ରାଉରକେଲା ଇସ୍ପାତ କାରଖାନାର ସଂପ୍ରସାରଣ ହେବ: ଧର୍ମେନ୍ଦ୍ର

ରାଉରକେଲା (ଓଡ଼ିଶା ରିପୋର୍ଟର):ରାଉରକେଲା ଇସ୍ପାତ କାରଖାନାର ସଂପ୍ରସାରଣ ହେବ।  ଏଥିପାଇଁ ଯୋଜନା କରାଯାଉଛି।  ଏହାଛଡ଼ା ପ୍ଲାଣ୍ଟର ଆଧୁନିକୀକରଣ ପାଇଁ ଯେଉଁ ସବୁ କାମ ଅଟକି ରହିଛି ସେଗୁଡ଼ିକୁ ତ୍ୱରାନ୍ୱିତ କରାଯିବ।  ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ମର୍ଚ୍ଚାଣ୍ଟ ଲିଜ୍ ବନ୍ଦ ହେବ ବୋଲି କହିଛନ୍ତି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହାଦ୍ୱାରା ସେଲକୁ ଲୋ ଗ୍ରେଡ ଆଇରନ ଓର ଖୋଲା ବଜାରରେ ବିକ୍ରି କରିବା କ୍ଷମତା ମିଳିବ । ଫଳରେ ସେଲର ଆର୍ଥିକ ଅବିବୃଦ୍ଧି ସହ […]

Rourkela-(6).jpg-1

Tapas Behera
  • Published: Sunday, 29 September 2019
  • , Updated: 29 September 2019, 08:29 PM IST

ରାଉରକେଲା (ଓଡ଼ିଶା ରିପୋର୍ଟର):ରାଉରକେଲା ଇସ୍ପାତ କାରଖାନାର ସଂପ୍ରସାରଣ ହେବ।  ଏଥିପାଇଁ ଯୋଜନା କରାଯାଉଛି।  ଏହାଛଡ଼ା ପ୍ଲାଣ୍ଟର ଆଧୁନିକୀକରଣ ପାଇଁ ଯେଉଁ ସବୁ କାମ ଅଟକି ରହିଛି ସେଗୁଡ଼ିକୁ ତ୍ୱରାନ୍ୱିତ କରାଯିବ।  ୨୦୨୦ ମାର୍ଚ୍ଚ ୩୧ ସୁଦ୍ଧା ମର୍ଚ୍ଚାଣ୍ଟ ଲିଜ୍ ବନ୍ଦ ହେବ ବୋଲି କହିଛନ୍ତି କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଏହାଦ୍ୱାରା ସେଲକୁ ଲୋ ଗ୍ରେଡ ଆଇରନ ଓର ଖୋଲା ବଜାରରେ ବିକ୍ରି କରିବା କ୍ଷମତା ମିଳିବ । ଫଳରେ ସେଲର ଆର୍ଥିକ ଅବିବୃଦ୍ଧି ସହ ସେଲ ଉପରେ ନିର୍ଭର କରୁଥିବା ଛୋଟ ଶିଳ୍ପ ଲାଭବାନ ହେବେ।

ରାଉରକେଲା ଶ୍ରମିକ ଆନ୍ଦୋଳନର ପେଣ୍ଠସ୍ଥଳ  ଶ୍ରମିକଙ୍କୁ ଅଧିକ ଗୁରୁତ୍ୱ ଦିଆଯିବା ସହ । ସେମାନଙ୍କ ପାରିଶ୍ରାମିକ ଉପରେ ଖୁବଶୀଘ୍ର ଆଲୋଚନା କରି ନିଷ୍ପତ୍ତି ନିଆଯିବ ବୋଲି ରାଉରକେଲା ଇସ୍ପାତ କାରଖାନା ପରିଦର୍ଶନ ପରେ କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Related story