ରେଶମ ସହରରେ ମେଲିଛି ଧନୁ ମୁଆଁର ପସରା

Ordigital Desk
  • Published: Friday, 15 December 2017
  • , Updated: 15 December 2017, 10:02 AM IST
<p>ବ୍ରହ୍ମପୁର: ଆସନ୍ତାକାଲି ଧନୁ ସଂକ୍ରାନ୍ତି। ଏଥିପାଇଁ ସବୁଠି ମେଲିଛି ଧନୁ ମୁଆଁର ପସରା। ରେଶମ ସହରରେ ଏବେ ଜୋରସୋର ଆରମ୍ଭ ହୋଇ ଗଲାଣି ଧନୁ ମୁଆଁ ବିକ୍ରି। ଧନୁ ସଂକ୍ରାନ୍ତି ପୂର୍ବରୁ ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ଏଠାରେ ବିଭିନ୍ନ ପ୍ରକାରର ମୁଆଁ ମିଳିଥାଏ। ପ୍ରଥମେ ଇଷ୍ଟଦେବୀଙ୍କ ପାଖରେ ଏହି ମୁଆଁ ଲାଗି କରାଯିବା ପରେ ବନ୍ଧୁବାନ୍ଧବ ସାଙ୍ଗସାଥିଙ୍କ ମଧ୍ୟରେ ବଣ୍ଟା ଯାଇଥାଏ । ଆଉ ଏଭଳି କରିବା ଦ୍ୱାରା ସମ୍ପର୍କ ଆହୁରି ମଜବୁତ ହୋଇଥାଏ ବୋଲି ଲୋକଙ୍କ ବିଶ୍ୱାସ ରହିଛି।</p> <p>ପରମ୍ପରା&nbsp; ଅନୁସାରେ&nbsp; ଘିଅ, ଚିନି, ଲିଆ ଓ ନଡ଼ିଆପାତିରେ ତିଆରି ହେଉଥିବା ଏହି ମୁଆଁକୁ ଧନୁ ସଂକ୍ରାନ୍ତି ଦିନ ଇଷ୍ଟ ଦେବୀଙ୍କଠାରେ ଲାଗି କରାଯାଇଥାଏ। ପରେ ସାଙ୍ଗସାଥୀ ଏବଂ ବନ୍ଧୁ&nbsp; ବାନ୍ଧବଙ୍କ ଘରକୁ ପଠାଯାଇଥାଏ। ଖାସ୍&zwnj; କରି ବାହା ହୋଇଥିବା ଝିଅ ଘରକୁ ମୁଆଁ ଭାର ଯିବାର ପରମ୍ପରା ରହିଛି। ବ୍ରହ୍ମପୁର ମାର୍କେଟରେ ଏବେ ଘିଅ ମୁଆଁର ବେଶ୍&nbsp; ଚାହିଦା ରହିଥିବା ସ୍ଥାନୀୟ ଲୋକେ କହନ୍ତି।</p> <p>ନଭେମ୍ବର ମାସରୁ ଆରମ୍ଭ ହୋଇ ଫେବୃଆରୀ ମାସ ପର୍ଯ୍ୟନ୍ତ ଏହି ଧନୁ ମୁଆଁ ମିଳିଥାଏ। ବଜାରରେ ବିଭିନ୍ନ ପ୍ରକାରର ମୁଆଁ ମିଳୁଥିଲେ ମଧ୍ୟ ଘିଅ ମୁଆଁର ବେଶ୍ ଚାହିଦା ରହିଥିବା ବ୍ୟବସାୟୀମାନେ କହିଛନ୍ତି। ମୁଆଁ କିଲୋ ୧୨୦ ଟଙ୍କାରୁ ଆରମ୍ଭ ହୋଇ ୩୫୦ ପର୍ଯ୍ୟନ୍ତ ରହିଛି। କାହିଁ କେଉଁ କାଳରୁ ଧନୁ ମୁଆଁର ପରମ୍ପରା ଚାଲି ଆସିଥିବା ସଂସ୍କୃତିକ ଗବେଷକ କହିଛନ୍ତି।</p>

Related story