ୍ଗିର  ଜୀବନରେଖା ଲୋୟର ସୁକତେଲ ଅଧୁରା କାମକୁ ଆରମ୍ଭ କରିବା ପାଇଁ ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ ନେତୃତ୍ୱରେ ବଲାଙ୍ଗିର ଗସ୍ତ ଆସିଥିଲେ ୬ ଜଣିଆ କମିଟି । ସଦର ମହକୁମା ସର୍କିଟ ହାଉସରେ ବିଭିନ୍ନ ସଂଗଠନର କର୍ମକତ୍ତାଙ୍କୁ ଭେଟି ଉତ୍ସାହିତ ହୋଇଥିଲେ କମିଟି ସଦସ୍ୟ । କିନ୍ତୁ ଏମାନଙ୍କ ଭିତରେ ନଥିଲେ ବୁଡି ଅଂଚଳ ବାସିନ୍ଦା । କହିଥିଲେ ଆସନ୍ତାକାଲି ଠୁ କାମ ଆରମ୍ଭ ହେବ । କିନ୍ତୁ ଗ୍ରାଉଣ୍ଡ ଜିରୋକୁ ଯାଇ, ବିସ୍ଥାପିତଙ୍କ ସହିତ ଆଲୋଚନା କରିବା ପରିବର୍ତ୍ତେ ମୁହଁ ମାରି ଫେରିଯାଇଥିଲେ ରାଜଧାନୀ । ତାପରେ ନଭେମ୍ବର ୪ ତାରିଖ ସିଧାସଳଖ ଦଳବଳ ଧରି ଡ୍ୟାମ ସାଇଟରେ ପହଞ୍ଚିଥିଲେ । କିନ୍ତୁ ଆଲୋଚନା ପୂର୍ବରୁ କାମ ଆରମ୍ଭକୁ ବିରୋଧ କରି ଘଉଡାଇଦେଇଥିଲେ ବୁଡି ଅଂଚଳ ବାସିନ୍ଦା । ଶେଷରେ ଦୀର୍ଘ ଦୁଇ ମାସର ସରକାରୀ ଓ ପ୍ରଶାସନିକ ପ୍ରସ୍ତୁତି ଫସର ଫାଟିଥିଲା ।

୧୯୯୪-୯୫ରେ ମଂଜୁରୀ ପାଇଥିଲା ପ୍ରକଳ୍ପ । ସେତେବେଳର ୨୦୦ କୋଟିର ପ୍ରକଳ୍ପର  ଏବେ ବ୍ୟୟ ଅଟକଳ ୨୦୦୦ କୋଟି ରୁ ଅଧିକରେ ପହଞ୍ଚିଲାଣି  । ୨୦୦୦ ମସିହାରେ ପ୍ରକଳ୍ପ ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କିନ୍ତୁ କ୍ଷତିପୂରଣ ଓ ବିସ୍ଥାପନର ବିବାଦ ଯୋଗୁଁ ଆରମ୍ଭ ହୋଇପାରୁନଥିଲା କାମ । କାମ ଆରମ୍ଭ କରିବାକୁ, ଏକଜୁଟ ହୋଇ ଆନ୍ଦୋଳନ କରିଥିଲେ ବଲାଙ୍ଗିର ସହରର ବିଭିନ୍ନ ଅନୁଷ୍ଠାନ ।

ଏପରିକି ଚାପରେ ଆସି ୨୦୧୩ ମସିହାରେ ଆରମ୍ଭ ହୋଇଥିଲା ପ୍ରକଳ୍ପର କାମ । କିନ୍ତୁ ବିସ୍ଥାପିତଙ୍କ କ୍ଷତିପୂରଣ ଓ ଥଇଥାନରେ ପ୍ରଶାସନିକ ଅବହେଳା ଯୋଗୁଁ, ପୁଣିଥରେ ୨୦୧୬ ମସିହାରେ ଜଳ ସତ୍ୟାଗ୍ରହ କରିଥିଲେ ଆକ୍ସନ କମିଟିର କର୍ମକର୍ତ୍ତା । ତତକ୍ଷଣାତ ଆନ୍ଦୋଳନକାରୀଙ୍କୁ  ଭୁବନେଶ୍ୱର ଡାକି, ଆଲୋଚନା କରିଥିଲେ।  ବିସ୍ଥାପିତ ମାନଙ୍କ ଥଇଥାନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଥିଲେ ସରକାର । ବର୍ତ୍ତମାନ ବିଭାଗୀୟ ଅଧିକାରୀଙ୍କ କହିବା ମୁତାବକ, ପ୍ରକଳ୍ପରେ ପ୍ରଭାବିତ ୧୫ ଟି ଗାଁର ଜମି ଅଧିଗ୍ରହଣ ଟଙ୍କା ଦିଆ ସରିଛି ଏବଂ ଯୋଉ ପରିବାର ଗାଁ ଛାଡି ଯାଉଛନ୍ତି ସେମାନଙ୍କୁ ଥଇଥାନ ପ୍ୟାକେଜ ଦିଆଯାଉଛି । କିନ୍ତୁ ସେପଟେ ବିସ୍ଥାପିତଙ୍କ କହିବା କଥା, ସେମାନଙ୍କ ସଂପତ୍ତିର ସଠିକ ମୂଳ୍ୟାଙ୍କନ କରାଯାଇନାହିଁ ।

ଏପରିକି ଗତ ନଭେମ୍ବର ୪ ତାରିଖରେ ଏକ ହାଇଲେଭେଲ ଟିମ ପରିସ୍ଥିତି ଅନୁଧ୍ୟାନ ଆସିଥିଲେ । ସାଂଗରେ ଥିଲେ ପ୍ରକଳ୍ପ ନିମାର୍ଣକାରୀ ସଂସ୍ଥାର କର୍ମକର୍ତ୍ତା । ପରିସ୍ଥିତି ଅନୁଧ୍ୟାନ କରୁଥିଲେ । କିନ୍ତୁ ବୁଡି ଅଂଚଳ ବାସିନ୍ଦା  ନାରାବାଜି  କରି ପ୍ରକଳ୍ପ କାମକୁ ବିରୋଧ କରିଥିଲେ । କହିଥିଲେ ପ୍ରଥମେ ଥଇଥାନ। ତାପରେ କାମ । ଆଉ ଦୀର୍ଘ ଦୁଇମାସର ପ୍ରସ୍ତୁତି ପରେ ମାଟିକାମୁଡି ଫେରି ଆସିଥିଲେ ହାଇଲେଭେଲ ଟିମ । ଆଉ ତା’ପରେ ବୁଡି ଅଂଚଳ ବାସିନ୍ଦାଙ୍କ ଗଣମାଧ୍ୟମ ସମ୍ମିଳନୀ କରିଥିଲେ । ଅଭିଯୋଗ ଥିଲା  ପ୍ରକଳ୍ପ ପାଇଁ କ୍ଷତି ସହିବୁ । କିନ୍ତୁ ଆମ ସହିତ ଆଲୋଚନା କରୁନାହାନ୍ତି । ଆମେ ପ୍ରକଳ୍ପକୁ ବିରୋଧ କରୁନାହୁଁ ।

ଆମେ ବି ପ୍ରକଳ୍ପ ସପକ୍ଷରେ ଅଛୁ । କିନ୍ତୁ କ୍ଷତିପୂରଣ ଦେବା ସହ ଥଇଥାନ କରିବା ପରେ ହିଁ ପ୍ରକଳ୍ପ କାମ ଆରମ୍ଭ ହେବ । କାରଣ ଆଗରୁ ଆମକୁ ଭୁତାଇ ୭୦ ପ୍ରତିଶତ ପ୍ରକଳ୍ପ କାମ ସରିଯାଇଛି । ହେଲେ ଆମର ୫୦ ପ୍ରତିଶତ ବି କ୍ଷତିପୂରଣ ଦିଆଯାଇନାହିଁ । ତେଣୁ ବୁଡି ଅଂଚଳ ବାସିନ୍ଦାଙ୍କ କହିବା କଥା ହେଲା ଦୀର୍ଘ ଦିନ ଧରି ପ୍ରକଳ୍ପ କାମ ବନ୍ଦ ରହିଥିବାରୁ ଏବେ ଅନିଶ୍ଚିତତା ଭିତରେ ଲୋୟର ସୁକତେଲ ରହିଛି ।  ଆମେ ରହିପାରୁନାହୁଁ କି ଯାଇପାରୁନାହୁଁ  । ପୁରା ପ୍ରକ୍ରିୟୟାକୁ ଦେଖିଲେ ପ୍ରକଳ୍ପ ହେବା ନେଇ ସନ୍ଦେହ ସୃଷ୍ଟି ହୋଇଥିବା ବେଳେ ଜିଲ୍ଳାପାଳ କହିଛନ୍ତି  ଆଲୋଚନା କରାଯାଉଛି ।

Related story