‘କାଳିଆ’କୁ ନେଇ ତୀର ମାରିଲେ ଧର୍ମେନ୍ଦ୍ର: କହିଲେ- ଠକିଛ, ଫଳ ଭୋଗିବ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନାକୁ ନେଇ ବିବାଦ ତେଜିବାରେ ଲାଗିଛି। ଆରୋପ ପ୍ରତ୍ୟାରୋପ ରାଜନୀତି ଚାଲିଛି। ଏହା ଭିତରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ତୀର ମାରିଛନ୍ତି। ସେ କହିଛନ୍ତି-“ସ୍ୱାମୀ ପଛେ ମରୁ, ସଉତୁଣୀ ବିଧବା ହେଉ ନୀତି ରାଜ୍ୟ ସରକାର ଆପଣାଇଛନ୍ତି। ଗଣତନ୍ତ୍ରରେ ସାଧାରଣ ଲୋକଙ୍କୁ ଠକିଲେ, ଏହାର ପରିଣାମ ରାଜ୍ୟ ସରକାରଙ୍କୁ ଭୋଗିବାକୁ ପଡ଼ିବ।” ସେ କହିଛନ୍ତି,“ନବୀନ ବାବୁ ‘କାଳିଆ’ ନାଁରେ ଓଡ଼ିଆଙ୍କୁ ଠକୁଛନ୍ତି। ନିର୍ବାଚନ କମିଶନ […]

dharmendra-pradhan-target-bjd

dharmendra-pradhan-target-bjd

Manoranjan Sial
  • Published: Sunday, 31 March 2019
  • Updated: 31 March 2019, 06:10 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନାକୁ ନେଇ ବିବାଦ ତେଜିବାରେ ଲାଗିଛି। ଆରୋପ ପ୍ରତ୍ୟାରୋପ ରାଜନୀତି ଚାଲିଛି। ଏହା ଭିତରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟ ସରକାରଙ୍କୁ ତୀର ମାରିଛନ୍ତି। ସେ କହିଛନ୍ତି-“ସ୍ୱାମୀ ପଛେ ମରୁ, ସଉତୁଣୀ ବିଧବା ହେଉ ନୀତି ରାଜ୍ୟ ସରକାର ଆପଣାଇଛନ୍ତି। ଗଣତନ୍ତ୍ରରେ ସାଧାରଣ ଲୋକଙ୍କୁ ଠକିଲେ, ଏହାର ପରିଣାମ ରାଜ୍ୟ ସରକାରଙ୍କୁ ଭୋଗିବାକୁ ପଡ଼ିବ।”

ସେ କହିଛନ୍ତି,“ନବୀନ ବାବୁ ‘କାଳିଆ’ ନାଁରେ ଓଡ଼ିଆଙ୍କୁ ଠକୁଛନ୍ତି। ନିର୍ବାଚନ କମିଶନ ‘କାଳିଆ’ ଯୋଜନାର ତାଲିକା ଓ ଏଥିପାଇଁ ବଜେଟର ବ୍ୟବସ୍ଥା ଉପରେ ମୌଳିକ ପ୍ରଶ୍ନ ଉଠାଇଛନ୍ତି। ମାତ୍ର ଏହାର ବ୍ୟବସ୍ଥା ନକରି ନବୀନ ବାବୁ ଓଡ଼ିଆଙ୍କୁ ଭୂଆଁ ବୁଲେଇବା ପାଇଁ ନିଜେ ପ୍ରଚାର କରୁଛନ୍ତି। ସରକାରୀ ଯୋଜନାକୁ ଦଳୀୟ ପ୍ରଚାରରେ ଲଗାଯାଇଛି। ଯଦି ବିଜେଡିକୁ ଏଲ୍‌ପିଜି ପ୍ରଚାରରେ ଆପତ୍ତି ରହିଛି, ତା’ ହେଲେ ‘କାଳିଆ’ ପ୍ରଚାରରେ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାରଙ୍କର ଆପତ୍ତି କାହିଁକି ଜଣାପଡୁନାହିଁ? ସେପଟେ ବିଜେଡି ସାଂସଦ ଓ ବିଧାୟକଙ୍କ ପରିବାର ଲୋକେ ‘କାଳିଆ’ର ଲାଭାର୍ଥୀ ହୋଇଛନ୍ତି। ସାଧାରଣ ଲୋକଙ୍କ ମନରେ ଏକଥା ଦେଖି ରାଗ ଆସିଲାଣି।”

ଧର୍ମେନ୍ଦ୍ର ଆହୁରି କହିଛନ୍ତି, “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁ କାଳେ ପ୍ରଚାର ହୋଇଯିବ ସେଇ ଭୟରୁ ରାଜ୍ୟ ସରକାର ‘ଆୟୁଷ୍ମାନ ଭାରତ’ ଯୋଜନା ଲାଗୁ କଲେ ନାହିଁ। ଶୌଚାଳୟ ନିର୍ମାଣ କଲେ ନାହିଁ। ‘ପ୍ରଧାନମନ୍ତ୍ରୀ ଆବାସ’ ଯୋଜନାରେ ଲାଞ୍ଚ ନେଲେ। ରାଜ୍ୟ ସରକାର ଦାବି କରୁଥିବା ୩୬ ଲକ୍ଷ ଚାଷୀଙ୍କ ତାଲିକା ‘ପିଏମ୍‌‍ କିଷାନ’ ଯୋଜନା ପାଇଁ ପଠାଇଲେ ନାହିଁ।”

“ବିଜେପିରେ ଯୋଗ ଦେଉଥିବା ଭଲ ବ୍ୟକ୍ତିମାନଙ୍କୁ ହୃଦୟରୁ ସ୍ୱାଗତ କରାଯିବ। ସମସ୍ତେ ଦଳରେ ଭୂମିକା ନିର୍ବାହ କରିବେ। ଓଡ଼ିଶାରେ ଯେଉଁ ପରିବର୍ତ୍ତନର ଧାରା ରହିଛି, ସମସ୍ତେ ସେଥିରେ ସାମିଲ ହେବେ। ଲୋକଙ୍କ ହୃଦୟରେ ଥିବା ବ୍ୟକ୍ତି ହିଁ ଲୋକଙ୍କ ମନ ଜିଣିପାରିବ। ଏଥର ଭାରତବର୍ଷର ଓଡ଼ିଶାରେ ଲୋକଙ୍କ ହୃଦୟରେ ନରେନ୍ଦ୍ର ମୋଦି ଅଛନ୍ତି”, ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos