ଧର୍ମେନ୍ଦ୍ରଙ୍କୁ ସମ୍ବର୍ଦ୍ଧନା ପାଇଁ ପ୍ରସ୍ତୁତି

Ordigital Desk
  • Published: Friday, 16 March 2018
  • , Updated: 16 March 2018, 12:16 PM IST
<p>ଭୁବନେଶ୍ୱର( ଓଡ଼ିଶା ରିପୋର୍ଟର): ବିଜେପିର ନବନିର୍ବାଚିତ ରାଜ୍ୟସଭା ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଆଜି ଓଡ଼ିଶା ଆସୁଛନ୍ତି। ଧର୍ମେନ୍ଦ୍ର ବିମାନ ବନ୍ଦରରେ ପହଞ୍ଚିବା ପରେ ଦଳ ପକ୍ଷରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ବ୍ୟାପକ ଆୟୋଜନ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟପ୍ରଦେଶରୁ ରାଜ୍ୟସଭାକୁ ପୁଣି ନିର୍ବାଚିତ ହୋଇଛନ୍ତି। କ୍ରମାଗତ ଦ୍ୱିତୀୟ ଥରପାଇଁ ସେ ରାଜ୍ୟସଭା ଯାଇଛନ୍ତି। ଏହାପୂର୍ବରୁ ସେ ବିହାରରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ।</p> <p>ବିଜେପୁର ଉପନିର୍ବାଚନର ପରାଜୟ ପରେ ବିଜେପି ନୂଆ ରଣନୀତି ଆପଣାଇବ । ଦଳୀୟ କର୍ମୀ ଏବଂ ନେତାଙ୍କ ମନୋବଳକୁ ଦୃଢ଼ କରିବା ପାଇଁ ବିଜେପି ଆୟୋଜନ କରିବ ବ୍ୟାପକ କାର୍ଯ୍ୟକ୍ରମ। ଜଣେ ଓଡ଼ିଆ ଭାବେ ଅନ୍ୟ ରାଜ୍ୟରୁ ଦୁଇ ଦୁଇ ଥର ରାଜ୍ୟସଭାକୁ ଯାଇଥିବା ଧର୍ମେନ୍ଦ୍ରଙ୍କୁ ଆଜି ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯିବା ସହ ଦଳ ନିଜର ରଣନୀତି ପ୍ରସ୍ତୁତ କରିବ। ଖାସକରି ବିଜେଡିକୁ ଚେକମେଟ୍ ଦେବା ପାଇଁ ବୁଥ୍ ସ୍ତରରୁ ଓଡିଶାରେ ବିଜେପି ତାର ଅଙ୍କ କଷୁଛି। ଏହା ସହିତ କଂଗ୍ରେସ ଭୋଟ ବ୍ୟାଙ୍କ ଉପରେ ମଧ୍ୟ ବିଜେପିର ନଜର ରହିଛି।&nbsp; ତୃଣମୂଳ ସ୍ତରରେ କଂଗ୍ରେସର କିଛି ଭୋଟ ବ୍ୟାଙ୍କ ରହିଛି।&nbsp; ସେହି ଭୋଟ ବ୍ୟାଙ୍କ ହିଁ ନିର୍ଣ୍ଣାୟକ ହେବ ବୋଲି ଗତକାଲି ଧର୍ମେନ୍ଦ୍ର କହିଥିଲେ।</p>

Related story