୨୦୧୮ରେ ମାଓବାଦୀଙ୍କୁ ମିଳିବନି ନିସ୍ତାର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନୂଆବର୍ଷରେ ମାଓ ମୁକାବିଲା ଠିକଣା ଢଙ୍ଗରେ ଏବଂ ଜୋରଦାର ହେବ। ମାଓ ଅଧ୍ୟୁଷିତ ଅଞ୍ଚଳରେ ଅର୍ଥନୈତିକ ପ୍ରଗତିକୁ ଗୁରୁତ୍ୱ ଦିଆଯିବ। ନୂଆବର୍ଷରେ ଏପରି ନୂଆ ଚ୍ୟାଲେଞ୍ଜ ନେଇ ପ୍ରତିକ୍ରିୟା ଦେଇଛନ୍ତି ଡିଜିପି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା।

ସେହିଭଳି ସାଇବର ଅପରାଧ ନିୟନ୍ତ୍ରଣ ବଡ଼ ଚ୍ୟାଲେଞ୍ଜ ହେବ ବୋଲି ଡିଜିପି କହିଛନ୍ତି। ଏହାସହ ମହିଳା ଏବଂ ଶିଶୁଙ୍କ ପ୍ରତି ହେଉଥିବା ଅପରାଧ ହାର ହ୍ରାସ ପାଇଁ ପଦକ୍ଷେପ ନିଆଯାଉଥିବା ସେ ମତବ୍ୟକ୍ତ କରିଛନ୍ତି।