ଆଜି ବଡ଼ ଓଷା, ଧବଳେଶ୍ୱରକୁ ଶ୍ରଦ୍ଧାଳୁଙ୍କ ସୁଅ

<p>ଆଠଗଡ: ଆଜି ବଡ଼ ଓଷା। ଏଥିପାଇଁ ଚଳଚଞ୍ଚଳ କଟକ ଜିଲ୍ଲା ଆଠଗଡ଼ର ପ୍ରସିଦ୍ଧ ଶୈବ ପୀଠ ଧବଳେଶ୍ୱର। ଭୋରରୁ ଏଠାକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି।</p> <p>ଆଜି ଠାକୁରଙ୍କ ବଡ଼ସିଂହାର ବେଶ ସହ ଲାଗି ହେବେ ଗଜଭୋଗ।&nbsp; ବଡ଼ ଓଷାକୁ ନେଇ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ବେଳେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି। ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ନଦୀ ପାର ହୋଇଆସୁଥିବା ଭକ୍ତଙ୍କ ସୁରକ୍ଷା ଲାଗି ମଧ୍ୟ ବ୍ୟବସ୍ଥା କରାଯାଇଛି। &nbsp;ନଦୀ ପାର ହେବା ନିମନ୍ତେ ୧୪ଟି ମୋଟର ଚାଳିତ ଡଙ୍ଗା ସାଙ୍ଗକୁ ୭୦ରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଯାତ୍ରୀଙ୍କ ଲାଗି ଲାଇଫ ଜ୍ୟାକେଟ ବ୍ୟବସ୍ଥା ରହିଛି।&nbsp; ଓଡ୍ରାଫ ଟିମ୍ ମଧ୍ୟ ୨୪ ଘଣ୍ଟା ସଜାଗ ରହିବେ।</p>

Ordigital Desk
  • Published: Thursday, 02 November 2017
  • Updated: 02 November 2017, 07:47 AM IST

Sports

Latest News

<p>ଆଠଗଡ: ଆଜି ବଡ଼ ଓଷା। ଏଥିପାଇଁ ଚଳଚଞ୍ଚଳ କଟକ ଜିଲ୍ଲା ଆଠଗଡ଼ର ପ୍ରସିଦ୍ଧ ଶୈବ ପୀଠ ଧବଳେଶ୍ୱର। ଭୋରରୁ ଏଠାକୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଛି।</p><p>ଆଜି ଠାକୁରଙ୍କ ବଡ଼ସିଂହାର ବେଶ ସହ ଲାଗି ହେବେ ଗଜଭୋଗ।&nbsp; ବଡ଼ ଓଷାକୁ ନେଇ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ବେଳେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି। ପ୍ରବଳ ଜନସମାଗମକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ନିମନ୍ତେ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ନଦୀ ପାର ହୋଇଆସୁଥିବା ଭକ୍ତଙ୍କ ସୁରକ୍ଷା ଲାଗି ମଧ୍ୟ ବ୍ୟବସ୍ଥା କରାଯାଇଛି। &nbsp;ନଦୀ ପାର ହେବା ନିମନ୍ତେ ୧୪ଟି ମୋଟର ଚାଳିତ ଡଙ୍ଗା ସାଙ୍ଗକୁ ୭୦ରୁ ଅଧିକ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଯାତ୍ରୀଙ୍କ ଲାଗି ଲାଇଫ ଜ୍ୟାକେଟ ବ୍ୟବସ୍ଥା ରହିଛି।&nbsp; ଓଡ୍ରାଫ ଟିମ୍ ମଧ୍ୟ ୨୪ ଘଣ୍ଟା ସଜାଗ ରହିବେ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos