ଧାନ ଗବେଷଣା: ରାଜ୍ୟ କୃଷି ବିଭାଗ ଓ ଫିଲିପାଇନସର ଆଇଆରଆରଆଇ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

ଭୁବନେଶ୍ୱର: ରାଜ୍ୟରେ ଧାନ ଗବେଷଣା, ଉନ୍ନୟନ, ତାଲିମ, ଉତ୍ପାଦନ କୌଶଳ ଓ ସମ୍ପ୍ରସାରଣ ନେଇ ରାଜ୍ୟ କୃଷି ବିଭାଗ ଓ ଫିଲିପାଇନସ୍ ଠାରେ ଥିବା ଅନ୍ତର୍ଜାତୀୟ ଧାନ ଗବେଷଣା କେନ୍ଦ୍ର-ଆଇଆରଆରଆଇ ସହିତ ଏକ ଏମଓୟୁ ସ୍ୱାକ୍ଷରିତ ହୋଇଛି। ଶନିବାର ରାଜ୍ୟ ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। କୃଷି ନିର୍ଦ୍ଦେଶକ ପ୍ରମୋଦ ମେହେର୍ଦା ଏବଂ ଆଇଆରଆରଆଇ ଉପ ମହାପ୍ରବନ୍ଧକ ମାଥ୍ୟୁ ମୋରେଲ ଏଥିରେ ସ୍ୱାକ୍ଷର କରିଛନ୍ତି। ଏହାଦ୍ୱାରା ମରୁଡି, ସମେତ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଖାପ ଖୁଆଇ ପାରୁଥିବା ନୂତନ କିସମ ବିହନ ଉତ୍ପାଦନ ହେବା ସହିତ ଚାଷୀଙ୍କୁ ଆଧୁନିକ ଜ୍ଞାନ କୌଶଳ ଯୋଗାଇ ଦିଆଯାଇପାରିବ।