ଲୁଲୁଙ୍କୁ ଧର୍ମେନ୍ଦ୍ରଙ୍କର  ପ୍ରଶଂସା

କଟକ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରିଷ୍ଠ କଂଗ୍ରେସ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କୁ ପ୍ରଶଂସା କରିଛନ୍ତି। କଟକ ନଗର ଯୁବକ ସଂଘ ପକ୍ଷରୁ ଆୟୋଜିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ କଂଗ୍ରେସ ନେତା ଭକ୍ତଚରଣ ଦାସ ଓ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ସହ ଧର୍ମେନ୍ଦ୍ର ମଧ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଭାଷଣ ଦେଲାବେଳେ ଲୁଲୁଙ୍କୁ ଧର୍ମେନ୍ଦ୍ର ବେଶ୍ ପ୍ରଶଂସା କରିଥିଲେ। କହିଥିଲେ ଲୁଲୁ ଭାଇ ବଡ଼ଭାଇ ଭଳି। ଆଜି ବି ତାଙ୍କର ଯୁବ ସୁଲଭ […]

lulu

Rakesh Mallick
  • Published: Monday, 11 January 2016
  • , Updated: 11 January 2016, 02:35 AM IST

କଟକ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବରିଷ୍ଠ କଂଗ୍ରେସ ନେତା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କୁ ପ୍ରଶଂସା କରିଛନ୍ତି। କଟକ ନଗର ଯୁବକ ସଂଘ ପକ୍ଷରୁ ଆୟୋଜିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ କଂଗ୍ରେସ ନେତା ଭକ୍ତଚରଣ ଦାସ ଓ ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ସହ ଧର୍ମେନ୍ଦ୍ର ମଧ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ଭାଷଣ ଦେଲାବେଳେ ଲୁଲୁଙ୍କୁ ଧର୍ମେନ୍ଦ୍ର ବେଶ୍ ପ୍ରଶଂସା କରିଥିଲେ। କହିଥିଲେ ଲୁଲୁ ଭାଇ ବଡ଼ଭାଇ ଭଳି। ଆଜି ବି ତାଙ୍କର ଯୁବ ସୁଲଭ ଢଙ୍ଗ ବେଶ୍ ପ୍ରଭାବଶାଳୀ। ରାଜ୍ୟର ଯୁବକମାନଙ୍କ ଭିତରେ ଆଜି ବି ସେ ଉତ୍ସାହ ସୃଷ୍ଟି କରିଛନ୍ତି। ଧର୍ମେନ୍ଦ୍ରଙ୍କ ଏହି ବକ୍ତବ୍ୟକୁ ନେଇ ସଭାସ୍ଥଳରେ ବେଶ୍ ରୋଚକ ପରିସ୍ଥିତି ସୃଷ୍ଟି ହୋଇଥିଲା। ନିଜର ବକ୍ତବ୍ୟ ସାରି ମଞ୍ଚ ତଳକୁ ଯାଇ ଲୁଲୁ ମହାପାତ୍ରଙ୍କୁ କୁଣ୍ଡାଇ ପକାଇଥିଲେ।

Related story