ଧର୍ମେନ୍ଦ୍ର ଆମର ପ୍ରିୟ ମନ୍ତ୍ରୀ: ଭର୍ତ୍ତୃହରି

ଭୁବନେଶ୍ୱର: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ପ୍ରଶଂସା କରିଛନ୍ତି। ଆଜି ଭୁବନେଶ୍ୱରରେ ଆୟୋଜିତ ପାଇପ୍‌ ଗ୍ୟାସ୍‌ ବିତରଣ ଉଦ୍‌ଘାଟନୀ ଉତ୍ସବରେ ଧର୍ମେନ୍ଦ୍ରଙ୍କ ସମେତ ଭର୍ତ୍ତୃହରି ଯୋଗ ଦେଇଥିଲେ। ସେ ନିଜ ବକ୍ତବ୍ୟରେ ଧର୍ମେନ୍ଦ୍ରଙ୍କୁ ଆମ ପ୍ରିୟ ମନ୍ତ୍ରୀ ବୋଲି ସମ୍ୱୋଧନ କରିଥିଲେ। ପୂର୍ବ ଭାରତରେ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଯେଉଁ ସଂକଳ୍ପ ନେଇଛନ୍ତି ଧର୍ମେନ୍ଦ୍ର ତାହା ନିର୍ବାହ କରୁଥିବା ଭର୍ତ୍ତୃହରି କହିଥିଲେ। ପ୍ରଧାନମନ୍ତ୍ରୀ ଦେଇଥିବା ଦାୟିତ୍ୱ […]

bhartuhari

Rakesh Mallick
  • Published: Saturday, 18 March 2017
  • , Updated: 18 March 2017, 10:38 PM IST

ଭୁବନେଶ୍ୱର: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ପ୍ରଶଂସା କରିଛନ୍ତି। ଆଜି ଭୁବନେଶ୍ୱରରେ ଆୟୋଜିତ ପାଇପ୍‌ ଗ୍ୟାସ୍‌ ବିତରଣ ଉଦ୍‌ଘାଟନୀ ଉତ୍ସବରେ ଧର୍ମେନ୍ଦ୍ରଙ୍କ ସମେତ ଭର୍ତ୍ତୃହରି ଯୋଗ ଦେଇଥିଲେ। ସେ ନିଜ ବକ୍ତବ୍ୟରେ ଧର୍ମେନ୍ଦ୍ରଙ୍କୁ ଆମ ପ୍ରିୟ ମନ୍ତ୍ରୀ ବୋଲି ସମ୍ୱୋଧନ କରିଥିଲେ। ପୂର୍ବ ଭାରତରେ ବିକାଶ ପାଇଁ ପ୍ରଧାନମନ୍ତ୍ରୀ ଯେଉଁ ସଂକଳ୍ପ ନେଇଛନ୍ତି ଧର୍ମେନ୍ଦ୍ର ତାହା ନିର୍ବାହ କରୁଥିବା ଭର୍ତ୍ତୃହରି କହିଥିଲେ। ପ୍ରଧାନମନ୍ତ୍ରୀ ଦେଇଥିବା ଦାୟିତ୍ୱ ନିର୍ବାହ କରିବାରେ ଧର୍ମେନ୍ଦ୍ର ଅବହେଳା କରୁ ନଥିବା କହିଛନ୍ତି ଭର୍ତ୍ତୃହରି।

ସଭା ସ୍ଥଳକୁ ଧର୍ମେନ୍ଦ୍ର ଓ ଭର୍ତ୍ତୃହରି ଗୋଟିଏ ଗାଡ଼ିରେ ଆସିବା ଓ ସଭାରେ ପ୍ରଶଂସା କରିବାକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି।

Related story