ଗର୍ଭବତୀ ହାତୀ ମୃତ୍ୟୁ ଘଟଣା: ଫରେଷ୍ଟର ନିଲମ୍ବିତ, ରେଞ୍ଜରଙ୍କ ସମେତ ୩ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍

ତେଲକୋଇ (ଚିନ୍ମୟ କୁମାର ସାହୁ): କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ତାଳପଦା ସେକ୍ସନ କଳାପାଟ ସଂରକ୍ଷିତ ଜଙ୍ଗଲ କୁଲିଆପାଳରେ ତୀର ମାଡ଼ରେ ଏକ ଗର୍ଭବତୀ ହାତୀର ମୃତ୍ୟୁ ଘଟଣାରେ ହୋଇଛି କାର୍ଯ୍ୟାନୁଷ୍ଠାନ। ତାଳପଦା ସେକ୍ସନ ଫରେଷ୍ଟର ପୂର୍ଣ୍ଣଚନ୍ଦ୍ରଙ୍କୁ ନିଲମ୍ବନ କରିଛନ୍ତି କେନ୍ଦୁଝର ଡିଏଫ୍‌ଓ ଏଚ୍‌.ଡି ଧନରାଜ। କାର୍ଯ୍ୟରେ ଅବହେଳା ପାଇଁ ଫରେଷ୍ଟରଙ୍କୁ ନିଲମ୍ବନ କରାଯାଇଛି। ଏହା ସହିତ ତିନି କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଯାଇଛି। ସେମାନେ ହେଲେ ତେଲକୋଇ ଫରେଷ୍ଟ ରେଂଜର ରେଞ୍ଜର ଶିବାଜୀ ମୋହନ […]

jungle

  • Published: Saturday, 12 November 2022
  • , Updated: 12 November 2022, 05:15 PM IST

ତେଲକୋଇ (ଚିନ୍ମୟ କୁମାର ସାହୁ): କେନ୍ଦୁଝର ବନଖଣ୍ଡ ତେଲକୋଇ ବନାଞ୍ଚଳ ତାଳପଦା ସେକ୍ସନ କଳାପାଟ ସଂରକ୍ଷିତ ଜଙ୍ଗଲ କୁଲିଆପାଳରେ ତୀର ମାଡ଼ରେ ଏକ ଗର୍ଭବତୀ ହାତୀର ମୃତ୍ୟୁ ଘଟଣାରେ ହୋଇଛି କାର୍ଯ୍ୟାନୁଷ୍ଠାନ। ତାଳପଦା ସେକ୍ସନ ଫରେଷ୍ଟର ପୂର୍ଣ୍ଣଚନ୍ଦ୍ରଙ୍କୁ ନିଲମ୍ବନ କରିଛନ୍ତି କେନ୍ଦୁଝର ଡିଏଫ୍‌ଓ ଏଚ୍‌.ଡି ଧନରାଜ। କାର୍ଯ୍ୟରେ ଅବହେଳା ପାଇଁ ଫରେଷ୍ଟରଙ୍କୁ ନିଲମ୍ବନ କରାଯାଇଛି।

ଏହା ସହିତ ତିନି କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଯାଇଛି। ସେମାନେ ହେଲେ ତେଲକୋଇ ଫରେଷ୍ଟ ରେଂଜର ରେଞ୍ଜର ଶିବାଜୀ ମୋହନ ରାଓ, ଫରେଷ୍ଟର ଯଦୁମଣୀ ରଣା ଓ ଫରେଷ୍ଟ ଗାର୍ଡ ଝରଣା ସାହୁ।

ଗତ ୭ ତାରିଖରେ କଳାପାଟ ସଂରକ୍ଷିତ ଜଙ୍ଗଲର କୁଲିଆପାଳରେ ଏକ ମାଈ ହାତୀ ଓ ଏକ ନବଜାତ ହାତୀ ଛୁଆର ଗଳିତ ଶଵ ଠାବ କରାଯାଇଥିଲା। ଶଵ ବ୍ୟବଚ୍ଛେଦ ବେଳେ ମା’ ହାତୀର ପେଟର ବାମ ପାର୍ଶ୍ୱରୁ ଏକ ତୀର ବାହାରି ଥିଲା। ଏହା ପରେ ଅଡୁଆରେ ପଡ଼ିଥିଲା ବନବିଭାଗ।

ତା’ ପରଦିନ ୱାଇଲଡ୍‌ ଲାଇଫ ପିସିସିଏଫ ଏସ. କେ. ପୁନିଲ, ବାରିପଦା ଆରସିସିଏଫ ଟି. ଆର. ଶୋକ କଳାପାଟ ସଂରକ୍ଷିତ ଜଙ୍ଗଲକୁ ଯାଇ ତଦନ୍ତ କରିଥିଲେ ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।

Related story