ଆସନ୍ତାକାଲି ଧାମନଗର ଗଣତି: ବିଜେଡି ରକ୍ତମୁଖା, ସିଇଓ କହିଲେ ଜାଣିନି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନ ପାଇଁ ଆସନ୍ତାକାଲି ଭୋଟଗଣତି ହେବ । ଏହାପୂର୍ବରୁ ଧାମନଗର ନିର୍ବାଚନମଣ୍ଡଳୀରେ ବିଜେଡି କର୍ମୀମାନଙ୍କ ଦ୍ୱାରା ବ୍ୟାପକ ହିଂସାକାଣ୍ଡର ଘଟଣା ପଦାକୁ ଆସିବାରେ ଲାଗିଛି । ବିଜେଡି କର୍ମୀମାନେ ରକ୍ତମୁଖା ହୋଇ କେଉଁଠି ଘର ପୋଡ଼ିଛନ୍ତି ତ କେଉଁଠି ଯୁବତୀଙ୍କୁ ଲହୁଲୁହାଣ କରିବାକୁ ପଛାଇ ନାହାନ୍ତି । ଏପଟେ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଏ ସମ୍ପର୍କରେ କିଛି ସୂଚନା ନାହିଁ ବୋଲି କହି ଦୋଷ ଛଡ଼ାଇବାକୁ ପ୍ରୟାସ କରିଥିବାବେଳେ ଦୁଇ ବିରୋଧୀ ଦଳ […]

by-election

by-election

Ordigital Desk
  • Published: Saturday, 05 November 2022
  • Updated: 05 November 2022, 07:47 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାମନଗର ଉପନିର୍ବାଚନ ପାଇଁ ଆସନ୍ତାକାଲି ଭୋଟଗଣତି ହେବ । ଏହାପୂର୍ବରୁ ଧାମନଗର ନିର୍ବାଚନମଣ୍ଡଳୀରେ ବିଜେଡି କର୍ମୀମାନଙ୍କ ଦ୍ୱାରା ବ୍ୟାପକ ହିଂସାକାଣ୍ଡର ଘଟଣା ପଦାକୁ ଆସିବାରେ ଲାଗିଛି । ବିଜେଡି କର୍ମୀମାନେ ରକ୍ତମୁଖା ହୋଇ କେଉଁଠି ଘର ପୋଡ଼ିଛନ୍ତି ତ କେଉଁଠି ଯୁବତୀଙ୍କୁ ଲହୁଲୁହାଣ କରିବାକୁ ପଛାଇ ନାହାନ୍ତି । ଏପଟେ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ଏ ସମ୍ପର୍କରେ କିଛି ସୂଚନା ନାହିଁ ବୋଲି କହି ଦୋଷ ଛଡ଼ାଇବାକୁ ପ୍ରୟାସ କରିଥିବାବେଳେ ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସର ନିରବତା ବି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ନିର୍ବାଚନରେ ଭୋଟ୍ ନଦେବା ନେଇ ପଶ୍ଚିମବଙ୍ଗରେ ଯେଭଳି ଢଙ୍ଗରେ ହିଂସା ହୁଏ, ସେଭଳି ସ୍ଥିତି ଏବେ ଓଡ଼ିଶାରେ ଦେଖିବାକୁ ମିଳିଥିବା ଚର୍ଚ୍ଚା ହେଉଛି।

ଆସନ୍ତାକାଲି ଧାମନଗର ଉପନିର୍ବାଚନ ଗଣତି ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ସରିଛି ବୋଲି ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଭଦ୍ରକସ୍ଥିତ ସଂସ୍କୃତି ଭବନଠାରେ ସକାଳ ୮ଟାରୁ ଭୋଟଗଣତି ଆରମ୍ଭ ହେବ । ପ୍ରଥମେ ପୋଷ୍ଟାଲ ବାଲାଟ୍ ଗଣନା ଓ ସାଢ଼େ ୮ଟାରୁ ଇଭିଏମ୍ ଭୋଟ୍ ଗଣନା କରାଯିବ । ଇଭିଏମ୍ ଭୋଟଗଣନା ପାଇଁ ମୋଟ ୧୪ଟି ଟେବୁଲର ବ୍ୟବସ୍ଥା ହୋଇଛି । ପୋଷ୍ଟାଲ ବାଲାଟ ଗଣତି ପାଇଁ ଅନ୍ୟ ଗୋଟିଏ ଟେବୁଲର ବ୍ୟବସ୍ଥା କରାଯାଇଛି । ମୋଟ ୧୮ଟି ରାଉଣ୍ଡରେ ଏହି ଭୋଟ୍ ଗଣତି କରାଯିବ ଓ ଶେଷରେ ଭିଭିପ୍ୟାଟ ସ୍ଲିପଗୁଡ଼ିକୁ ଗଣତି କରାଯିବ ବୋଲି ଶ୍ରୀ ଲୋହାନୀ କହିଛନ୍ତି । ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିଯୁକ୍ତି ପାଇଥିବା ପର୍ଯ୍ୟବେକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ଗଣତି ହେବ । କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କୁ ମାଇକ୍ରୋ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି । ୨୫୨ଟି ବୁଥରେ ହୋଇଥିବା ମତଦାନ ଓ ଇଭିଏମ ମେସିନଗୁଡ଼ିକୁ ତ୍ରିସ୍ତରୀୟ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଷ୍ଟ୍ରଙ୍ଗରୁମରେ ରଖାଯାଇଛି । ଭୋଟଗଣନାର ପ୍ରତ୍ୟେକ ରାଉଣ୍ଡ ପରେ ଫଳାଫଳ ଜନସାଧାରଣଙ୍କୁ ଜଣାଇବା ପାଇଁ ମାଇକ୍ ସହାୟତାରେ ଘୋଷଣା କରାଯିବ ଓ ପ୍ରାର୍ଥୀମାନଙ୍କ ଏଜଣ୍ଟେମାନେ ଭୋଟଗଣନା ପ୍ରକ୍ରିୟାର ନିରୀକ୍ଷଣ କରିବାକୁ ମଧ୍ୟ ବ୍ୟବସ୍ଥା ହୋଇଛି ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଗତକାଲି ଧାମନଗରରେ ମତଦାନ ପରଠୁ ବ୍ୟାପକ ହିଂସାକାଣ୍ଡ ଲାଗି ରହିଛି । ବିଜେଡିକୁ ଭୋଟ ଦେଇନଥିବା ଅଭିଯୋଗରେ କେଉଁଠି ଘରପୋଡ଼ି ତ କେଉଁଠି ସଂଘବଦ୍ଧ ଆକ୍ରମଣ ହୋଇଛି । ଧାମନଗର ବ୍ଲକର ଖପରପଦା ଗାଁରେ ଜଣେ ମହିଳାଙ୍କ ଘରପୋଡ଼ି ଦିଆଯାଇଛି । ଏପରିକି ଘର ପୋଡ଼ିଯିବା ଯୋଗୁ ସେ ଗାଁର ମିଶନ ଶକ୍ତି ଘରେ ଆଶ୍ରୟ ନେଇଥିବାବେଳେ ତାଙ୍କୁ ସେଠାରେ ସ୍ଥାନୀୟ ସରପଂଚ ଓ ତାଙ୍କ ପୁଅ ବଳପୂର୍ବକ କାଢ଼ିବା, ଦୁର୍ବ୍ୟବହାର ସହ ମାରପିଟ୍ କରିଥିବା ଅଭିଯୋଗ ହୋଇଛି । ତାଙ୍କ ଘର ପୋଡ଼ିବା ପଛରେ ବିଜେଡି ସମର୍ଥିତ ସରପଂଚ ଓ ତାଙ୍କ ପୁଅ ତଥା ସ୍ଥାନୀୟ ୱାର୍ଡମେମ୍ବରଙ୍କ ହାତ ରହିଛି ବୋଲି ପୀଡ଼ିତା ଗୁରୁବାରୀ ସେଠୀ ଗଣମାଧ୍ୟମ ସମ୍ମୁଖରେ ଅଭିଯୋଗ କରିଛନ୍ତି ।

ସେହିପରି ତିହିଡ଼ି ବ୍ଲକର ତଳଗୋପବିନ୍ଧା ଗାଁରେ ବିଜେଡି ସମର୍ଥକମାନଙ୍କ ସଂଘବଦ୍ଧ ଆକ୍ରମଣରେ ଦୁଇଜଣ ଯୁବକ ସଞ୍ଜିବନୀ ବେହେରା ଓ ଶଶୀକାନ୍ତ ଜେନା ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ବିଜେଡିକୁ ଭୋଟ୍ ଦେଇନଥିବା ଯୋଗୁ ସେମାନଙ୍କ ଉପରେ ଆକ୍ରମଣ ହୋଇଥିବା ଥାନାରେ ଅଭିଯୋଗ ହୋଇଛି।

ସେହିପରି ଘୋଡ଼ଙ୍ଗ ପଂଚାୟତରେ ବିଜେଡିକୁ ଭୋଟ୍ ଦେଇନଥିବା ଯୋଗୁ ଜଣେ ଯୁବତୀ ଓ ତାଙ୍କ ପିତାଙ୍କ ଉପରେ ଆକ୍ରମଣ ହୋଇଛି । ସମ୍ପୃକ୍ତ ଯୁବତୀ ମଧ୍ୟ ଏବେ ହସ୍ପିଟାଲରେ ଚିକିତ୍ସାଧୀନ ରହିଛନ୍ତି । ବଜେଡି କର୍ମୀମାନଙ୍କ ଆକ୍ରମଣରେ ସେ ଆହତ ହୋଇଥିବା ଅଭିଯୋଗ କରିଛନ୍ତି।

ଧାମନଗର ଅଂଚଳରେ ଏବେବି ସୁରକ୍ଷାକର୍ମୀ ମୁତୟନ ଥିବା ସତ୍ତ୍ୱେ ବ୍ୟାପକ ହିଂସାକାଣ୍ଡ କରିବାକୁ ବିଜେଡି କର୍ମୀମାନେ କିଭଳି ସାହାସ କରୁଛନ୍ତି ତାକୁ ନେଇ ପ୍ରଶ୍ନ ଉଠିଥିଲାବେଳେ ଏନେଇ ତାଙ୍କ ପାଖରେ କିଛି ସୂଚନା ନାହିଁ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ କହିଛନ୍ତି । ଅବଶ୍ୟ ସେ ଏହି ପ୍ରସଙ୍ଗରେ ଭଦ୍ରକ ଜିଲ୍ଲା ପୁଲିସ ଏସପିଙ୍କ ସହ କଥା ହେବେ ବୋଲି କହି ଦୋଷ ଛଡ଼ାଇବାକୁ ପ୍ରୟାସ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ଧାମନଗରରେ ଭୋଟ୍ ପରବର୍ତ୍ତୀ ହିଂସାକାଣ୍ଡ ବଢ଼ିବାରେ ଲାଗିଥିବାବେଳେ ବିଜେଡି କର୍ମୀମାନଙ୍କ ଦାଦାଗିରିରେ ସାଧାରଣ ଲୋକ ଶିକାର ହେଉଥିଲେ ମଧ୍ୟ ଦୁଇ ବିରୋଧୀ ଦଳ କଂଗ୍ରେସ ଓ ବିଜେପି ଏପର୍ଯ୍ୟନ୍ତ ନିରବ ରହିଛନ୍ତି । ଯଦିଓ ଭଦ୍ରକ ହସ୍ପିଟାଲରେ ଚିକିତ୍ସିତ ଆହତଙ୍କୁ ଭେଟିବାକୁ ବିଜେପି ପ୍ରାର୍ଥୀ ସୂର୍ଯ୍ୟଂବଶୀ ସୂରଜ ଯାଇଥିଲେ, ମାତ୍ର ପୁଲିସ ପ୍ରଶାସନ ଏଭଳି ହିଂସା ଉପରେ କାହିଁକି ଆଖିବୁଜି ଦେଇଛି ତାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି । ରାଜ୍ୟରେ ଉପନିର୍ବାଚନୀ ପରବର୍ତ୍ତୀ ହିଂସା ପ୍ରାୟତଃ ଦେଖିବାକୁ ମିଳୁନଥିବାବେଳେ ଭଦ୍ରକରେ ଏସବୁକୁ କିଏ ପ୍ରୋତ୍ସାହିତ କରୁଛି ତାକୁ ନେଇ ସାଧାରଣରେ ନାନାଦି ଚର୍ଚ୍ଚା ଲାଗି ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story