ରାଉତମୁଣ୍ଡାରେ ମନମୋହୁଛି ଶିଶୁ କଳାକାରଙ୍କୁ ଧନୁଯାତ୍ରା

ବଲାଙ୍ଗିର (ସସ୍ମିତା ସାହୁ): ବଲାଙ୍ଗିର ତୁରେକେଲା ବ୍ଲକ ରାଉତମୁଣ୍ଡା ଗାଁ ଠାରେ ଶିଶୁ କଳାକରମାନଙ୍କୁ ନେଇ ଚାଲିଛି ୧୩ତମ ଧନୁଯାତ୍ରା ମହୋତ୍ସବ। ଝରଣୀ ସମିତିସଭ୍ୟ କୌଶିକ ମେହେର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ୧୩ ବର୍ଷ ପୂର୍ବ ଆରମ୍ଭ ହୋଇଥିବା ଏହି ଧନୁଯାତ୍ରାରେ କୃଷ୍ଣଙ୍କଠାରୁ ଆରମ୍ଭ କରି କଂସ ପର୍ଯ୍ୟନ୍ତ ସମସ୍ତ ଚରିତ୍ରରେ ଶିଶୁ କଳାକାରମାନେ ଅଭିନୟ କରିଥାନ୍ତି। ଏହିଭଳି ଧନୁଯାତ୍ରା ସାରା ଓଡିଶାରେ ନିଆରା। ଧନୁଯାତ୍ରାର ସମସ୍ତ କାର୍ଯ୍ୟକ୍ରମ କେବଳ ଦିନ ବେଳା […]

b

Rakesh Mallick
  • Published: Wednesday, 31 January 2018
  • , Updated: 31 January 2018, 09:59 PM IST

ବଲାଙ୍ଗିର (ସସ୍ମିତା ସାହୁ): ବଲାଙ୍ଗିର ତୁରେକେଲା ବ୍ଲକ ରାଉତମୁଣ୍ଡା ଗାଁ ଠାରେ ଶିଶୁ କଳାକରମାନଙ୍କୁ ନେଇ ଚାଲିଛି ୧୩ତମ ଧନୁଯାତ୍ରା ମହୋତ୍ସବ। ଝରଣୀ ସମିତିସଭ୍ୟ କୌଶିକ ମେହେର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ। ୧୩ ବର୍ଷ ପୂର୍ବ ଆରମ୍ଭ ହୋଇଥିବା ଏହି ଧନୁଯାତ୍ରାରେ କୃଷ୍ଣଙ୍କଠାରୁ ଆରମ୍ଭ କରି କଂସ ପର୍ଯ୍ୟନ୍ତ ସମସ୍ତ ଚରିତ୍ରରେ ଶିଶୁ କଳାକାରମାନେ ଅଭିନୟ କରିଥାନ୍ତି। ଏହିଭଳି ଧନୁଯାତ୍ରା ସାରା ଓଡିଶାରେ ନିଆରା।

ଧନୁଯାତ୍ରାର ସମସ୍ତ କାର୍ଯ୍ୟକ୍ରମ କେବଳ ଦିନ ବେଳା ଅନୁଷ୍ଠିତ ହୋଇଥାଏ। ଆଜି ଦେବକୀ ବସୁଦେବଙ୍କ ବିବାହ, ଶୂନ୍ୟବାଣୀ, ଦେବକୀ ବସୁଦେବକୁ ବନ୍ଦୀ, ଉଗ୍ରସେନ ଗାଦିଚ୍ୟୁତ ଭଳି ଦୃଶ୍ୟ ଅଭିନୀତ ହୋଇଥିଲା। ରାଉତମୁଣ୍ଡା ଗ୍ରାମ୍ୟ କମିଟି ସଭାପତି ଗୌରଚନ୍ଦ୍ର ମିଶ୍ର ମଞ୍ଚ ପରିଚାଳନ କରିଥିଲେ। ଏହାସହ ଜଗନ୍ନାଥ ମନ୍ଦିରରେ ଭାଗବତ ପାରାୟଣ କାର୍ଯ୍ୟକ୍ରମମଧ୍ୟ ଅନୁଷ୍ଠିତ ହେଉଛି।

Related story