ସଂରକ୍ଷଣକୁ ନେଇ ରାଜ୍ୟ ସରକାର ହୀନମନ୍ୟତା କରୁଛନ୍ତି: ଧର୍ମେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଛୁଆ ବର୍ଗଙ୍କ ସଂରକ୍ଷଣ ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ରାଜ୍ୟ ସରକାରଙ୍କୁ ପୁଣିଥରେ ସମାଲୋଚନା କରିଛନ୍ତି। ସଂରକ୍ଷଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ହୀନମନ୍ୟତା ରହିଛି ବୋଲି ଶ୍ରୀ ପ୍ରଧାନ କହିବା ସହ ରାଜ୍ୟରେ ସଂରକ୍ଷଣ ବ୍ୟବସ୍ଥଶ ଲାଗୁ କରିବାରେ ଅସୁବିଧା କେଉଁଠି ବୋଲି ସେ ପ୍ରଶ୍ନ କରିଛନ୍ତି। ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଓଏସଇବିସି ତାଲିକା ରାଜ୍ୟ ସରକାରଙ୍କ ପାଖରେ ଅଛି। ଓଏସଇବିସିରେ ୨୭ ପ୍ରତିଶତ […]

dharmendra

Tapas Behera
  • Published: Saturday, 02 January 2021
  • , Updated: 02 January 2021, 06:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଛୁଆ ବର୍ଗଙ୍କ ସଂରକ୍ଷଣ ପ୍ରସଙ୍ଗକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ରାଜ୍ୟ ସରକାରଙ୍କୁ ପୁଣିଥରେ ସମାଲୋଚନା କରିଛନ୍ତି। ସଂରକ୍ଷଣ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ହୀନମନ୍ୟତା ରହିଛି ବୋଲି ଶ୍ରୀ ପ୍ରଧାନ କହିବା ସହ ରାଜ୍ୟରେ ସଂରକ୍ଷଣ ବ୍ୟବସ୍ଥଶ ଲାଗୁ କରିବାରେ ଅସୁବିଧା କେଉଁଠି ବୋଲି ସେ ପ୍ରଶ୍ନ କରିଛନ୍ତି।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଓଏସଇବିସି ତାଲିକା ରାଜ୍ୟ ସରକାରଙ୍କ ପାଖରେ ଅଛି। ଓଏସଇବିସିରେ ୨୭ ପ୍ରତିଶତ ସଂରକ୍ଷଣ ଦିଆଯାଇଛି। ହେଲେ ଓଡ଼ିଶା ବଂଚିତ ରହିଛି। ରାଜନୀତିକ ଇଚ୍ଛାଶକ୍ତି ଅଭାବରୁ ଏହା କାର୍ଯ୍ୟକାରୀ ହେଉନି। କାଳେ ନରେନ୍ଦ୍ର ମୋଦି ଫାଇଦା ନେଇଯିବେ ସେଥିପାଇଁ ଏଥିରୁ ବଂଚିତ କରାଯାଉଛି। ଆର୍ଥିକ ଅନଗ୍ରସର ବର୍ଗ ଲୋକଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ଦେବାକୁ କେନ୍ଦ୍ର ସରକାର ବ୍ୟବସ୍ଥା କରିଛନ୍ତି। ୨ବର୍ଷ ପୂର୍ବେ ଏହି ୧୦ ପ୍ରତିଶତ ସଂରକ୍ଷଣ କରିଥିଲା ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଓଡ଼ିଶା ସରକାର ରାଜ୍ୟ ପଛୁଆବର୍ଗ କମିଶନ(ଓଏସବିସି) ଗଠନ କରିବାର ପ୍ରାୟ ୧୧ମାସ ପରେ ଆଜି କମିଶନ ଅଧ୍ୟକ୍ଷ ଜଷ୍ଟିସ ରଘୁନାଥ ବିଶ୍ୱାଳ ଓ ଅନ୍ୟ ୩ଜଣ ସଦସ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି। ତେବେ କମିଶନ ବାସ୍ତବରେ ପଛୁଆ ବର୍ଗର ଲୋକଙ୍କୁ ଚିହ୍ନଟ କରି ନ୍ୟାୟ ଦେବେ ନା ଏହାପୁଣି ରାଜନୀତିକ ଛକାପଞ୍ଝା ମଧ୍ୟରେ ରହିଯିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

Related story