ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
<p>ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର):ଜାତୀୟ ସାହସିକତା ପୁରସ୍କାର ପାଇଥିବା ଓଡ଼ିଶାର ମମତା ଦଳେଇ ଓ ପଙ୍କଜ ମହାନ୍ତଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଏହି ଦୁଇ ଜଣଙ୍କ ପାଇଁ ଓଡ଼ିଶା ଗର୍ବିତ ଏବଂ ସେମାନେ ଅନ୍ୟ ଶିଶୁମାନଙ୍କ ପାଇଁ ପ୍ରେରଣାର ଉତ୍ସ। ବୈତରଣୀ ନଦୀରେ ବୁଡ଼ି ଯାଉଥିବା ବେଳେ ୩ ଜଣ ମହିଳାଙ୍କ ଜୀବନ ରକ୍ଷା କରିଥିଲେ। କେନ୍ଦୁଝର ଜିଲ୍ଲାର ପଙ୍କଜ ମହାନ୍ତ ସେହିପରି ନିଜ ଭଉଣୀକୁ କୁମ୍ଭୀର ମୁହଁରୁ ରକ୍ଷା କରିଥିଲା। କେନ୍ଦ୍ରାପଡ଼ା ଜିଲ୍ଲାର ମମତା ଦଳେଇ ଅନ୍ୟ ଶିଶୁମାନଙ୍କ ସହିତ ଦିଲ୍ଲୀରେ ମମତା ଓ ପଙ୍କଜଙ୍କୁ ପୁରସ୍କୃତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି ।</p> <p>ଗତବର୍ଷ ନିଜ ଭଉଣୀକୁ କୁମ୍ଭୀର ଟାଣି ନେଉଥିବା ବେଳେ ଦେବଦୂତ ସାଜି ଭଉଣୀକୁ କୁମ୍ଭୀର ମୁହଁରୁ ବଞ୍ଚାଇଥିଲେ ମମତା। କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ବାଙ୍କୁଆଳ ଗ୍ରାମର ୭ ବର୍ଷର ଝିଅ ହେଉଛି ମମତା । ସେହିପରି ବୈତରଣୀ ନଦୀରେ ବନ୍ୟାରେ ଭାସିଯାଉଥିବା ୩ ଜଣ ମହିଳାଙ୍କୁ ଅପୂର୍ବ ସାହସିକତା ଦେଖାଇ ଉଦ୍ଧାର କରିଥିବା ୧୪ ବର୍ଷର ବାଳକ ହେଉଛି ପଙ୍କଜ କୁମାର। ପଙ୍କଜଙ୍କ ଘର କେନ୍ଦୁଝର ଜିଲ୍ଲାରେ।</p> <p>&nbsp;</p>
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।