- Videos
- Odisha
- ଧାନର ଏଫ୍ଏକ୍ୟୁ ମାନ ନେଇ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍
ଧାନର ଏଫ୍ଏକ୍ୟୁ ମାନ ନେଇ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍
- Published: Thursday, 15 February 2018
- , Updated: 15 February 2018, 08:58 AM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଧାନର FAQ ମାନ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ନିଜ ଟ୍ୱିଟ୍‌ ପେଜ୍‌ରେ ବିହାରର ଉଦାହରଣ ଦେଇ ସେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ସେ କହିଛନ୍ତି,“ଚଳିତ ବର୍ଷ ବିହାରରେ ଧାନର FAQ କୋହଳ କରାଯାଇଛି। ମୂଳ ଏମ୍‌ଏସ୍‌ପିରୁ ସାମାନ୍ୟ କମ୍ ମୂଲ୍ୟ ଧାର୍ଯ୍ୟ କରି ଚାଷୀଙ୍କୁ ସେମାନଙ୍କର ନିମ୍ନମାନର ଧାନ ବିକ୍ରି ପାଇଁ ବ୍ୟବସ୍ଥା କରାଯାଇଛି। ତେବେ ଓଡ଼ିଶାରେ ଅଦିନିଆ ବର୍ଷା ପ୍ରଭାବିତ ୧୫ଟି ଜିଲ୍ଲାରେ ମାନ କୋହଳ ପାଇଁ କେନ୍ଦ୍ରର ନିଷ୍ପତ୍ତିକୁ ରାଜ୍ୟ ସରକାର ପ୍ରତ୍ୟାଖ୍ୟାନ କରିବା ଦୁର୍ଭାଗ୍ୟଜନକ। ଏହାଦ୍ୱାରା ସରକାର ଅଭାବୀ ବିକ୍ରି ପାଇଁ ପରିସ୍ଥିତି ସୃଷ୍ଟି କରୁଛନ୍ତି।”</p>
<p>ଏନେଇ ଯବାବ ରଖିଛି ବିଜେଡି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି,“ ପୂର୍ବରୁ ୨୦୧୦ ମସିହାରେ ମଧ୍ୟ ରାଜ୍ୟ ସରକାର ଏଭଳି ଧାନର FAQ କୋହଳ ପାଇଁ ନିବେଦନ କରିଥିଲେ। କେନ୍ଦ୍ର ସରକାର ସେତେବେଳେ ମଧ୍ୟ FAQ କୋହଳ କରିଥିଲେ। ତେବେ ଦାମ୍‌ କମାଇନଥିଲେ। ବର୍ତ୍ତମାନ FAQ କୋହଳ କରିବା ସହ ଦାମ୍‌ କମାଇ ଦେଇଛନ୍ତି। ଯାହାଦ୍ୱାରା ଚାଷୀ କୌଣସି ଲାଭ ପାଇବେ ନାହିଁ।”</p>