ବିକିଦେଲେ ବଗଲା ଧର୍ମଶାଳା !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଖଣ୍ଡ ଖଣ୍ଡ ହୋଇ ବିକ୍ରି ହୋଇଗଲା ପୁରୀର ବଗଲା ଧର୍ମଶାଳା । ଆଉ ମିଳିବନି ଶ୍ରୀମନ୍ଦିରର ଅତି ପାଖରେ ବର୍ଷ ବର୍ଷ ଧରି ଯାତ୍ରୀ ଓ ଭକ୍ତଙ୍କୁ ସ୍ୱଳ୍ପମୂଲ୍ୟରେ ରହଣୀ ସେବା । କାହିଁକି ନା ଏକମାତ୍ର ସରକାରୀ ଧର୍ମଶାଳାକୁ ପ୍ଲଟିଂ କରି ଲଜିଂ ମାଲିକଙ୍କୁ ବିକୁଛି ଜିଲ୍ଲା ପ୍ରଶାସନ । ଗତ ୫ରୁ ୧୨ ତାରିଖ ଭିତରେ ୬ ଜଣ ଲଜିଂ ମାଲିକଙ୍କୁ ବିକ୍ରି ହେଲାଣି ପ୍ଲଟ । ଗତ ୧୨-୮-୨୦୨୦ରେ ବାଲେଶ୍ୱର […]

6vb

6vb

Tapas Behera
  • Published: Tuesday, 18 August 2020
  • Updated: 18 August 2020, 09:16 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଖଣ୍ଡ ଖଣ୍ଡ ହୋଇ ବିକ୍ରି ହୋଇଗଲା ପୁରୀର ବଗଲା ଧର୍ମଶାଳା । ଆଉ ମିଳିବନି ଶ୍ରୀମନ୍ଦିରର ଅତି ପାଖରେ ବର୍ଷ ବର୍ଷ ଧରି ଯାତ୍ରୀ ଓ ଭକ୍ତଙ୍କୁ ସ୍ୱଳ୍ପମୂଲ୍ୟରେ ରହଣୀ ସେବା । କାହିଁକି ନା ଏକମାତ୍ର ସରକାରୀ ଧର୍ମଶାଳାକୁ ପ୍ଲଟିଂ କରି ଲଜିଂ ମାଲିକଙ୍କୁ ବିକୁଛି ଜିଲ୍ଲା ପ୍ରଶାସନ । ଗତ ୫ରୁ ୧୨ ତାରିଖ ଭିତରେ ୬ ଜଣ ଲଜିଂ ମାଲିକଙ୍କୁ ବିକ୍ରି ହେଲାଣି ପ୍ଲଟ । ଗତ ୧୨-୮-୨୦୨୦ରେ ବାଲେଶ୍ୱର ଜିଲ୍ଲାର ଦୀପକ କୁମାର ସାହୁ ନାମକ ଜଣେ ବ୍ୟକ୍ତିଙ୍କୁ ପ୍ଲଟ୍ ବିକିଛନ୍ତି ନିଜେ ପୁରୀ ଜିଲ୍ଲାପାଳ । ସେହିପରି ପୁରୀ ମାର୍କଣ୍ଡେଶ୍ୱର ସାହିର କଳ୍ପନା ମହାନ୍ତି ନାମ୍ନୀ ଅନ୍ୟଜଣେ କ୍ରେତାଙ୍କୁ ମଧ୍ୟ ପୁରୀ ଜିଲ୍ଲାପାଳ ଏକ ପ୍ଲଟ୍ ବିକ୍ରି କରିଛନ୍ତି। ମୋଟ୍ ପ୍ରାୟ ୨ଏକର ୭୦ ଡିସିମିଲ୍ ଜମିକୁ କେମିତି ଖଣ୍ଡ ଖଣ୍ଡ କରି ପ୍ଲଟ ଆକାରରେ ବିକ୍ରି ପାଇଁ ହୋଇଛି ପ୍ଲାନ୍। ବଗଲା ଧର୍ମଶାଳା ଲଜିଂ ସ୍କିମ୍‌ରେ ଛୋଟ ବଡ଼ କରି ୨୬ଟି ପ୍ଲଟ୍ ବିକ୍ରି ପାଇଁ ହୋଇଛି ଯୋଜନା । ଯାହାକୁ ନେଇ ଉଭୟ ଭକ୍ତ ଓ ବୁଦ୍ଧିଜୀବୀ ମହଲରେ ଘୋର ଅସନ୍ତୋଷ ପ୍ରକାଶ ପାଇଛି । ତାସହ ପ୍ରଶାସନର ଏଭଳି ଯୋଜନାକୁ ଆରମ୍ଭରୁ ବିରୋଧ କରି ଗତବର୍ଷ ଡିସେମ୍ବରରେ ହାଇକୋର୍ଟରେ ଜନସ୍ୱାର୍ଥ୍ୟ ମାମଲା ଦାଏର କରିଥିବା ସାମାଜିକକର୍ମୀ ଜଗନ୍ନାଥ ବସ୍ତିଆ ମଧ୍ୟ ତୀବ୍ର ଆପତ୍ତି କରିଛନ୍ତି।

ସୂଚନା ଅନୁସାରେ ପୁରୀ ବଳଗଣ୍ଡି ମୌଜାରେ ବଡ଼ଦାଣ୍ଡରେ ଦଣ୍ଡାୟମାନ ଏହି ପୁରାତନ ଧର୍ମଶାଳାକୁ ୧୯୦୫ ମସିହାରେ କହ୍ନେୟାଲାଲ ବଗଲା ନାମକ ଜଣେ ବଦାନ୍ୟ ବ୍ୟକ୍ତି ଦାନ ସୂତ୍ରରେ ଅର୍ପଣ କରିଥିଲେ। ସେତେବେଳେ ଏହାର ଦାୟିତ୍ୱ ତତ୍କାଳୀନ ପୁରୀ ଜିଲ୍ଲାପାଳ ତଥା ସେ ସମୟରେ କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଭାରତୀୟ ଲଜିଂ ହାଉସ୍ ଫଣ୍ଡ କମିଟି ସଭାପତିଙ୍କୁ ଦାନ କରିଥିଲେ। ଆଉ ସେବେଠାରୁ ସ୍ୱଳ୍ପ ମୂଲ୍ୟରେ ଏମିତିକି ୫୦ରୁ ୨ଶହ ଟଙ୍କାରେ ଯାତ୍ରୀ ଓ ଭକ୍ତଙ୍କୁ ରହଣୀ ପାଇଁ କୋଠରୀ ସୁବିଧା ମିଳୁଥିଲା। ଗତବର୍ଷ ଏହି ଧର୍ମଶାଳାର ଆଧୁନିକୀକରଣ ଲାଗି କେନ୍ଦ୍ର ସରକାରଙ୍କ ଅବଢ଼ା ଯୋଜନାରେ ପ୍ରାୟ ୧୮ କୋଟି ଟଙ୍କା ଆସି ୨ କୋଟି ଟଙ୍କାର କାମ ମଧ୍ୟ ଚାଲିଥିଲା ।

ହେଲେ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିର ସଲଗ୍ନ ୭୫ ମିଟର ଚୌଦହି ସୌନ୍ଦର୍ଯ୍ୟକରଣ ଯୋଜନାରେ ଉଚ୍ଛେଦ ହୋଇଥିବା ଲଜ୍ ମାଲିକମାନଙ୍କୁ ଥଇଥାନ ଉଦ୍ଦେଶ୍ୟରେ ପୁରୀ ଜିଲ୍ଲା ପ୍ରଶାସନ ଅନ୍ୟ କୌଣସି ସ୍ଥାନ ନବାଛି ବଗଲା ଧର୍ମଶାଳା ଜମିକୁ ଖଣ୍ଡ ଖଣ୍ଡ କରି ସେମାନଙ୍କୁ ବିକ୍ରି କରିବା ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି ସ୍ଥାନୀୟ ବିଧାୟକ। ତେବେ ବଗଲା ଧର୍ମଶାଳା ଜମି, ଲଜିଂ ମାଲିକଙ୍କୁ ବିକ୍ରି ନେଇ ଉଠୁଥିବା ଆପତ୍ତି ଉପରେ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା ମିଳିନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos