ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ର ଆତଙ୍କ: କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ: ମାଲକାନଗିରିରେ ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ଗତ ୨୮ ଦିନରେ ୩୮ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡାଙ୍କୁ ଭେଟିଥିଲେ ଓ ତାଙ୍କ ଆଡୁ ସହଯୋଗର ହାତ ବଢ଼ାଇବାକୁ ଅନୁରୋଧ କରିଥିଲେ। ଧର୍ମେନ୍ଦ୍ର କହିଛନ୍ତି,“ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ପ୍ରଭାବିତ ମାଲକାନଗିରିର ସ୍ଥିତି ଗମ୍ଭୀର ରହିଛି। ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ନିଜ ଆଡୁ ସହଯୋଗର ହାତ ବଢ଼ାଇବା ନେଇ ଆଜି ଆଲୋଚନା ହେଲା। କେନ୍ଦ୍ର […]

dharmendra-nadda

Rakesh Mallick
  • Published: Thursday, 06 October 2016
  • , Updated: 06 October 2016, 02:54 PM IST

ନୂଆଦିଲ୍ଲୀ: ମାଲକାନଗିରିରେ ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ଗତ ୨୮ ଦିନରେ ୩୮ ଜଣ ଶିଶୁଙ୍କ ମୃତ୍ୟୁ ଘଟିଥିବା ବେଳେ ଆଜି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡାଙ୍କୁ ଭେଟିଥିଲେ ଓ ତାଙ୍କ ଆଡୁ ସହଯୋଗର ହାତ ବଢ଼ାଇବାକୁ ଅନୁରୋଧ କରିଥିଲେ।

ଧର୍ମେନ୍ଦ୍ର କହିଛନ୍ତି,“ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ରେ ପ୍ରଭାବିତ ମାଲକାନଗିରିର ସ୍ଥିତି ଗମ୍ଭୀର ରହିଛି। ଏଭଳି ପରିସ୍ଥିତିରେ କେନ୍ଦ୍ର ସରକାର ନିଜ ଆଡୁ ସହଯୋଗର ହାତ ବଢ଼ାଇବା ନେଇ ଆଜି ଆଲୋଚନା ହେଲା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ସହିତ ଯୋଗାଯୋଗ କରି ସବୁ ପ୍ରକାର ସହଯୋଗ କରିବା ସଂପର୍କରେ ଆଲୋଚନା ହେଲା। କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ଲଗାତାର ରାଜ୍ୟ ସରକାରଙ୍କ ପ୍ରଶାସନିକ ଅଧିକାରୀଙ୍କ ସହ ଯୋଗାଯୋଗରେ ଅଛନ୍ତି।”

ଜେ.ପି ନଡ୍ଡା କହିଛନ୍ତି,“ମାଲକାନଗିରିରେ ଯେଉଁ ସ୍ଥିତି ଉପୁଜିଛି ତା’ର ମୁକାବିଲା କରିବା ପାଇଁ ଓଡ଼ିଶା ସରକାରଙ୍କୁ କେନ୍ଦ୍ର ସରକାର ସବୁ ପ୍ରକାର ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଛନ୍ତି। ରାଜ୍ୟ ସରକାରଙ୍କ ସହିତ ଆମେ ଯୋଗାଯୋଗରେ ଅଛୁ।  ଜାପାନିଜ୍ ଏନ୍‌ସେଫାଲାଇଟିସ୍‌ର ସ୍ଥିତି ସଂପର୍କରେ ସବିଶେଷ ରିପୋର୍ଟ ମଗାଯିବ। ଆବଶ୍ୟକ ହେଲେ ଏକ କେନ୍ଦ୍ରୀୟ ଟିମ୍‌ ସେଠାକୁ ଯିବ।”

Related story