କମାଲ କଲେ ଢେଙ୍କାନାଳ ପୁଅ, ବାହାର କଲେ କୋଭିଡ ହେକ୍ସା ବିଟ୍ ରୋବଟ୍ , ଜାଣନ୍ତୁ କଣ ପାଇବେ ସୁବିଧା

କାମାକ୍ଷାନଗର:(ଓଡ଼ିଶା ରିପୋର୍ଟର): କୋଭିଡ ମହାମାରୀ ସମୟରେ ସ୍କୁଲ, କଲେଜ ବନ୍ଦ ରହିଛି। ଏଭଳି ସମୟରେ ଘରେ ବସି ନରହି ଜଣେ ଯୁକ୍ତ ଦୁଇ ଛାତ୍ର ତିଆରି କରିପାରିଛନ୍ତି ଏକ ରୋବଟ୍, ଯାହାର ନାମ ସେ ରଖିଛନ୍ତି କୋଭିଡ ହେକ୍ସା ବିଟ୍ ରୋବଟ୍। ରୋବଟ୍‌କୁ ତିଆରି କରିଛନ୍ତି ଢେଙ୍କାନାଳ କାମାକ୍ଷାନଗର ମଢିସାହିର ବାସୁଦେବ ଓଝାଙ୍କ ପୁଅ ଦ୍ୱିତୀକୃଷ୍ଣ। ଜାଣନ୍ତୁ, କେଉଁ କେଉଁ ସୁବିଧା ଯୋଗାଇବ ଏହି ରୋବଟ୍। ଏହି ରୋବଟ୍ ୭୦ କିଲୋଗ୍ରାମ ଓଜନର ଜିନିଷ ବହନ କରିବାର କ୍ଷମତା ରଖିଛି।

ଏଥିରେ ଯେକୌଣସି ବ୍ୟକ୍ତି ବସିଲେ ରୋବଟ୍ ନେବା ଆଣିବା ମଧ୍ୟ କରିପାରିବ। ୨.୪ କିଲୋମିଟର ରେଡିଅସରୁ ରିମୋଟ୍ ମାଧ୍ୟମରେ ଏହାକୁ ନିୟନ୍ତ୍ରଣ କରାଯାଇପାରିବ। ଥରେ ଚାର୍ଜ ହେଲେ ପ୍ରାୟ ୪ ଘଣ୍ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇଥାଏ। ରୋବଟ୍ ସାନିଟାଇଜ କରିପାରିବା ସହ ଡ଼ାକ୍ତରଙ୍କ ସହ ଭିଡ଼ିଓ କଲିଂ। ବିନା ସ୍ପର୍ଶରେ ରୋଗୀ ନିକଟରେ ମେଡ଼ିସିନ ପହଞ୍ଚାଇବା। ରୋଗୀଙ୍କ ତାପମାତ୍ରା ମାପିବା ଭଳି କ୍ଷମତା। ଡାକ୍ତରଖାନା, କୋଭିଡ କେୟାର, କ୍ୱାରେଣ୍ଟାଇନ ସେଣ୍ଟର ଆଦି ଗୁଡିକରେ ଏହାକୁ ବ୍ୟବହାର କରାଯାଇପାରିବ ବୋଲି ଦାବି କରିଛନ୍ତି ଏହାର ନିର୍ମାତା।

ଛୋଟ ବେଳୁ ଘରେ ଥିବା ଇଲେକ୍ଟ୍ରୋନିକ୍ସ ଜିନିଷ ଭାଙ୍ଗିବା ଏବଂ ସେଗୁଡିକ ସଜାଡିବାରେ ଅଭ୍ୟସ୍ତ ଥିଲେ ଦ୍ୱିତୀକୃଷ୍ଣ। ସେ ସଦାସର୍ବଦା ଜୀବନରେ କିଛି ନୂଆ କରିବାର ଅଭିଳାଷ ରଖନ୍ତି ଦ୍ୱିତୀକୃଷ୍ଣ।

ଆଧୁନିକ ଜ୍ଞାନ କୌଶଳରେ ନିର୍ମିତ ଏହି ରୋବଟ୍‌ରେ ଖର୍ଚ୍ଚ ହୋଇଛି ୩୦ ହଜାର ଟଙ୍କା। ନିର୍ମାଣ କରିଥିବା ରୋବଟରେ ଲାଗିଛି ୧୨ ଭୋଲଟ ବ୍ୟାଟେରୀ, ଥର୍ମାଲ ସେନସର, ରିସିଭର, ଟ୍ରାନ୍ସମିଟର, ସ୍ପ୍ରିଂକଲର ଆଦି ଉପକରଣ। ତେବେ ଦ୍ୱିତୀକୃଷ୍ଣଙ୍କ ଏଭଳି ରୋବଟ୍ ନିର୍ମାଣ ଶୈଳୀକୁ ସବୁଠି ପ୍ରଂଶସା କରାଯାଇଛି।

ଆହୁରି ପଢ଼ନ୍ତୁ

ଇସ୍ତଫା ପରେ ବିଜେଡିରୁ ବହିଷ୍କୃତ ହେଲେ କଳ୍ପତରୁ ଓଝା

ଆଜି ବସିବ କଂଗ୍ରେସ ଓ ଶାସକ ବିଜେଡିର ବିଧାୟକ ଦଳ ବୈଠକ

ରାଜ୍ୟରେ ୮୦୦ ପାର୍‌ କଲା କରୋନା ମୃତକଙ୍କ ସଂଖ୍ୟା

ସମ୍ବଲପୁରୀ ଶାଢ଼ୀକୁ ପଶ୍ଚିମବଙ୍ଗର ଦର୍ଶାଇ ବିକୁଥିଲା ଆମାଜନ୍‌, ଦୋଷ ମାନିଲା

ଆଜି ବାହାରିବ ଯୁକ୍ତ ୩ ଆଡମିଶନ୍‌ର ପ୍ରଥମ ମେରିଟ୍ ଲିଷ୍ଟ

କାଲିଠୁ ବିଧାନସଭା ଅଧିବେଶନ; ସଦସ୍ୟଙ୍କ ଲାଗି ହୋଇଛି ସ୍ୱତନ୍ତ୍ର ଆୟୋଜନ

ଆଖି ବୁଜିଲେ ଆଉ ଜଣେ କୋଭିଡ୍‌ ଯୋଦ୍ଧା

ବିରୋଧ ସତ୍ତ୍ୱେ କେନ୍ଦ୍ରର ନୂଆ କୃଷି ବିଲ୍‌କୁ ରାଷ୍ଟ୍ରପତିଙ୍କ ଅନୁମୋଦନ

ବିଶ୍ୱ ପର୍ଯ୍ୟଟନ ଦିବସରେ ଅର୍କକ୍ଷେତ୍ର କୋଣାର୍କକୁ ଗଡ଼ିଲା ‘ମୋ ବସ୍‌’

ଭୁବନେଶ୍ୱରରେ କରୋନା ସ୍ଥିତି: ୟୁନିଟ୍‌-୯ରୁ ୧୭, ୟୁନିଟ୍‌-୮ ଓ ଶୈଳଶ୍ରୀ ବିହାରରୁ ୧୨ ଲେଖାଏଁ ଚିହ୍ନଟ

ନବମ ଶ୍ରେଣୀ ଛାତ୍ରଙ୍କୁ ଛୁରୀ ଭୁଷି ହତ୍ୟା!

ବଳି ପଡ଼ିପାରନ୍ତି ବିଜେଡି ବିଧାୟକ ଉମା : ତାରା