ବିଜେଡିକୁ ଛାଡ଼ୁନି ‘ବିଜୟ’ ଭୟ, ଖୋଳତାଡ଼ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଟକୁରା ବିଧାନସଭା ନିର୍ବାଚନରେ ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ଆଶା ଠାରୁ କମ୍ ଭୋଟ୍ ବ୍ୟବଧାନରେ ଜିତିବା ଘଟଣାକୁ ବିଜେଡି ଏପର୍ଯ୍ୟନ୍ତ ସହଜରେ ଗ୍ରହଣ କରିପାରୁନି। ସବୁ ତାକତ୍ ଲଗାଇ ବିଜେଡି ସେଠାରେ ନିର୍ବାଚନ ଲଢ଼ିଥିଲେ ମଧ୍ୟ ୨୦ବର୍ଷ ଧରି କ୍ଷମତାରୁ ବାହାରେ ଥିବା ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର କିଭଳି ୭୮ହଜାର ଭୋଟ୍ ପାଇଲେ ସେ ନେଇ ବିଜେଡି ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି। ବିଜେଡିର ଗଡ଼ ପାଟକୁରାରେ ଦଳ ୨ମାସ ପୂର୍ବରୁ […]

bijay-mohapatra

bijay-mohapatra

Manoranjan Sial
  • Published: Tuesday, 30 July 2019
  • Updated: 30 July 2019, 09:15 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପାଟକୁରା ବିଧାନସଭା ନିର୍ବାଚନରେ ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ଆଶା ଠାରୁ କମ୍ ଭୋଟ୍ ବ୍ୟବଧାନରେ ଜିତିବା ଘଟଣାକୁ ବିଜେଡି ଏପର୍ଯ୍ୟନ୍ତ ସହଜରେ ଗ୍ରହଣ କରିପାରୁନି। ସବୁ ତାକତ୍ ଲଗାଇ ବିଜେଡି ସେଠାରେ ନିର୍ବାଚନ ଲଢ଼ିଥିଲେ ମଧ୍ୟ ୨୦ବର୍ଷ ଧରି କ୍ଷମତାରୁ ବାହାରେ ଥିବା ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର କିଭଳି ୭୮ହଜାର ଭୋଟ୍ ପାଇଲେ ସେ ନେଇ ବିଜେଡି ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଛି। ବିଜେଡିର ଗଡ଼ ପାଟକୁରାରେ ଦଳ ୨ମାସ ପୂର୍ବରୁ ପ୍ରସ୍ତୁତି ସହ ସବୁ ତାକତ୍ ଲଗାଇ ଉତ୍ସାହଜନକ ସଫଳତା ପାଇନଥିବାରୁ ତା’ର ପ୍ରଭାବ ବିଜେପୁର ଉପନିର୍ବାଚନ ଉପରେ ପଡ଼ିପାରେ ବୋଲି ଦଳ ଆଶଙ୍କା କରିଛି।

ନବୀନ ନିବାସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପାଟକୁରା ନିର୍ବାଚନରେ ବିଜେଡି ପ୍ରାର୍ଥୀ ଜିତିବା ପରେ ଦଳ ବିଜୟ ଉଲ୍ଲାସ ମନାଇଥିଲେ ବି ଦାୟିତ୍ୱରେ ଥିବା ନେତାମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳି ନଥିଲା। ପାଟକୁରା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରଦିନ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସେଠାରେ ଦାୟିତ୍ୱରେ ଥିବା ନେତାମାନଙ୍କୁ ଡକାଇ ଫଳାଫଳର ସମୀକ୍ଷା କରିଥିଲେ। ପାଟକୁରା ଦାୟିତ୍ୱରେ ଥିବା ନେତାମାନେ ଯେତେ ସଫେଇ ଦେଇଥିଲେ ସୁଦ୍ଧା କମ୍ ଭୋଟ୍ ବ୍ୟବଧାନରେ ଦଳୀୟ ପ୍ରାର୍ଥୀ ଜିତିଥିବାରୁ ଦଳର ସୁପ୍ରିମୋ ଓ ତାଙ୍କ ପରାମର୍ଶଦାତାଙ୍କ ମୁହଁରେ ଅସନ୍ତୋଷ ସ୍ପଷ୍ଟ ବାରି ହୋଇପଡ଼ିଥିଲା। ଯେଉଁଥିପାଇଁ ଏବେଠୁ ନିଜକୁ ବିଜେପୁର ଉପନିର୍ବାଚନ ପାଇଁ ପ୍ରସ୍ତୁତ କରୁଥିବା ବିଜେଡି ନିଜର ରଣନୀତିରେ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ପାଟକୁରାରେ ଯେଉଁ ନେତାମାନଙ୍କୁ ଦଳ ନିର୍ବାଚନ ଦାୟିତ୍ୱ ନ୍ୟସ୍ତ କରିଥିଲା, ପ୍ରଚାରବେଳେ ସେମାନଙ୍କର ଗତିବିଧି କିପରି ରହିଥିଲା, ତାହା ଯାଞ୍ଚ କରିବାକୁ ନିଜର ବିଶ୍ୱସ୍ତ ଅଫିସରମାନଙ୍କୁ କାର୍ଯ୍ୟରେ ଲଗାଯାଇଥିବା ସୂଚନା ମିଳିଛି। ବିଜେଡିର ଗୋଟିଏ ବୃହତ୍ ଗୋଷ୍ଠୀ ତାଙ୍କ ସହ ଯୋଗସୂତ୍ରରେ ରହିଥିଲା ବୋଲି ବିଜେପି ପ୍ରାର୍ଥୀ ଶ୍ରୀ ମହାପାତ୍ର ଗଣମାଧ୍ୟମରେ ଦେଇଥିବା ବୟାନକୁ ବି ବିଜେଡି ନେତୃତ୍ୱ ହାଲକା ଭାବେ ନେଇନାହାନ୍ତି। ରାଜ୍ୟ ରାଜନୀତିର ଅଭିଜ୍ଞ ନେତା ଶ୍ରୀ ମହାପାତ୍ର ପାଟକୁରା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ବିଜେଡିର ଭାଗ୍ୟ ନିୟନ୍ତା ଅଣଓଡ଼ିଆ ପ୍ରଶାସକଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି।

ଶ୍ରୀ ମହାପାତ୍ର ରାଜ୍ୟସ୍ତରରେ, ବିଶେଷକରି କେନ୍ଦ୍ରାପଡ଼ା ଜିଲ୍ଲାରେ ସରକାର ଓ ବିଜେଡିକୁ ଅଡ଼ୁଆରେ ପକାଇବା ଭଳି କାର୍ଯ୍ୟ କରିବାର ଆଶଙ୍କା ରହିଛି। ତେଣୁ ତାଙ୍କର ଆଗାମୀ କାର୍ଯ୍ୟପନ୍ଥା ଉପରେ ତୀକ୍ଷ୍ଣ ନଜର ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଶ୍ରୀ ମହାପାତ୍ର ମୁହଁ ଖୋଲିଲେ ବିଜେଡି ସରକାରରେ କମ୍ପନ ସୃଷ୍ଟି ହୁଏ। ଯେଉଁଥିପାଇଁ ସାଧାରଣ ନିର୍ବାଚନର ପ୍ରାୟ ୩ବର୍ଷ ପୂର୍ବରୁ ଶ୍ରୀ ମହାପାତ୍ରଙ୍କ ସହ ବିଜେଡିର କିଛି ହେଭିୱେଟ୍ ନେତା ଯୋଗସୂତ୍ରରେ ରହି ତାଙ୍କୁ ବିଜେଡିକୁ ଫେରାଇ ଆଣିବାକୁ ଉଦ୍ୟମ କରିବା ସହ ମ୍ୟାନେଜ୍ ମଧ୍ୟ କରୁଥିଲେ। ନିର୍ବାଚନ ପ୍ରଚାରବେଳେ ଜଣେଦୁଇଜଣ ବିଜେଡି ନେତାଙ୍କୁ ଛାଡ଼ିଦେଲେ ଅନ୍ୟମାନେ କେହି ଶ୍ରୀ ମହାପାତ୍ରଙ୍କ ବିରୋଧରେ ମୁହଁ ଖୋଲିନଥିବାରୁ ସେମାନଙ୍କର ଗତିବିଧି କ’ଣ ରହିଥିଲା ତାକୁ ମଧ୍ୟ ସ୍କାନରରେ ରଖିବାକୁ ବିଶ୍ୱସ୍ତ ଅଫିସରମାନଙ୍କୁ କୁହାଯାଇଥିବା ଜଣାପଡ଼ିଛି।

ବିଜେପି ଶୀର୍ଷ ନେତୃତ୍ୱଙ୍କ ସହ ଗୋପନ ବୁଝାମଣାର ଫାଇଦା ଉଠାଇ ବିଜେଡି ମୁଖିଆ ରାଜ୍ୟରେ ନିଷ୍କଣ୍ଟକ ଭାବେ କ୍ଷମତା ଉପଭୋଗ କରିବାର ରଣନୀତି ପ୍ରସ୍ତୁତ କରିଥିଲେ ମଧ୍ୟ ଶ୍ରୀ ମହାପାତ୍ରଙ୍କ ସମ୍ଭାବ୍ୟ ଆକ୍ରମଣାତ୍ମକ ଆଭିମୁଖ୍ୟକୁ କିଭଳି ପ୍ରତିହତ କରାଯିବ ସେ ନେଇ ବିଜେଡି ନେତୃତ୍ୱ ଏବେ ଚିନ୍ତାରେ ପଡ଼ିଥିବା ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story