ନୂଆଁଖାଇ ଭେଟ୍‌ଘାଟ୍‌ରେ ସାମିଲ ହେଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଜୁହାର ପରିବାର ପକ୍ଷରୁ ଦିଲ୍ଲୀରେ ଅନୁଷ୍ଠିତ ହୋଇଛି ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ନୂଆପିଢ଼ିଙ୍କର ଏହି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି। କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଆମର ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରିବା ପାଇଁ ଯେଉଁ କାମ ହୋଇଛି ତାହା ପ୍ରଶଂସନୀୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଶ୍ରୀ ପ୍ରଧାନ ଆହୁରି ମଧ୍ୟ କହିଛନ୍ତି, ଧୀରେଧୀରେ ଜୁହାର ପରିବାର ପ୍ରବାସୀ ପଶ୍ଚିମ ଓଡିଶା ଭାଇଭଉଣୀମାନଙ୍କ ପାଇଁ […]

drrr

Puspanjali Panda
  • Published: Sunday, 15 September 2019
  • , Updated: 15 September 2019, 05:58 PM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଜୁହାର ପରିବାର ପକ୍ଷରୁ ଦିଲ୍ଲୀରେ ଅନୁଷ୍ଠିତ ହୋଇଛି ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ନୂଆପିଢ଼ିଙ୍କର ଏହି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି।

କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଆମର ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ କରିବା ପାଇଁ ଯେଉଁ କାମ ହୋଇଛି ତାହା ପ୍ରଶଂସନୀୟ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଶ୍ରୀ ପ୍ରଧାନ ଆହୁରି ମଧ୍ୟ କହିଛନ୍ତି, ଧୀରେଧୀରେ ଜୁହାର ପରିବାର ପ୍ରବାସୀ ପଶ୍ଚିମ ଓଡିଶା ଭାଇଭଉଣୀମାନଙ୍କ ପାଇଁ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ବେଙ୍ଗାଲୁରୁ, ହାଇଦ୍ରାବାଦଠାରୁ ଆରମ୍ଭ କରି ଭାରତବର୍ଷ ଓ ବିଶ୍ୱର ସବୁ ଅଞ୍ଚଳରେ ନୂଆଁଖାଇ ଭେଟ୍‌ଘାଟ୍‌, ସାମାଜିକ ଏକତ୍ରୀକରଣ କାମ ଚାଲିଛି।

ମହାପ୍ରଭୁ ଜଗନ୍ନାଥ, ମା’ ସମଲେଇ, ମାଣିକେଶ୍ୱରୀଙ୍କ ଆଶୀର୍ବାଦ ଯୋଗୁଁ ନୂଆଁଖାଇ ଜୁହାର ଆମର ସଂସ୍କୁତିକୁ ଉଜ୍ଜୀବିତ କରି ରଖିଛି ବୋଲି ସେ କହିଛନ୍ତି।

Related story